ଭାରତରେ ସ୍ୱାଭାବିକ ରହିଛି ରନ୍ଧନ ଗ୍ୟାସ ବିତରଣ
ଭାରତରେ ସ୍ୱାଭାବିକ ରହିଛି ରନ୍ଧନ ଗ୍ୟାସ ବିତରଣ:ଗୋଟିଏ ଦିନରେ ୮୧ ହଜାର ସିଲିଣ୍ଡର ବିକ୍ରି, ଏପ୍ରିଲ ମାସରେ ପ୍ରାୟ ୧୮ ଲକ୍ଷ ୫ କେଜି ଗ୍ୟାସ ସିଲିଣ୍ଡର କିଣିଛନ୍ତି ଗ୍ରାହକ ପ୍ରମୁଖ ବିନ୍ଦୁସାରା ଦେଶରେ ସ୍ୱଭାବିକ ରହିଛି ତୈଳ ଓ ଗ୍ୟାସ ବିତରଣ ଉତ୍ତେଜନା ସୃଷ୍ଟ ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ; ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ ସହ କୌଣସି ଅଘଟଣ ସୂଚନା ନାହିଁସମଗ୍ର ଭାରତରେ ବନ୍ଦର କାର୍ଯ୍ୟ ସ୍ୱାଭାବିକ ଜାରି ରହିଛି, କୌଣସି ସ୍ଥାନରେ ମଧ୍ୟ ଭିଡ଼ ବା ଜାମ ସୂଚନା ନାହିଁବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗଲ୍ଫ ଏବଂ ପଶ୍ଚିମ ଏସିଆର ଘଟଣାବଳୀ ଉପରେ ନିରନ୍ତର ନଜର; ଏ ଅଞ୍ଚଳରେ ଭାରତୀୟ ସମୁଦାୟର ସୁରକ୍ଷା ଏବଂ କଲ୍ୟାଣ ଉପରେ ଗୁରୁତ୍ୱ ବିମାନ ଚଳାଚଳ ସ୍ଥିତିରେ ସୁଧାର; ଏ ଅଞ୍ଚଳରୁ ଭାରତକୁ ଆସିଛନ୍ତି ପ୍ରାୟ ୧୨.୩୮ ଲକ୍ଷ ଯାତ୍ରୀ ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଦଳୁଥିବା ପରିସ୍ଥିତି ଉପରେ ଭାରତ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଏ ଅଞ୍ଚଳରେ ଥିବା ଭାରତୀୟଙ୍କ ସୁରକ୍ଷା ହେଉ ବା ଦେଶ ଭିତରେ ନାଗରିକଙ୍କ ଇନ୍ଧନ ଆବଶ୍ୟକତାକୁ ନିରନ୍ତର ଯୋଗାଣ ହେଉ ସବୁ କିଛିକୁ ସୁଚାରୁ ରୂପେ ପରିଚାଳନା କରାଯାଉଛି। ବିଶେଷ କରି ପେଟ୍ରୋଲିୟମ ଏବଂ ଗ୍ୟାସ ଯୋଗାଣକୁ ନିରନ୍ତର ରଖିବା ଲାଗି ଭାରତ ସରକାରଙ୍କ ଏକାଧିକ ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଜାଳେଣି ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟକଳାପ, ଅଞ୍ଚଳରେ ଥିବା ଭାରତୀୟ ନାଗରିକଙ୍କୁ ସହାୟତା ଏବଂ ପ୍ରମୁଖ କ୍ଷେତ୍ରଗୁଡିକରେ ସ୍ଥିରତା ନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ତଥ୍ୟ ପ୍ରଦାନ କରିଛନ୍ତି।ଏହି ତଥ୍ୟ ଅନୁସାରେ ଚାଲୁ ରହିଥିବା ଭୂ-ରାଜନୈତିକ ସ୍ଥିତି ସତ୍ତ୍ୱେ, ଭାରତ ସରକାର ଘରୋଇ ଏଲ୍ପିଜି, ପିଏନ୍ଜି ଏବଂ ସିଏନ୍ଜି ଯୋଗାଣକୁ ଶତ ପ୍ରତିଶତ ନିଶ୍ଚିତ କରିଛନ୍ତି। ଏହାଦ୍ୱାରା ସାଧାରଣ ରୋଷେଇଘର ଏବଂ ଯାତାୟାତ ପ୍ରଭାବିତ ହୋଇ ନାହିଁ। ସେହିପରି ବ୍ୟବସାୟିକ ଏଲ୍ପିଜି ଯୋଜଗାଣରେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନକୁ ପ୍ରାଥମିକତା ଦିଆଯାଇଛି। ଏହାବ୍ୟତୀତ ଫାର୍ମା, ଷ୍ଟିଲ୍, ଅଟୋମୋବାଇଲ୍, ବିହନ, କୃଷି ଆଦିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଘର ବାହାରେ ରହୁଥିବା ନାଗରିକଙ୍କୁ ୫ କେଜି ବିଶିଷ୍ଟ ସିଲିଣ୍ଡର ଯୋଗାଣକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ସୂଚନା ଅନୁସାରେ ମାର୍ଚ୍ଚ ୨ ଏବଂ ୩, ୨୦୨୬ ରେ ଯେତିକି ହାରାହାରି ଦୈନିକ ଯୋଗାଣ ହେଉଥିଲା ତାହାକୁ ଦ୍ୱିଗୁଣିତ କରାଯାଇଛି। ଏପ୍ରିଲ ପହିଲାରୁ ଏପ୍ରିଲ ୨୩ ତାରିଖ ସୁଦ୍ଧା ୧୭ଲକ୍ଷ ୮୩ ହଜାର ଏହିପରି ୫ କେଜି ବିଶିଷ୍ଟ ଗ୍ୟାସ ଶିଲିଣ୍ଡର ବିକ୍ରି କରାଯାଇଥିବା ସୂଚନା ଦିଆଯାଇଛି। କେବଳ ଗତକାଲିର ତଥ୍ୟ ଦେଇ ନୂଆଦିଲ୍ଲୀର ନ୍ୟୁ ମେଡିଆ ସେଣ୍ଟରରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଦିନ ୮୧ ହଜାରରୁ ଅଧିକ ୫ କେଜି ବିଶିଷ୍ଟ ଗ୍ୟାସ ସିଲିଣ୍ଡର ବିକ୍ରି କରାଯାଇଛି। ସରକାର ଯୋଗାଣ ଏବଂ ଚାହିଦା ଉଭୟ ଦିଗରେ ଅନେକ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ ରିଫାଇନେରି ଉତ୍ପାଦନ ବୃଦ୍ଧି, ସହରାଞ୍ଚଳରେ ବୁକିଂ ବ୍ୟବଧାନ ୨୧ ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ଅନ୍ତର୍ଭୁକ୍ତ। ଏଲ୍ପିଜି ଚାହିଦା ଉପରେ ଚାପ କମାଇବା ପାଇଁ କିରୋସିନି ଏବଂ କୋଇଲା ଭଳି ବିକଳ୍ପ ଜାଳେଣି ଉପଲବ୍ଧ କରାଯାଇଛି। କୋଇଲା ମନ୍ତ୍ରଣାଳୟ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କଲିୟରିଜକୁ କ୍ଷୁଦ୍ର ଓ ମଧ୍ୟମ ଗ୍ରାହକଙ୍କୁ ବଣ୍ଟନ ପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଏଲ୍ପିଜି ସଙ୍କଟକୁ ମୁକାବିଲା କରିବା ଲାଗି ଏଲ୍ପିଜି ବଦଳରେ ପିଏନ୍ଜି ସଂଯୋଗକୁ ଗୁରୁତ୍ୱ ଦେଉଛନ୍ତି। ଏହି ଉଦ୍ୟମ ଦ୍ୱାରା ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ପରେ ଅର୍ଥାତ୍ ମାର୍ଚ୍ଚ ମାସଠାରୁ ଆଜି ଯାଏ ପ୍ରାୟ ୫.୨୭ ଲକ୍ଷ ସଂଯୋଗକୁ ପିଏନ୍ଜି ଅନ୍ତର୍ଭୁକ୍ତ କରାଯାଇଛି। ଆହୁରି ୨.୬୦ ଲକ୍ଷ ସଂଯୋଗ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ରହିଛି ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ମୋଟ ସଂଯୋଗ ସଂଖ୍ୟା ୭.୮୭ ଲକ୍ଷରେ ପହଞ୍ଚିଛି। ସମୁଦାୟ ୫.୯୭ ଲକ୍ଷ ନୂତନ ଗ୍ରାହକ ପଞ୍ଜିକୃତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇନ୍ଧନ ଯୋଗାଣକୁ ନିରନ୍ତର ରକ୍ଷା କରିବା ସହ ଶକ୍ତି ସଙ୍କଟକୁ ଏଡ଼ାଇବା ଏବଂ ଗୁଜଠୁ ଦୂରରେ ରହିବାକୁ ଭାରତ ସରକାର ଭିନ୍ନ ଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ବାବଦରେ ନାଗରିକମାନଙ୍କୁ ଭୟଭୀତ ହୋଇ ଜାଳେଣି କିଣିବା ପାଇଁ ବାରଣ କରାଯାଇଛି। ଗୁଜବଠାରୁ ଦୂରେଇ ରୁହନ୍ତୁ ଏବଂ ସଠିକ୍ ସୂଚନା ପାଇଁ ସରକାରୀ ସୂତ୍ର ଉପରେ ନିର୍ଭର କରିବାକୁ ପରାମର୍ଶ ଜାରି କରାଯାଇଛି। ସେହିପରି ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ୍ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଏବଂ ବିତରକଙ୍କ ପାଖକୁ ନଯିବାକୁ ଅନୁରୋଧ କରାଯାଇଛି। ନାଗରିକମାନଙ୍କୁ ବିକଳ୍ପ ଜାଳେଣି ଯେପରିକି ପିଏନ୍ଜି ଏବଂ ଇଲେକ୍ଟ୍ରିକ୍ ବା ଇଣ୍ଡକ୍ସନ ଚୁଲି ବ୍ୟବହାର କରିବାକୁ ଉତ୍ସାହିତ କରାଯାଇଛି। ବର୍ତ୍ତମାନର ସ୍ଥିତିରେ ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଂରକ୍ଷଣ ପାଇଁ ଆବଶ୍ୟକୀୟ ପ୍ରୟାସ କରିବାକୁ ସମସ୍ତ ନାଗରିକଙ୍କୁ ଅନୁରୋଧ କରାଯାଇଛି।ଅତ୍ୟାବଶ୍ୟକ ସାମଗ୍ରୀ ଆଇନ- ୧୯୫୫ ଏବଂ ଏଲପିଜି ନିୟନ୍ତ୍ରଣ ଆଦେଶ, ୨୦୦୦ ଅଧୀନରେ ରାଜ୍ୟ ସରକାରମାନଙ୍କୁ ଯୋଗାଣ ଉପରେ ନଜର ରଖିବା ଏବଂ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ଦିଆଯାଇଛି। ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତିର ମନିଟରିଂ ଏବଂ ନିୟନ୍ତ୍ରଣ କରିବାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରାଥମିକ ଭୂମିକା ରହିଛି। ଭାରତ ସରକାର ଏହି ବିଷୟରେ ଏକାଧିକ ପତ୍ର ଏବଂ ଭିସି ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅବଗତ କରାଇଛନ୍ତି।ଭାରତ ସରକାର ୨୭.୦୩.୨୦୨୬ ଏବଂ ୦୨.୦୪.୨୦୨୬ ତାରିଖର ପତ୍ର ମାଧ୍ୟମରେ ପର୍ଯ୍ୟାପ୍ତ ଜାଳେଣି ଉପଲବ୍ଧତା ସମ୍ପର୍କରେ ନାଗରିକଙ୍କୁ ଆଶ୍ୱାସନା ଦେବା ପାଇଁ ସକ୍ରିୟ ଜନସମ୍ପର୍କର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟଗୁଡ଼ିକ ସହ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ, ଦୈନିକ ପ୍ରେସ ବ୍ରିଫିଂ ଏବଂ ନିୟମିତ ପରାମର୍ଶାବଳୀ ଜାରି କରିବା, ସୋସିଆଲ ମିଡିଆରେ ମିଥ୍ୟା ଖବର ଓ ବିଭ୍ରାନ୍ତିକର ତଥ୍ୟ ଉପରେ ନଜର ରଖିବା ଏବଂ ଏହାର ମୁକାବିଲା କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ଦ୍ୱାରା ଦୈନିକ ଏନଫୋର୍ସମେଣ୍ଟ ଡ୍ରାଇଭକୁ ତୀବ୍ର କରିବା ଏବଂ ତୈଳ ବିକ୍ରେତା କମ୍ପାନୀଙ୍କ ସହ ସମନ୍ୱୟ ରକ୍ଷା କରି ଚଢ଼ାଉ ଜାରି ରଖିବାକୁ କୁହାଯିବା ସହ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସେମାନଙ୍କ ନିର୍ଦ୍ଧାରିତ ଅଞ୍ଚଳରେ ମଧ୍ୟରେ ବ୍ୟବସାୟିକ ଏଲ୍ପିଜି ଆବଣ୍ଟନ ଆଦେଶ ଜାରି କରିବାକୁ କୁହାଯାଇଛି। ପିଏନ୍ଜି ଗ୍ରହଣ ଏବଂ ବିକଳ୍ପ ଜାଳେଣିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସଚେତନତା ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛି। ଏଲ୍ପିଜି ଯୋଗାଣକୁ ପ୍ରାଥମିକତା ଦେବା, ବିଶେଷ କରି ଘରୋଇ ଆବଶ୍ୟକତା ପାଇଁ, ଏବଂ ଯୋଗାଣ ସ୍ଥିରତା ନିଶ୍ଚିତ କରିବାକୁ ୫ କେଜି ବିଶିଷ୍ଟ ସିଲିଣ୍ଡରର ଲକ୍ଷ୍ୟଧାର୍ଯ୍ୟ ବଣ୍ଟନକୁ ଆପଣାଇବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟମାନେ ମଧ୍ୟ ଏହି ସମସ୍ୟାକୁ ମୁକାବିଲା କରିବା ତଥା କଳାବଜାରୀ ରୋକିବା ପାଇଁ କଣ୍ଟ୍ରୋଲ ରୁମ ଏବଂ ଜିଲ୍ଲା ମନିଟରିଂ କମିଟି ଗଠନ କରିଛନ୍ତି। ଖାଲି ସେତିକି ନୁହେଁ, ଏଲ୍ପିଜିର କଳାବଜାରୀ ଏବଂ ମହଜୁଦକାରୀଙ୍କୁ ରୋକିବା ପାଇଁ ସାରା ଦେଶରେ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତକାଲି ସାରା ଦେଶରେ ୨୩୦୦ ରୁ ଅଧିକ ଚଢ଼ାଉ କରାଯାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ଆକସ୍ମିକ ଯାଞ୍ଚକୁ କଡ଼ାକଡ଼ି କରିଛନ୍ତି ଏବଂ ଗତକାଲି ସୁଦ୍ଧା ୩୦୭ ଜଣ ଏଲ୍ପିଜି ବିତରକଙ୍କ ଉପରେ ଜରିମାନା ଲଗାଯାଇଥିବା ବେଳେ ୭୦ ବିତରକଙ୍କ ଲାଇସେନ୍ସ ନିଲମ୍ବିତ କରିଛନ୍ତି।ଆସନ୍ତୁ ନଜର ପକାଇବା ଦେଶରେ ତୈଳ ଓ ଇନ୍ଧନ ସଙ୍କଟକୁ ରୋକିବା ତଥା ଅପ ପ୍ରଚାର ଦୂରେଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଜାରି ରହିଥିବା କିଛି ପ୍ରମୁଖ ପଦକ୍ଷେପ ଓ ସଦ୍ୟତମ ପରିସ୍ଥିତି ବାବଦରେ: (୧) ଘରୋଇ ଏଲ୍ପିଜି ଯୋଗାଣ ସ୍ଥିତି:ପ୍ରଚଳିତ ଭୂ-ରାଜନୈତିକ ସ୍ଥିତି ଦ୍ୱାରା ଏଲପିଜି ଯୋଗାଣ ପ୍ରଭାବିତ ହେବା ଜାରି ରହିଛି।ଘରୋଇ ଉପଭୋକ୍ତାମାନଙ୍କୁ ଏଲପିଜି ଯୋଗାଣ ପାଇଁ ପ୍ରାଥମିକତା ଦିଆଯାଇଛି।ଏଲପିଜି ବିତରକଙ୍କ ପାଖରେ ଜାଳେଣି ଶେଷ ହୋଇଥିବା ସୂଚନା ମିଳିନାହିଁ।ଅନଲାଇନ ଏଲପିଜି ସିଲିଣ୍ଡର ବୁକିଂ ଗତକାଲି ଶିଳ୍ପ ଭିତ୍ତିରେ ୯୮% କୁ ବୃଦ୍ଧି ପାଇଛି।ଚୋରା ଚାଲାଣ ରୋକିବା ପାଇଁ ଡେଲିଭରି ଅଥେଣ୍ଟିକେସନ କୋଡ୍ ଭିତ୍ତିକ ବିତରଣ ପ୍ରାୟ ୯୪% କୁ ବୃଦ୍ଧି ପାଇଛି।(୨) ବ୍ୟବସାୟିକ ଏଲପିଜି ଯୋଗାଣ ଏବଂ ଆବଣ୍ଟନ:ମୋଟ ବ୍ୟବସାୟିକ ଏଲପିଜି ଆବଣ୍ଟନକୁ ସଙ୍କଟ ପୂର୍ବ ସ୍ତରର ପ୍ରାୟ ୭୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଏପ୍ରିଲ ୧, ୨୦୨୬ ଠାରୁ ୧୭.୮୩ ଲକ୍ଷରୁ ଅଧିକ ୫ କେଜି ଏଫଟିଏଲ୍ ସିଲିଣ୍ଡର ବିକ୍ରି ହୋଇଛି।ଏପ୍ରିଲ ୩, ୨୦୨୬ ଠାରୁ ସରକାରୀ ତୈଳ କମ୍ପାନୀ ଗୁଡିକ ୫ କେଜି ଏଫଟିଏଲ୍ ସିଲିଣ୍ଡର ପାଇଁ ୮୫୦୦ ରୁ ଅଧିକ ସଚେତନତା ଶିବିର ଆୟୋଜନ କରିଛନ୍ତି।ଆଇଓସିଏଲ୍, ଏଚପିସିଏଲ ଏବଂ ବିପିସିଏଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ନେଇ ଗଠିତ ଏକ ତିନି ଜଣିଆ କମିଟି ରାଜ୍ୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି।(୩) ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନଜି ସମ୍ପ୍ରସାରଣ ଘରୋଇ ପିଏନଜି ଏବଂ ସିଏନ୍ଜି-ପରିବହନ ପାଇଁ ୧୦୦% ଯୋଗାଣ ସହ ଉପଭୋକ୍ତାମାନଙ୍କୁ ପ୍ରାଥମିକତା ଦିଆଯାଇଛି।ସାର କାରଖାନାଗୁଡ଼ିକୁ ମୋଟ ଗ୍ୟାସ ଆବଣ୍ଟନ ସେମାନଙ୍କ ଛଅ ମାସର ହାରାହାରି ବ୍ୟବହାରର ପ୍ରାୟ ୯୫% କୁ ବୃଦ୍ଧି କରାଯାଇଛି।ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନେଟୱର୍କ ମାଧ୍ୟମରେ ଅନ୍ୟ ଶିଳ୍ପ ଏବଂ ବ୍ୟବସାୟିକ କ୍ଷେତ୍ରକୁ ଗ୍ୟାସ ଯୋଗାଣ ୮୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ସରକାରୀ ତୈଳ ଓ ଗ୍ୟାସ କମ୍ପାନୀଗୁଡିକ ଘରୋଇ ଏବଂ ବ୍ୟବସାୟିକ ପିଏନଜି ସଂଯୋଗ ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି।ନ୍ୟାସନାଲ ପିଏନଜି ଡ୍ରାଇଭ ୨.୦ ର ଅବଧିକୁ ୩୦.୦୬.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ମାର୍ଚ୍ଚ ୨୦୨୬ ଠାରୁ ପ୍ରାୟ ୫.୨୭ ଲକ୍ଷ ପିଏନଜି ସଂଯୋଗକୁ ଗ୍ୟାସୀକରଣ କରାଯାଇଛି ଏବଂ ମୋଟ ସଂଯୋଗ ସଂଖ୍ୟା ୭.୮୭ ଲକ୍ଷରେ ପହଞ୍ଚିଛି।(୪) ଅଶୋଧିତ ତୈଳ ସ୍ଥିତି ଏବଂ ରିଫାଇନେରି କାର୍ଯ୍ୟସମସ୍ତ ରିଫାଇନେରି ପର୍ଯ୍ୟାପ୍ତ ଅଶୋଧିତ ତୈଳ ମହଜୁଦ ସହ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛି। ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ବଜାୟ ରଖାଯାଇଛି।ଘରୋଇ ବ୍ୟବହାରକୁ ସହଯୋଗ କରିବା ପାଇଁ ରିଫାଇନେରିରୁ ଘରୋଇ ଏଲପିଜି ଉତ୍ପାଦନ ବୃଦ୍ଧି କରାଯାଇଛି।ଫାର୍ମା ଏବଂ କେମିକାଲ୍ ସେକ୍ଟର କମ୍ପାନୀଗୁଡିକ ପାଇଁ ଏଲପିଜି ପୁଲରୁ ଦୈନିକ ୧୦୦୦ ମେଟ୍ରିକ ଟନ ଯୋଗାଣ ବ୍ୟବସ୍ଥା କରାଯାଇଛି।(୫) ରିଟେଲ୍ ଜାଳେଣି ଉପଲବ୍ଧତା ଏବଂ ମୂଲ୍ୟ ସାରା ଦେଶରେ ରିଟେଲ୍ ଆଉଟଲେଟ୍ ଗୁଡିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି।ମଧ୍ୟ ପ୍ରାଚ୍ୟ ସଙ୍କଟ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ଅସ୍ୱାଭାବିକ ବୃଦ୍ଧି ଘଟିଛି; ତଥାପି, ଗ୍ରାହକଙ୍କ ସୁରକ୍ଷା ପାଇଁ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି।ଘରୋଇ ବଜାରରେ ଏହି ଦ୍ରବ୍ୟର ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଭାରତ ସରକାର ଡିଜେଲ ଉପରେ ରପ୍ତାନି ଲେଭି ଲିଟର ପିଛା ୫୫.୫୦ ଟଙ୍କା ଏବଂ ଏଟିଏଫ୍ ଉପରେ ୪୨ ଟଙ୍କାକୁ ବୃଦ୍ଧି କରିଛନ୍ତି।ପେଟ୍ରୋଲ ଏବଂ ଡିଜେଲର ନିୟମିତ ରିଟେଲ୍ ମୂଲ୍ୟ ଅପରିବର୍ତ୍ତିତ ରହିଛି।(୬) କିରୋସିନି ଉପଲବ୍ଧତା ଏବଂ ବଣ୍ଟନ ନିୟମିତ ଆବଣ୍ଟନ ବ୍ୟତୀତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ୪୮,୦୦୦ କିଲୋଲିଟର କିରୋସିନି ପ୍ରଦାନ କରାଯାଇଛି।୧୮ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କ ଅଞ୍ଚଳରେ କିରୋସିନ ଆବଣ୍ଟନ ଆଦେଶ ଜାରି କରିସାରିଛନ୍ତି।(୭) ସାମୁଦ୍ରିକ ସୁରକ୍ଷା ଏବଂ ଜାହାଜ ଚଳାଚଳପର୍ସିଆନ ଗଲ୍ଫରେ ପ୍ରଚଳିତ ସାମୁଦ୍ରିକ ସ୍ଥିତି ବିଷୟରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ତଥ୍ୟ ପ୍ରଦାନ କରିଛନ୍ତି।ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ ସହ ଜଡିତ କୌଣସି ଅଘଟଣ ସୂଚନା ମିଳିନାହିଁ।DG ସିପିଂ କଣ୍ଟ୍ରୋଲ ରୁମ ୨୪×୭ କାର୍ଯ୍ୟକ୍ଷମ ରହିଛି।ବର୍ତ୍ତମାନ ସୁଦ୍ଧା ୨୭୨୯ ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯାଇଛି।ସମଗ୍ର ଭାରତରେ ବନ୍ଦର କାର୍ଯ୍ୟ ସ୍ୱାଭାବିକ ଜାରି ରହିଛି।(୮) ଉତ୍ତେଜନା ପ୍ରବଣ ଅଞ୍ଚଳରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗଲ୍ଫ ଏବଂ ପଶ୍ଚିମ ଏସିଆ ଅଞ୍ଚଳର ଘଟଣାବଳୀ ଉପରେ ନଜର ରଖିଛି।ଭାରତୀୟ ନାଗରିକ ଏବଂ ସେମାନଙ୍କ ପରିବାରର ପ୍ରଶ୍ନର ଉତ୍ତର ଦେବା ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ ରହିଛି।ଏହି ଅଞ୍ଚଳରେ ଥିବା ଭାରତୀୟ ଦୂତାବାସ ଏବଂ କନସୁଲେଟ୍ ଗୁଡିକ ୨୪ ଘଣ୍ଟିଆ ହେଲ୍ପଲାଇନ ଚଳାଉଛନ୍ତି ଏବଂ ନାଗରିକମାନଙ୍କୁ ସହାୟତା କରୁଛନ୍ତି।ସାମଗ୍ରିକ ବିମାନ ଚଳାଚଳ ସ୍ଥିତିରେ ସୁଧାର ଜାରି ରହିଛି। ଫେବୃଆରୀ ୨୮ ଠାରୁ ପ୍ରାୟ ୧୨,୩୮,୦୦୦ ଯାତ୍ରୀ ଏହି ଅଞ୍ଚଳରୁ ଭାରତକୁ ଯାତ୍ରା କରିଛନ୍ତି।ଇରାନର ଆକାଶମାର୍ଗ କାର୍ଗୋ ଏବଂ ଚାର୍ଟାର୍ଡ ବିମାନ ପାଇଁ ଆଂଶିକ ଖୋଲା ଅଛି। ବର୍ତ୍ତମାନ ସୁଦ୍ଧା ୨,୪୩୨ ଭାରତୀୟ ନାଗରିକଙ୍କୁ ଆର୍ମେନିଆ ଏବଂ ଆଜରବାଇଜାନ ମାଧ୍ୟମରେ ବାହାରକୁ ଆସିବାରେ ସହାୟତା କରାଯାଇଛି, ଯେଉଁଥିରେ ୧,୦୯୬ ଜଣ ଛାତ୍ର ଏବଂ ୬୫୭ ଜଣ ମତ୍ସ୍ୟଜୀବୀ ଅଛନ୍ତି।ଇସ୍ରାଏଲର ଆକାଶମାର୍ଗ ଖୋଲା ଅଛି ଏବଂ ଭାରତକୁ ଯାତ୍ରା ପାଇଁ ସୀମିତ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହୋଇଛ
