ମହେଶ୍ୱର ଉଚ୍ଚ ବିଦ୍ୟାଳୟ ରେ ଅଗ୍ରପୂଜ୍ୟ ଶ୍ରୀଶ୍ରୀ ଗଜାନନ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ମହେଶ୍ୱର ଉଚ୍ଚ ବିଦ୍ୟାଳୟ ରେ ଅଗ୍ରପୂଜ୍ୟ ଶ୍ରୀଶ୍ରୀ ଗଜାନନ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।
ରଘୁନାଥପୁର ତା ୬/୪:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଗୂଆଳିପୁର ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଷରରେ ସୋମବାର ଅଗ୍ରପୂଜ୍ୟ ଶ୍ରୀଶ୍ରୀ ପ୍ରଭୁ ଗଜାନନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ବିଦ୍ୟାଳୟ ରପୂର୍ବତନ ପ୍ରଧାନଶିକ୍ଷକ ବୀରକିଶୋର ମହାନ୍ତି, ଯୋଗେନ୍ଦ୍ର ନାଥ ଦାସ,ହିମାଂଶୁ ଶେଖର ସାହୁ,ବିଦ୍ୟାଳୟ ପଞ୍ଚସଖାଶିକ୍ଷାସେତୁ ର ଅଧ୍ୟକ୍ଷ ଅଲେଖ ବିହାରୀ ସାହୁ,ଉପଦେଷ୍ଟା ବରିଷ୍ଠ ସମାଜସେବୀ ଜ୍ଞାନରଂଜନ ପଟ୍ଟନାୟକ,ସଭ୍ୟ ଇଲାବନ୍ତ ନାୟକ,ଶିବପ୍ରସାଦ ମଲ୍ଲିକ,ପୂର୍ବତନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣଲତା ପରିଡା,ପୂର୍ବତନ ଏନସିସି ଅଫିସର ତଥା କ୍ରିଡାଶିକ୍ଷକ ରାଜକିଶୋର ସାହୁ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ସୀମା ସ୍ବାଇଁ,ସିଆରସିସି ସୋନା ମହାନ୍ତି,ଗୁଆଳିପୁର କ୍ଲଷ୍ଟରର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,ରଘୁନାଥପୁର ବ୍ଲକ ଅଞ୍ଚଳ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ,ଗୁଆଳିପୁର ପଞ୍ଚାୟତର ସମିତି ସଭ୍ୟ କମଳାକାନ୍ତ ପରିଡା,ବିଜପି ଯୁବନେତା ଅଶୋକ କୁମାର ମହାରଣା,ଗଣେଶ୍ୱର ସାହୁ,ଅସିତ ମହାରଣା,ଅଶୋକ ମୁଦୁଲି,ପ୍ରମୁଖ ଯୋଗଦେ ପ୍ରଭୁଗଜାନନଙ୍କ ଆଶିଷ ଲାଭକରିଥିଲାବେଳେ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଜେନା କର୍ତ୍ତା ଭାବେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *