ମଦ ବନ୍ଦ ଡାକରା ପାଇଁ ଗଠନ ହେଲା ନାରୀ ମହାଶକ୍ତି ସଂଗଠନ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ୍ ରେ ଦିନ କୁ ଦିନ ଗାଁ ଗାଁ ରେ ମଦ ବିକ୍ରି ହେଉ ଥିବା ଯୋଗୁ ବେକାରୀ ଯୁବକ. ନାବାଳକ. ପିଲା ମାନେ.ପୁରୁଷ ମାନେ ମଦ ପିଇ ଧନ ଜୀବନ ନଷ୍ଟ କରିବା ସହ ଅଞ୍ଚଳ ରେ ଚୋରି. ଗଣ୍ଡ ଗୋଳ. ଅନ୍ୟତିକ କାମ ଲିପ୍ତ ରହି ଘରେ ଘରେ ଅଶାନ୍ତି ବାତ୍ତା ବରଣ ଦିନକୁ ଦିନ ବଢି ବଢି ଯାଉ ଥିବାରୁ ଆଜି ନାରୀ ମହାଶକ୍ତି ସଂଗଠନ କରି ପାତ୍ର ପୁଟ ଠାରେ ମାଆ ଭଉଣୀ ମାନେ ଆଜି ସମସ୍ତେ ମିଳିମିଶି ଏକ ସ୍ବରରେ ଅଞ୍ଚଳରେ ବିକ୍ରି ହେଉଥିବା ମଦକୁ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନାରୀ ମହା ଶକ୍ତି ସଂଗ ଠନ । ଚାରିଶହରୁ ଉର୍ଦ୍ଧ ମହିଳା‌ ହାତରେ ଠେଙ୍ଗା ବାଡି ଧରି ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଭାଟି ବନ୍ଦ ସହିତ ବେଆଇନ ଭାବରେ ବିକ୍ରି କରୁଥିବା ବ୍ୟକ୍ତି ଙ୍କୁ ତୁରନ୍ତ ଗିରଫ କରିବାକୁ ଏକ ଶୋଭା ଯାତ୍ରା କରି ସ୍ୱର ଉତ୍ତଳୋନ କରି ଥିଲେ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏ ଦିଗରେ ଆଗେଇ ଆସି ମଦ ବନ୍ଦ କରିବାରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିବେଦନ କରିଛନ୍ତି. l ଯଦି ମଦ ଵନ୍ଦ ନ କଲେ ଆଗାମୀ ଦିନରେ ନାରୀ ମହାଶକ୍ତି ଠେଙ୍ଗା ବାଡି ଧରି ରାଜ ରାସ୍ତାରେ ଓହ୍ଲାଇବୁ ବୋଲି ଚେତାବନି ଦେଇ ଥିବାର ଦେଖିବା କୁ ମିଳିଛି। ଆଜିର ଏହି ସଂଘ ଗଠନ ରେ ତେନ୍ତୁଳିଖୁଣ୍ଟି ବ୍ଳକ ବିଭିନ୍ନ ଗ୍ରାମରୁ ମହିଳା ମାନେ ଏକତ୍ରୀତ ହୋଇଥିଲେ । ମୁଖ୍ୟ ଭୂମିକା ରେ ମଦନ ମାଝୀ,ପ୍ରତିମା ହରିଜନ ,ସମାରୀ ଜାନୀ ,ଡମୁଣୀ ଗୌଡ ,ଡମାଏ ହରିଜନ,ଦଶୁଜାନୀ,ଇନ୍ଦ୍ରା ମୁଦୁଲ, ସୂର୍ଯ୍ୟ ନାୟକ,କରୁଣା ନାୟକ,ମୁକ୍ତା ହରିଜନ,ଉଷାଜାନୀ,ବୁଦାଇଜାନୀ, ଜୟନ୍ତି ମାଝୀ,ମୁଙ୍ଗାଏ ନାୟକ,ମୁକ୍ତା ଚଲାଣ,ରମ୍ଭା ସୌରା,ପଦ୍ମାବତୀ ମାଝୀ, ଅଁଳା ମାଝୀ,ପଦ୍ମାମାଝି,ସୁରେନ୍ଦ୍ରୀ ମାଝୀ,ଦୁତି ମାଝୀ, ଗୁରାଏ ମୁଦୁଲି,ଅମି ମୁଦୁଲି,ଲଳିତା ମୁଦୁଲି,ରଶ୍ମିତା ମୁଦୁଲି,ଧବଲି ମୁଦୁଲି ଅନେକ ମହିଳା ମାନେ ମହାସଂଘରେ ମିଳିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *