ପଶ୍ଚିମ ଏସିଆ ପରିସ୍ଥିତି: ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

ପଶ୍ଚିମ ଏସିଆ ପରିସ୍ଥିତି: ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ l ଏଲପିଜି ବିତରଣ କେନ୍ଦ୍ରଗୁଡ଼ିକରେ କୌଣସି ଅଭାବ ପରିଲକ୍ଷିତ ହୋଇନାହିଁ; ଗତକାଲି ୫୧.୮ ଲକ୍ଷରୁ ଅଧିକ ଘରୋଇ ଗ୍ୟାସ ସିଲିଣ୍ଡର ବିତରଣ କରାଯାଇଛିଏପର୍ଯ୍ୟନ୍ତ ୪୨,୫୦୦ରୁ ଅଧିକ ପିଏନଜି ଗ୍ରାହକ ସେମାନଙ୍କ ଏଲପିଜି ସଂଯୋଗ ସମର୍ପଣ କରିଛନ୍ତିମାର୍ଚ୍ଚ ୨୦୨୬ ପରଠାରୁ ପ୍ରାୟ ୫.୪୫ ଲକ୍ଷ ପିଏନଜି ସଂଯୋଗ କାର୍ଯ୍ୟକାରୀ ହୋଇଛି ଏବଂ ଅତିରିକ୍ତ ୨.୬୨ ଲକ୍ଷ ସଂଯୋଗ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛିଗତ ୨୪ ଘଣ୍ଟା ମଧ୍ୟରେ ୨୪ ଜଣଙ୍କ ସମେତ ସମୁଦାୟ ୨,୭୬୪ରୁ ଅଧିକ ଭାରତୀୟ ନାବିକଙ୍କୁ ଗଲ୍ଫ ଅଞ୍ଚଳରୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯାଇଛିଫେବୃଆରୀ ୨୮ ପରଠାରୁ ସେହି ଅଞ୍ଚଳରୁ ପ୍ରାୟ ୧୨.୯୬ ଲକ୍ଷ ଯାତ୍ରୀ ଭାରତକୁ ଯାତ୍ରା କରିଛନ୍ତିନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବଂ ବଦଳୁଥିବା ପରିସ୍ଥିତିକୁ ନଜରରେ ରଖି ସଜାଗ ହୋଇଛନ୍ତି ଭାରତ ସରକାର। ଦେଶର ଆବଶ୍ୟକତାକୁ ଦେଖି ତୈଳ ଓ ଗ୍ୟାସ ଆମଦାନୀ ଏବଂ ବିତରଣକୁ ନିରନ୍ତର କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କ ସହଯୋଗରେ ଦେଶରେ ତୈଳ ଏବଂ ରନ୍ଧନ ଗ୍ୟାସ ଯୋଗାଣ ସ୍ୱଭାବିକ ରହିଥିବା ଆଜି ତୈଳ ଓ ପ୍ରାକୃତି ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାସହ ଉତ୍ତେଜନା ଅଞ୍ଚଳରେ ଥିବା ଭାରତୀୟ ନାଗରିକଙ୍କୁ ସହାୟତା ପ୍ରଦାନ ଲାଗି ବିହିତ ପଦକ୍ଷେପ ନିଆଯାଉଛି ବୋଲି କୁହାଯାଇଛି। ହର୍ମୁଜ ପ୍ରଣାଳୀର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସାରା ଦେଶରେ ପେଟ୍ରୋଲିୟମ ଦ୍ରବ୍ୟ ଏବଂ ଏଲପିଜିର ଅବ୍ୟାହତ ଉପଲବ୍ଧତା ନିଶ୍ଚିତ କରିବାକୁ ପଦକ୍ଷେପ ନେଉଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସରକାର ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଉପଲବ୍ଧ କରାଇବାକୁ ସମସ୍ତ ପ୍ରୟାସ କରୁଥିବାରୁ ନାଗରିକମାନଙ୍କୁ ଆତଙ୍କିତ ହୋଇ କିଣାକିଣି ନକରିବାକୁ ପରାମର୍ଶ ଦିଆଯାଇଛି। ଗୁଜବରୁ ଦୂରେଇ ରୁହନ୍ତୁ ଏବଂ ସଠିକ ସୂଚନା ପାଇଁ ସରକାରୀ ଉତ୍ସ ଉପରେ ଭରସା କରିବାକୁ ପରାମର୍ଶ ଦିଆଯିବା ସହ, ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଏବଂ ବିତରକଙ୍କ ପାଖକୁ ନଯିବାକୁ ଅନୁରୋଧ କରାଯାଇଛି। ନାଗରିକମାନଙ୍କୁ ପିଏନଜି ଏବଂ ଇଲେକ୍ଟ୍ରିକ ବା ଇଣ୍ଡକ୍ସନ ଚୁଲା ପରି ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ବର୍ତ୍ତମାନର ପରିସ୍ଥିତିରେ ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଂରକ୍ଷଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।ସରକାରୀ ପ୍ରସ୍ତୁତି ଏବଂ ଯୋଗାଣ ପରିଚାଳନା ପଦକ୍ଷେପଭୂ-ରାଜନୈତିକ ସ୍ଥିତି ସତ୍ତ୍ୱେ ସରକାର ଘରୋଇ ଏଲପିଜି, ଘରୋଇ ପିଏନଜି ଏବଂ ସିଏନଜି (ପରିବହନ) ପାଇଁ ୧୦୦% ଯୋଗାଣ ନିଶ୍ଚିତ କରିଛନ୍ତି।ବ୍ୟବସାୟିକ ଏଲପିଜି ପାଇଁ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନକୁ ପ୍ରାଥମିକତା ଦିଆଯାଇଛି। ଏହାବ୍ୟତୀତ ଫାର୍ମା, ଇସ୍ପାତ, ଅଟୋମୋବାଇଲ, ବିହନ ଏବଂ କୃଷି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପ୍ରବାସୀ ଶ୍ରମିକମାନଙ୍କ ପାଇଁ ୫ କେଜି ଏଫଟିଏଲ ସିଲିଣ୍ଡର ଯୋଗାଣକୁ ମାର୍ଚ୍ଚ ୨୦୨୬ର ହାରାହାରି ଦୈନିକ ଯୋଗାଣ ଆଧାରରେ ଦୁଇଗୁଣ କରାଯାଇଛି।ସରକାର ଯୋଗାଣ ଏବଂ ଚାହିଦା ଉଭୟ କ୍ଷେତ୍ରରେ କେତେକ ଯୁକ୍ତିସଙ୍ଗତ ପଦକ୍ଷେପ ନେଇଛନ୍ତି, ଯେଉଁଥିରେ ରିଫାଇନାରୀ ଉତ୍ପାଦନ ବୃଦ୍ଧି ଏବଂ ସହରାଞ୍ଚଳରେ ବୁକିଂ ବ୍ୟବଧାନକୁ ୨୧ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଏଲପିଜି ଚାହିଦା ଉପରେ ଚାପ କମାଇବା ପାଇଁ କିରୋସିନ ଏବଂ କୋଇଲା ଭଳି ବିକଳ୍ପ ଜାଳେଣି ଉପଲବ୍ଧ କରାଯାଇଛି।କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେଣୀ କଲିଅରିଜକୁ କ୍ଷୁଦ୍ର ଓ ମଧ୍ୟମ ଗ୍ରାହକଙ୍କ ପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।ଘରୋଇ ଏବଂ ବ୍ୟବସାୟିକ ଗ୍ରାହକଙ୍କୁ ନୂତନ ପିଏନଜି ସଂଯୋଗ ପ୍ରଦାନ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ସମନ୍ୱୟ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଏବଂ ଏଲପିଜି ନିୟନ୍ତ୍ରଣ ଆଦେଶ, ୨୦୦୦ ଅଧୀନରେ ରାଜ୍ୟ ସରକାରମାନଙ୍କୁ ଯୋଗାଣ ଉପରେ ନଜର ରଖିବା ଏବଂ ମହଜୁଦକାରୀ ତଥା କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ଦିଆଯାଇଛି। ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତି ଉପରେ ନଜର ରଖିବାରେ ରାଜ୍ୟ ସରକାରମାନଙ୍କର ମୁଖ୍ୟ ଭୂମିକା ରହିଛି। ଭାରତ ସରକାର ଚିଠି ଏବଂ ଭିସି ମାଧ୍ୟମରେ ଏହାକୁ ଦୋହରାଇଛନ୍ତି। ଜାଳେଣିର ପର୍ଯ୍ୟାପ୍ତ ଉପଲବ୍ଧତା ସମ୍ପର୍କରେ ନାଗରିକଙ୍କୁ ଆଶ୍ୱାସନା ଦେବା ପାଇଁ ସରକାର ସକ୍ରିୟ ଜନସମ୍ପର୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟମାନଙ୍କ ସହ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଏପ୍ରିଲ ମାସରେ ଅନୁଷ୍ଠିତ ବୈଠକଗୁଡ଼ିକରେ ନିମ୍ନଲିଖିତ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି:ଦୈନିକ ପ୍ରେସ ବ୍ରିଫିଂ ଏବଂ ନିୟମିତ ଜନସାଧାରଣଙ୍କ ପାଇଁ ପରାମର୍ଶ ଜାରି କରିବା।ସୋସିଆଲ ମିଡିଆରେ ମିଥ୍ୟା ଖବର ଏବଂ ବିଭ୍ରାନ୍ତିକର ସୂଚନା ଉପରେ ନଜର ରଖିବା ଓ ତାହାର ମୁକାବିଲା କରିବା।ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଦିନ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବା ଏବଂ ତୈଳ କମ୍ପାନୀଗୁଡ଼ିକ ସହ ମିଶି ଚଢ଼ାଉ ଜାରି ରଖିବା।ନିଜ ନିଜ ରାଜ୍ୟରେ ବ୍ୟବସାୟିକ ଏଲପିଜି ଏବଂ ଅତିରିକ୍ତ କିରୋସିନ (SKO) ଆବଣ୍ଟନ ଆଦେଶ ଜାରି କରିବା।ପିଏନଜି ଏବଂ ବିକଳ୍ପ ଜାଳେଣିକୁ ପ୍ରୋତ୍ସାହିତ କରିବା।ଏଲପିଜି ଯୋଗାଣ, ବିଶେଷ କରି ଘରୋଇ ଆବଶ୍ୟକତା ପାଇଁ ପ୍ରାଥମିକତା ଦେବା ଏବଂ ୫ କେଜି ଏଫଟିଏଲ ସିଲିଣ୍ଡରର ଲକ୍ଷ୍ୟଧାର୍ଯ୍ୟ ବଣ୍ଟନ କରିବା।ସମସ୍ତ ରାଜ୍ୟରେ କଳାବଜାରୀ ରୋକିବା ପାଇଁ କଣ୍ଟ୍ରୋଲ ରୁମ୍ ଏବଂ ଜିଲ୍ଲା ସ୍ତରୀୟ ମନିଟରିଂ କମିଟି ଗଠନ କରାଯାଇଛି।ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିୟମିତ ଭାବେ ପ୍ରେସ ବିଜ୍ଞପ୍ତି ଜାରି କରୁଛନ୍ତି।ପ୍ରବର୍ତ୍ତନ ଏବଂ ଅନୁଧ୍ୟାନ କାର୍ଯ୍ୟାନୁଷ୍ଠାନଏଲପିଜିର ବେଆଇନ ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ ସାରା ଦେଶରେ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତକାଲି ସାରା ଦେଶରେ ୨୧୦୦ରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି।ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ଆକସ୍ମିକ ଯାଞ୍ଚକୁ କଡ଼ାକଡ଼ି କରିଛନ୍ତି ଏବଂ ଗତକାଲି ସୁଦ୍ଧା ୩୧୦ଟି ଏଲପିଜି ବିତରକଙ୍କ ଉପରେ ଜରିମାନା ଲଗାଇବା ସହ ୭୦ଟି ବିତରକ କେନ୍ଦ୍ରର ଲାଇସେନ୍ସ ନିଲମ୍ବିତ କରିଛନ୍ତି।ଏଲପିଜି ଯୋଗାଣପ୍ରଚଳିତ ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ଏଲପିଜି ଯୋଗାଣ ପ୍ରଭାବିତ ହେବା ଜାରି ରହିଛି।ଘରୋଇ ଉପଭୋକ୍ତାମାନଙ୍କୁ ଏଲପିଜି ଯୋଗାଣ କ୍ଷେତ୍ରରେ ପ୍ରାଥମିକତା ଦିଆଯାଇଛି।ଏଲପିଜି ବିତରକ କେନ୍ଦ୍ରଗୁଡ଼ିକରେ କୌଣସି ଶୂନ୍ୟତା ରିପୋର୍ଟ ହୋଇନାହିଁ।ଗତକାଲି ଶିଳ୍ପ ଭିତ୍ତିରେ ଅନଲାଇନ୍ ଏଲପିଜି ସିଲିଣ୍ଡର ବୁକିଂ ପ୍ରାୟ ୯୮% କୁ ବୃଦ୍ଧି ପାଇଛି।ସିଲିଣ୍ଡର ଚୋରା ଚାଲାଣ ରୋକିବା ପାଇଁ ‘ଡେଲିଭରି ଅଥେଣ୍ଟିକେସନ କୋଡ୍’ ଆଧାରିତ ବିତରଣ ପ୍ରାୟ ୯୪% କୁ ବୃଦ୍ଧି ପାଇଛି। ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏହି କୋଡ୍ ପ୍ରଦାନ କରାଯାଉଛି।୨୫.୦୪.୨୦୨୬ ରିଖରେ ୫୧.୮ ଲକ୍ଷରୁ ଅଧିକ ଘରୋଇ ଏଲପିଜି ସିଲିଣ୍ଡର ବିତରଣ କରାଯାଇଛି।ବ୍ୟବସାୟିକ ଏଲପିଜି ଯୋଗାଣ ଏବଂ ଆବଣ୍ଟନ ପଦକ୍ଷେପ:ମୋଟ ବ୍ୟବସାୟିକ ଏଲପିଜି ଆବଣ୍ଟନକୁ ସଙ୍କଟ ପୂର୍ବ ସ୍ତରର ପ୍ରାୟ ୭୦% କୁ ବୃଦ୍ଧି କରାଯାଇଛି।୬ ଏପ୍ରିଲ ୨୦୨୬ ର ଚିଠି ଅନୁଯାୟୀ, ପ୍ରବାସୀ ଶ୍ରମିକଙ୍କୁ ବଣ୍ଟନ ପାଇଁ ଉଦ୍ଦିଷ୍ଟ ୫ କେଜି ଏଫଟିଏଲ ସିଲିଣ୍ଡରର ଦୈନିକ ପରିମାଣକୁ ଦୁଇଗୁଣ କରାଯାଇଛି। ଏହି ସିଲିଣ୍ଡରଗୁଡ଼ିକ ତୈଳ କମ୍ପାନୀଙ୍କ ସହାୟତାରେ କେବଳ ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ରହିବ।୧ ଏପ୍ରିଲ ୨୦୨୬ ପରଠାରୁ ୧୯.୪୪ ଲକ୍ଷରୁ ଅଧିକ ୫ କେଜି ଏଫଟିଏଲ ସିଲିଣ୍ଡର ବିକ୍ରି ହୋଇଛି।୩ ଏପ୍ରିଲ ୨୦୨୬ ପରଠାରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ୮୯୫୦ରୁ ଅଧିକ ସଚେତନତା ଶିବିର ଆୟୋଜନ କରିଛନ୍ତି।ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନଜି ସମ୍ପ୍ରସାରଣ ଉଦ୍ୟମଘରୋଇ ପିଏନଜି ଏବଂ ପରିବହନ ପାଇଁ ବ୍ୟବହୃତ ସିଏନ୍‍ଜି ୧୦୦% ଯୋଗାଣ ସହ ଗ୍ରାହକଙ୍କୁ ପ୍ରାଥମିକତା ଦିଆଯାଇଛି।ସାର କାରଖାନାଗୁଡ଼ିକୁ ସେମାନଙ୍କ ହାରାହାରି ବ୍ୟବହାରର ପ୍ରାୟ ୯୫% ଗ୍ୟାସ ଆବଣ୍ଟନ ବୃଦ୍ଧି କରାଯାଇଛି।ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଣ୍ଟିନ ପରି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ପିଏନଜି ସଂଯୋଗକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି।ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧୀନରେ ‘ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଦ୍ରବ୍ୟ ବିତରଣ ଆଦେଶ, ୨୦୨୬’ ଅଧିସୂଚିତ କରିଛନ୍ତି, ଯାହା ଦେଶସାରା ପାଇପଲାଇନ ବିଛାଇବା ଏବଂ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିର ଦ୍ରୁତ ବିକାଶରେ ସହାୟକ ହେବ।ମାର୍ଚ୍ଚ ୨୦୨୬ ପରଠାରୁ ପ୍ରାୟ ୫.୪୫ ଲକ୍ଷ ପିଏନଜି ସଂଯୋଗ କାର୍ଯ୍ୟକ୍ଷମ କରାଯାଇଛି।ଅଶୋଧିତ ତୈଳ ସ୍ଥିତି ଏବଂ ରିଫାଇନାରୀ କାର୍ଯ୍ୟକଳାପସମସ୍ତ ରିଫାଇନାରୀ ପର୍ଯ୍ୟାପ୍ତ କ୍ରୁଡ୍ ମହଜୁଦ ସହ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ଏବଂ ପେଟ୍ରୋଲ ତଥା ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ବଜାୟ ରଖାଯାଇଛି।ଘରୋଇ ବ୍ୟବହାରକୁ ସହାୟତା କରିବା ପାଇଁ ରିଫାଇନାରୀଗୁଡ଼ିକରୁ ଏଲପିଜି ଉତ୍ପାଦନ ବୃଦ୍ଧି କରାଯାଇଛି।ଫାର୍ମା ଏବଂ କେମିକାଲ୍ କ୍ଷେତ୍ରର କମ୍ପାନୀଗୁଡ଼ିକ ପାଇଁ ଦୈନିକ ୧୦୦୦ ମେଟ୍ରିକ୍ ଟନ୍ ଏଲପିଜି ବ୍ୟବସ୍ଥା କରାଯାଇଛି।ଖୁଚୁରା ଜାଳେଣି ଉପଲବ୍ଧତା ଏବଂ ମୂଲ୍ୟ ନିର୍ଧାରଣ ପଦକ୍ଷେପଦେଶସାରା ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛନ୍ତି।ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ କ୍ରୁଡ୍ ମୂଲ୍ୟରେ ଅସ୍ୱାଭାବିକ ବୃଦ୍ଧି ଘଟିଛି; ତଥାପି ଗ୍ରାହକଙ୍କ ସୁରକ୍ଷା ପାଇଁ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି (ଅବକାରୀ ଶୁଳ୍କ) ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି।ସାରା ଦେଶରେ ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଏବଂ ଡିଜେଲ ଷ୍ଟକ୍ ଉପଲବ୍ଧ ଅଛି। ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।କିରୋସିନ ଉପଲବ୍ଧତା ଏବଂ ବଣ୍ଟନନିୟମିତ ଆବଣ୍ଟନ ବ୍ୟତୀତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ୪୮,୦୦୦ କେଏଲ୍ କିରୋସିନ ପ୍ରଦାନ କରାଯାଇଛି।ସାମୁଦ୍ରିକ ସୁରକ୍ଷା ଏବଂ ସିପିଂ କାର୍ଯ୍ୟକଳାପସେହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଭାରତୀୟ ଜାହାଜ ଏବଂ ନାବିକଙ୍କୁ ସୁରକ୍ଷା ଦେବା ପାଇଁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ଅଘଟଣ ରିପୋର୍ଟ ହୋଇନାହିଁ।ଡିଜି ସିପିଂ କଣ୍ଟ୍ରୋଲ ରୁମ୍ ସକ୍ରିୟ ହେବା ପରଠାରୁ ୭,୭୫୫ଟି କଲ୍ ଏବଂ ୧୬,୫୧୮ରୁ ଅଧିକ ଇମେଲ୍ ପରିଚାଳନା କରିଛି।ଭାରତୀୟ ନାଗରିକଙ୍କ ସୁରକ୍ଷାବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ଏସିଆରେ ଥିବା ଭାରତୀୟ ନାଗରିକଙ୍‍କ ସୁରକ୍ଷା ଓ କଲ୍ୟାଣ ଉପରେ ନଜର ରଖିଛି:ଭାରତୀୟ ଦୂତାବାସଗୁଡ଼ିକ ୨୪ ଘଣ୍ଟିଆ ହେଲ୍ପଲାଇନ ଜରିଆରେ ନିରନ୍ତର ସହାୟତା ଯୋଗାଉଛନ୍ତି।୨୮ ଫେବୃଆରୀ ପରଠାରୁ ପ୍ରାୟ ୧୨,୯୬,୦୦୦ ଯାତ୍ରୀ ସେହି ଅଞ୍ଚଳରୁ ଭାରତକୁ ଯାତ୍ରା କରିଛନ୍ତି।ୟୁଏଇ, ସୌଦି ଆରବ, ଓମାନ, କୁଏତ ଏବଂ ବାହାରିନରୁ ଭାରତକୁ ବିମାନ ଚଳାଚଳ ଜାରି ରହିଛି।ଇରାନକୁ ଯାତ୍ରା ନକରିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ଏବଂ ସେଠାରେ ଥିବା ନାଗରିକଙ୍କୁ ସ୍ଥଳ ସୀମା ଦେଇ ଇରାନ ଛାଡ଼ିବାକୁ ଅନୁରୋଧ କରାଯାଇଛି। ଭାରତୀୟ ଦୂତାବାସ ଏପର୍ଯ୍ୟନ୍ତ ୨,୪୪୫ ଭାରତୀୟଙ୍କୁ ସ୍ଥଳ ସୀମା ଦେଇ ବାହାରକୁ ଆସିବାରେ ସହାୟତା କରିଛି।ଇସ୍ରାଏଲ ଆକାଶମାର୍ଗ ଖୋଲା ଅଛି ଏବଂ ସୀମିତ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *