ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା
ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା, ନର୍ସଙ୍କ ଭୁଲ ଇଂଜେକସନ ଯୋଗୁଁ ଚାଲିଗଲା ୧୨ବର୍ଷ ର ନାବାଳକ ର ଜୀବନ।ଭୁଲ୍ ଇଞ୍ଜେକ୍ସନ ପାଇଁ ଚାଲିଗଲା ଯୁବକଙ୍କ ଜୀବନ।ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ସୂଚନା ମୁତାବକ ଯୁବକ ଙ୍କ ନାମ ମୁକେଶ କୁମାର ବାରିକ୍ ପିତା ଦେବକାନ୍ତ ବାରିକ୍, ପଦ୍ମପୁର ମେଳକ ସାହି, ବୋଲି ଜଣାପଡ଼ିଛି। ଯୁବକ ଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ଜାମୁଝାଡି ରୁ ଧାମରା ମୁଖ୍ୟ ରାସ୍ତା ଅବରୋଧ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ବାସୁଦେବ ପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ର ଦେଖା ଯାଇଛି l
