ବଡ଼ ହଲଚଲ ଦାମୋଦର ରାଉତ ଙ୍କ ପ୍ରେମିଙ୍କ ମେଳି ଦେଖି ଭଙ୍ଗା ପ୍ରତି ମୂର୍ତ୍ତି ପାଖରେ ଫୋଟ ରଖି ପ୍ରତିବାଦ।

ଏରସମା ୨୬/୪/୨୦୨୬ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପୂର୍ବରୁ ଜଙ୍ଗଲ ବିଭାଗ ପକ୍ଷରୁ ଶିଆଳି ଠା ରେ ସ୍ଥାପିତ ମୂର୍ତ୍ତି କୁ ଭାଙ୍ଗି ଦିଆଯାଇଛି l ପ୍ରତିବାଦ ରେ ଆଜି ଶିଆଳି ବାଲିଯାତ୍ରା କମିଟି ଡାକରା ରେ ନିରାକାର୍ ସ୍ଵାଇଁ ଙ୍କ ନେତୃତ୍ଵ ରେ ଜଗତସିଂହପୁର ସଂସଦ ବିଭୁ ପ୍ରସାଦ ତରାଇ, ଜିଲ୍ଲା ବିଜେପି ସଭପତି ପ୍ରତାପ ମିଶ୍ର, ରାଜ୍ୟ ଓବିଶି ମୋର୍ଚ୍ଚା ଉପ ସଭପତି ନୃସିଂହ ସାହୁ,ବାଲିକୁଦା ଏରସମା ବିଜେପି ନେତା ଶିବ ବ୍ରତ ଦାସ, ନାରୀନେତ୍ରୀ ନିରୂପମା ସ୍ଵାଇଁ, ବରିଷ୍ଠ ନେତା ସଞ୍ଜୟ ମହାନ୍ତି ପ୍ରମୂଖ ଯୋଗ ଦେଇ ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି ଭଙ୍ଗା କୁ ନିନ୍ଦା କରିଥିଲେ l ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି  ଏ ସମ୍ବନ୍ଧରେ ଅବ ଗତ କରାଯିବ ବୋଲି ଜିଲ୍ଲା ସଭା ପତି ପ୍ରତାପ ମିଶ୍ର କହିଛନ୍ତି l ଦମଦୋର ରାଉତ ଜଣେ ଦକ୍ଷ ରାଜନେତା ଥିଲେ l ତାଙ୍କ ପ୍ରତିମୂର୍ତ୍ତି କୁ ଏଭଳି ଅପମାନ ଦେବା ସୋଭ ନୀୟ ନୁହେଁ l ପଞ୍ଚାୟତ ର ଜୟଦେବ ସାମନ୍ତ, ସୁକାନ୍ତ ସାମନ୍ତ, ନୀମାଇଁ ମଲ୍ଲିକ ପ୍ରମୁଖ ଦୃଢ଼ ନିନ୍ଦା କରିଛନ୍ତି l

Leave a Reply

Your email address will not be published. Required fields are marked *