ବାବା ବଳିଆଙ୍କ ରାଜ୍ୟସ୍ତରୀୟ ଜନ୍ମୋତ୍ସବ ମହାସମାରୋହରେ ପାଳିତ

ବାବା ବଳିଆଙ୍କ ରାଜ୍ୟସ୍ତରୀୟ ଜନ୍ମୋତ୍ସବ ମହାସମାରୋହରେ ପାଳିତ
ରାହାମା-୯/୪-ରାହାମାର କଲେଜ ପଡିଆରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ରାଜ୍ୟସ୍ତରୀୟ ଜନ୍ମୋତ୍ସବ‌ ବୁଧବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ରେ ରାହାମା ଜିତ ମଣ୍ଡପରେ ଗୁରୁପୂଜନ,ମହାପ୍ରସାଦ ସେବନ, ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଫଳ ବଣ୍ଟନ,ନଗର ସଫେଇ , ଛାତ୍ରଛାତ୍ରୀଙ୍କୁ ଖାତା କଲମ ବଣ୍ଟନ , ବୃକ୍ଷ ବଣ୍ଟନ , ଇଷ୍ଟ ପୂଜନ, ସନ୍ଥ ପୂଜନ , ପତିହରା ମାତୃ ପୂଜନ, ୧୦୦୮ ଦୀପ ଦାନ, ଶଙ୍ଖ ଓ ଘଣ୍ଟ ବାଦନ ,ଏକ ସହ ଆଠ କୀର୍ତ୍ତନ ମଣ୍ଡଳୀ ସମାବେଶ ପ୍ରଭୁତି ଆୟୋଜନ କରାଯାଇଥିଲା।ଶିଶୁ ଅନନ୍ତ ଆଶ୍ରମ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଆଶ୍ରମର ମୁଖ୍ୟ ଟ୍ରଷ୍ଟି ଶ୍ରୀବାସ ଦାସ , ବାବାଜୀ ପରମାତ୍ମା ଦାସ , ବାବାଜୀ ପ୍ରଣବନାଦନ ଦାସ , ଜ୍ୟୋତିର୍ବିଦ ଡ଼ଃ ଅରୁଣ କୁମାର ପାଣି, ବଜାର କମିଟି ସଭାପତି ଶିଶିର କୁମାର ଦାସ, ବଂଶୀଧର କୁଣ୍ଡୁ , ପ୍ରଶାନ୍ତ କୁମାର ସାହୁ, ସରୋଜ କୁମାର ଦାସ, ପ୍ରଦ୍ୟୁମ୍ନ ଦାସ , ଜଗନ୍ନାଥ ସୁତାର, ଅଜୟ କୁମାର ସାହୁ, ଅକ୍ଷୟ କୁମାର ସାହୁ,ଡ଼ଃ ସୁନାକର ବେହେରା ,ଅଧିକାରୀ ରମାକାନ୍ତ ଦାସ, ବଳରାମ ଦାସ ,ରାମାୟଣୀ ପଣ୍ଡିତ ଅଭୟ ଦାସ, ମର୍ଦରାଜ ସ୍ୱାଇଁ , ମାନସ ମହାପାତ୍ର , ମାନସ ରାଉତ ,ଗଗନ ବିହାରୀ ଦାସ , କାହ୍ନୁ ଚରଣ ସାହୁ , ସାଗର ମହାରଣା,ସାରଦା ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓଡିଶାର ବାୟା ସମ୍ପ୍ରଦାୟର ସାଧୁ ସନ୍ଥ ମାନେ ମଞ୍ଚରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏରସମା ବିଧାୟକ ସାରଦା ଜେନା ,ଯୋଗ ଗୁରୁ ତାପସ ରଞ୍ଜନ ପତି ,ଏରସମା ବ୍ଲକ ଉପାଧ୍ୟକ୍ଷା ଲଷ୍ମୀପ୍ରିୟା ମହାପାତ୍ର , କୃଷକ ନେତା ତପନ ବେହେରା , ପରିବେଶବିତ ଉତ୍କଳ କେଶରୀ ମହାନ୍ତି , କବୟିତ୍ରୀ ଡ଼ଃ ବସନ୍ତ ମଞ୍ଜରୀ ଦାସ , କୈବର୍ତ୍ତ ମହାସଂଘ ସଭାପତି ପ୍ରହ୍ଲାଦ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ରାଜ୍ୟ ର ବିଭିନ୍ନ ସଙ୍ଘ ତରଫରୁ ବାବାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ରାହାମା ଅଞ୍ଚଳରୁ ୭୨ ଜଣ ପୂଜ୍ୟ ବାବାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *