ଜିଲ୍ଲା ସ୍ତରୀୟ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ

ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ-ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଶ୍ରୀକୃଷ୍ଣ ଏକାଡେମୀ ନିକଟରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ପହଞ୍ଚିଥିଲା ।ମିଶନ ଶକ୍ତି ଯୋଜନାରେ ମା ମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ସରକାରଙ୍କ ଭୂମିକାକୁ ମହିଳାମାନେ ପ୍ରଶଂସା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅତିତିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଷ୍ଣୁ ପ୍ରିୟା ସେଠୀଙ୍କ ସମେତ ମିଶନ ଶକ୍ତିର ପ୍ରାୟ ୧ ହଜାରରୁ ଅଧିକ ମହିଳା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *