ପୁରୀ ଜିଲ୍ଲା ଗୋପରେ ହେବ ଶ୍ରୀୟା ଚଣ୍ଡାଳୁଣୀ ନଗରୀ ଓ ବଳରାମ ଦାସଙ୍କ ଗାଦିପୀଠ

ପୁରୀ ଜିଲ୍ଲା ଗୋପରେ ଲୋକମାନଙ୍କର ଅନେକ ଦିନର ଆଶା ପୂରଣ ହେବାକୁ ଯାଉଛି । ଗୋପରେ ହେବ ଓଡ଼ିଆ ଐତିହ୍ୟ ଓ ପରମ୍ପରା ସହ ଜଡିତ ଶ୍ରୀୟା ଚଣ୍ଡାଳୁଣୀଙ୍କ ନଗରୀ, ଓ ନୂତନ ଭାବେ ନିର୍ମାଣ ହେବ ଶ୍ରୀବଳରାମ ଦାସଙ୍କ ଗାଦିପୀଠ | ଭକ୍ତ କବି ବଳରାମ ଦାସ ଜଣେ କବି,ସାଧକ ବା ଭକ୍ତ ଭାବେ ଯେତିକି ପରିଚିତ, ତାଙ୍କ ରଚିତ ଲକ୍ଷ୍ମୀ ପୁରାଣରେ ସମାଜ ସଂସ୍କାର,ଛୁଆଁ ଅଛୁଆଁ ବିରୋଧ ଓ ମହିଳା ସଶକ୍ତିକରଣର ଚିତ୍ର ବେଶ ପରିସ୍ପୁଟ। ସେ ଥିଲେ ଭକ୍ତି ଆନ୍ଦୋଳନର ପ୍ରବକ୍ତା। ପଞ୍ଚସଖାଙ୍କ ମଧ୍ୟରେ ବଳରାମ ଥିଲେ ଅନ୍ୟତମ । ନିଜର ଭକ୍ତି, ସମର୍ପଣ ଦ୍ଵାରା ବଳରାମ ମହାପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କୁ ଏକତ୍ର ଏହି ପୀଠରେ ଦର୍ଶନ କରିଥିଲେ ବୋଲି ଏହାକୁ ଗୁପ୍ତ ଶ୍ରୀକ୍ଷେତ୍ର ବୋଲି ମଧ୍ୟ କୁହାଯାଏ । ଲକ୍ଷ୍ମୀ ପୁରାଣ ଆମ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପ୍ରତୀକ । ସେହି କାଳଜଇ ମହାପୁରୁଷଙ୍କ ପୀଠକୁ ପୁର୍ନଜୀବିତ ରଖିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ନେଉଛନ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ । ବାଇଟ: ବନରଞ୍ଜନ ପଟ୍ଟନାୟକ, ଗୋପ ବ୍ଲକ ଉପାଧ୍ୟକ୍ଷ (ହଳଦିଆ ସାର୍ଟ)ବାଇଟ: ପ୍ରମୋଦ ରାୟ, ଜିଲ୍ଲାପରିଷଦ ସଭ୍ୟ(ଧଳା ସାର୍ଟ,)Vo @୨_ଏହି ପୀଠ ୨୮ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ ହେବ । ଏହି ମନ୍ଦିର ପ୍ରତିଷ୍ଠା ଦ୍ଵାରା ପର୍ଯ୍ୟଟନ କ୍ଷେତ୍ର ଅଧିକ ସମୃଦ୍ଧ ହେବ । ମା ଲକ୍ଷ୍ମୀ କରିଡରଟି ଭବ୍ୟ ହେବା ସହ ଏହି ଅଞ୍ଚଳର ବିକାଶରେ ସହାୟକ ହେବ। ପର୍ଯ୍ୟଟନର ବିକାଶ ଆମ ରାଜ୍ୟକୁ ଶୀର୍ଷ ରେ ପହଞ୍ଚାଇବା ସହ ବିକଶିତ ଓଡିଶା ଓ ବିକଶିତ ରାଷ୍ଟ୍ର ର ସ୍ବପ୍ନ କୁ ପୂରଣ କରିବ ବୋଲି ଆଶାରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ମନ୍ଦିର ନିର୍ମାଣ ପାଇଁ ପ୍ରଶାସନିକ ଅନୁମତି ସହ ଅର୍ଥ ବ୍ୟବସ୍ଥା ହୋଇସାରିଛି ,୧୮ ମାସ ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ ହେବ । ଏହାର ନିର୍ମାଣ ଦାୟିତ୍ୱ ପଦ୍ମଶ୍ରୀ ପ୍ରଭାକର ମହାରଣାଙ୍କୁ ଦିଆଯାଇଛି |

Leave a Reply

Your email address will not be published. Required fields are marked *