ଅଷ୍ଟ ଦଣ୍ଡ ମିଳନ, ମହା ଆଡମ୍ବର ସହକାରେ ସମାପନ।

ରାଇକିଆ, ତା 10/4/26କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ସତେଇଶି ତମ ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଅଛି। ଏହି ମିଳନ ଉଛବ ରେ , ରାଇକିଆ, ମାଲେରିମାହା, ବାଗାରାମା,ସଲାଗୁଡା, କରଣ୍ଡାଗଡ,ବୁର୍ବୀ,ତେଜମାହା ଓ ସିର୍କାକୁଟି ଅଞ୍ଚଳର ଦଣ୍ଡ ନୃତ୍ୟ ଭାଗ ନେଇଥିଲେ। ଝୁଣାର ସୁଗନ୍ଧରେ ମିଳନ ସ୍ଥଳ ମହକିଉଠିଥିବା ବେଳେ ଢୋଲ ଓ ଝାଞ୍ଜର ନାଦରେ ପରିବେଶ ପ୍ରକମ୍ପିତ ହୋଇଯାଇଥିଲା। ଉତ୍ସବକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଥିଲା ।ଦିନ ଦ୍ବି ପହର ରେ ଧୂଳିଦଣ୍ଡ ଓ ସନ୍ଧ୍ୟା ରେ ପାଣିଦଣ୍ଡ, ଅଗ୍ନିଦଣ୍ଡ ଓ ଆଳତି ପରି ପାରମ୍ପରିକ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଏହି ଅବସରରେ ରାଇକିଆ ପଞ୍ଚଦଣ୍ଡ କମିଟି ପକ୍ଷରୁ ଭକ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇ ଥିଲା। ଏହି କାଯ୍ୟକ୍ରମ କୁ ପଞ୍ଚୁଦଣ୍ଡ କମିଟିର ସଭାପତି ଶ୍ରୀ ସନ୍ତୋଷ କୁମାର ଲେଙ୍କା, ସମ୍ପାଦକ ଶ୍ରୀ ଭଗବାନ ପାତ୍ର, ସୁରେନ୍ଦ୍ର ପଣ୍ଡା, ଦୁର୍ଯ୍ୟାଧନ ଲେଙ୍କା ଙ୍କ ସହିତ କମିଟି ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *