ଓଡ଼ିଆ ପ୍ରଶାସନିକ ଭାଷା ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ପ୍ରଶାସନିକ ଭାଷା ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ।
ପୁରୀ ୯/୪;ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଓଡ଼ିଆ ପ୍ରଶାସନିକ ଭାଷା ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା।ଡେପୁଟି କଲେକ୍ଟର ସୌମ୍ଯଶ୍ରୀ ପାଣିଗ୍ରାହୀ ଏହାକୁ ପରିଚାଳନା କରିଥିଲେ।ଏଥିରେ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଯୋଗ ଦେଇ ପ୍ରଶାସନିକ ଭାଷା ଜ୍ଞାନ ସମ୍ପର୍କରେ ପରୀକ୍ଷା ଦେଇଥିଲେ।ଏହି ପ୍ରତିଯୋଗିତାରେ ଅଭିଜିତ ପ୍ରଧାନ ପ୍ରଥମ,ଶୁଭ ନାରାୟଣ ଶତପଥୀ ଦ୍ୱିତୀୟ,ରାମକୃଷ୍ଣ ବଡଡଜେନା, ମନୋରମା ସାହୁ, ସଞ୍ଜୟ ମିଶ୍ର ଓ ବିଶ୍ବନାଥ ମହାପାତ୍ର ଯୁଗ୍ମ ତୃତୀୟ ହୋଇଥିଲେ।ଓଡ଼ିଆ ପକ୍ଷ ର ଶେଷ ଦିବସ ରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *