5 ଦିନ ଧରି ଗାଁ ରେ ଲାଗି ରହିଛି ଅଶାନ୍ତି

5 ଦିନ ଧରି ଗାଁ ରେ ଲାଗି ରହିଛି ଅଶାନ୍ତି । ପୁରୀ ଡେଲାଙ୍ଗ ବ୍ଲକ କଲ୍ୟାଣପୁର ଗାଁ ମେଳଣରେ ଜୁଆଆଡାରେ ପୁରୀ ପୋଲିସର ସ୍ଵତନ୍ତ୍ର ଟିମ ଚଢ଼ାଉ ବେଳେ ପୋଲିସ ଉପରକୁ ଦୁର୍ବୁତ୍ତ ମାନେ ଆକ୍ରମଣ କରିବା ଘଟଣାରେ ଗାଁ ରେ ଅସାନ୍ତି ଲାଗି ରହିଛି । ଏହି ଘଟଣାରେ ଆହତ ହୋଇଥିବା ପୁରୀ ପୋଲିସର ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ୨୩ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 5 ଦିନ ଭିତରେ ଗାଁ ରୁ ୧୪ ଜଣଙ୍କୁ ପୋଲିସ ଉଠେଇ ନେବା ପରେ ଗାଁ ର ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୋଲିସ ଅଚାନକ ଚଢ଼ାଉ କରି ଗାଁ ରେ ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ଏବେ ଭୟରେ ପୁରା ଗାଁ ଯାହାପାଇଁ ଆଜିକୁ 5 ଦିନ ଧରି ପୁରୁଷ ଶୂନ୍ୟ ହୋଇ ପଡ଼ିଛି କଲ୍ୟାଣପୁର ଗାଁ । ଗାଁ ରେ କିଛି ଲୋକଙ୍କ ପୁଅ ଝିଅ ବାହାଘର କାର୍ଯ୍ୟ ଥିଲେ ସୁଦ୍ଧା ପୋଲିସ ଭୟରେ ସମସ୍ତ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯେଉଁମାନଙ୍କୁ ପୋଲିସ ଗିରଫ କରିଛି ସେମାନେ ନିର୍ଦ୍ଦୋଷ ସେମାନଙ୍କୁ ଛାଡ଼ି ଦେବା ପାଇଁ ମହିଳାମାନେ ଦାବି କରିଛନ୍ତି । 5 ଦିନ ଧରି ମହିଳା ନିଜ ଜିଦ୍ ରେ ଅଟଳ ଥିବାବେଳେ ଖବର ପାଇ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଗାଁ ରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଛନ୍ତି । ଖୁବ୍ ଶୀଘ୍ର ଏହି ଘଟଣାର ସମାଧାନ ହେବ ବୋଲି କଲ୍ୟାଣପୁରୁ ଗ୍ରାମବାସିଙ୍କୁ ଆଶ୍ୱାସନା ଦେଇଛନ୍ତି ବିଧାୟକ ।

Leave a Reply

Your email address will not be published. Required fields are marked *