ସି.ବି.ଏସ.ଇ. ଦଶମ ପରୀକ୍ଷାରେ ଏସ.ବି.ଡ଼ି. ସ୍କୁଲର ଅପୂର୍ବ ସଫଳତା

ଭଦ୍ରକ: ୧୬/୦୪ ନିକଟରେ ପ୍ରକାଶିତ ହୋଇଥ‌ିବା ସିବିଏସ୍‌ଇ ଦଶମ ପରୀକ୍ଷାରେ ଭଦ୍ରକସ୍ଥିତ ଅନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଶାତୀତ ସଫଳତା ଅର୍ଜନ କରିଛନ୍ତି । ଉକ୍ତ ପରୀକ୍ଷାରେ ସର୍ବାଧ‌ିକ ୯୯.୪ % ରଖୁଥ‌ିବା ଛାତ୍ର ଅଂଶୁମାନ ମୋହନ ନାୟକ ଏବଂ ଅନ୍ୟ ଛାତ୍ରଛାତ୍ରୀମାନେ ଯଥାକ୍ରମେ ସୌମ୍ୟାସ୍ମୃତି ଦାସ ୯୯.୨%, ଆସ୍ଥା ନାୟକ ଏବଂ ବୀରଭଦ୍ରବଳ ଉଭୟେ ୯୯% ରଖ୍ ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି। ସେହିପରି ଇଂରାଜୀରେ ୯୦ ପ୍ରତିଶତ ଉପରକୁ ୭୦ ଜଣ । ତନ୍ମଧ୍ୟରୁ ୧୧ ଜଣ ଛାତ୍ରଛାତ୍ରୀ ୯୯ ମାର୍କ ରଖୁଛନ୍ତି ।

ଓଡ଼ିଆରେ ୯୦ ପ୍ରତିଶତ ଉପରକୁ ୪୪ ଜଣ ଏବଂ ୫ ଜଣ ୯୯ ମାର୍କ ରଖୁଛନ୍ତି । ଗଣିତରେ ୯୦ ପ୍ରତିଶତ ଉପରକୁ ୪୪ ଜଣ ଏବଂ ୭ଜଣ ୧୦୦ ମାର୍କ ରଖୁଛନ୍ତି । ବିଜ୍ଞାନରେ ୯୦ ପ୍ରତିଶତ ଉପରକୁ ୨୭ ଜଣ ଏବଂ ୨ଜଣ ୯୯ ମାର୍କ ରଖୁଛନ୍ତି । ସାମାଜିକ ବିଜ୍ଞାନରେ ୯୦ ପ୍ରତିଶତ ଉପରକୁ ୬୨ ଜଣ ଏବଂ ୧୦ ଜଣ ୧୦୦ ମାର୍କ ରଖୁଛନ୍ତି। କମ୍ପୁଟରରେ ୯୦ ପ୍ରତିଶତ ଉପରକୁ ୬୦ ଜଣ ଏବଂ ୬ ଜଣ ୧୦୦ ମାର୍କ ରଖ୍ ବିଦ୍ୟାଳୟକୁ ସଫଳତାର ଉତୁଙ୍ଗ ଶିଖରରେ ପହଞ୍ଚାଇଛନ୍ତି । ପିଲାମାନେ ୯୫%ରୁ ଅଧୂକ ୩୩ ଜଣ ଏବଂ ୯୦% ଅଧୂକ ୫୨ ଜଣ। ଉକ୍ତ ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁଧୁଷ୍ଠିର ଦେବତା, ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ୍, ଚେୟାୟମ୍ୟାନ ଦେବାଶିଷ ଦୀକ୍ଷିତ୍ ଏବଂ ମ୍ୟାଡ଼ାମ ଆଶାବରୀ କର, ପରିଚାଳନା ନିର୍ଦ୍ଦେଶକ ବିଦ୍ୟାଧର ଅଗସ୍ତି ଓ ମ୍ୟାଡ଼ାମ ବନ୍ଦିତା ଦୀକ୍ଷିତ୍, ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଓ ଦେବେନ୍ଦ୍ର ଶତ୍‌ପଥ, ଶିକ୍ଷାବିତ୍ ବିପିନ୍ ବିହାରୀ କର, ସମସ୍ତ ଶିକ୍ଷକ, ଶକ୍ଷୟିତ୍ରୀ ଓ ବିଦ୍ୟାଳୟର ସମସ୍ତ କର୍ମପ୍ଟରୀମାନେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କର ଆଗାମୀ ଭବିଷ୍ୟତର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *