ଅଣ୍ଡିଆ ମୌଜା ଓ ପାଟପୁର ବାସୀଙ୍କ ଆଶା ପୂରଣ ହେବ

ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ଅଣ୍ଢିଆ ମୌଜାର ହିତାଧିକାରୀଙ୍କୁ ଦୀର୍ଘ ୧୦୦ ବର୍ଷ ପରେ ମିଳିଲା ନ୍ୟାୟ । ଏକ ସ୍ୱତନ୍ତ୍ର ସ୍ଥାୟୀ ଜମି ପଟ୍ଟା ବଣ୍ଟନ ଉତ୍ସବରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ଗୋପ ବ୍ଲକର ଆଠଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରିବା ସହ ଅଣ୍ଡିଆ ମୌଜାରେ ସ୍ୱତନ୍ତ୍ର ବନ୍ଦୋବସ୍ତ କ୍ୟାମ୍ପରେ ନଟ ଫାଇନାଲ ଜମି ରେକର୍ଡ ଫାଇନାଲ କରି ପ୍ରାଥମିକ ପର୍ଯ୍ୟାୟରେ ୨୪୦ ଜଣ ପ୍ରଜାଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଅଣ୍ଡିଆ ଓ ପାଟପୁର ମୌଜାରେ ୨୬୩ ଏକର ଜମି ବନ୍ଦୋବସ୍ତ କ୍ୟାମ୍ପ ଜରିଆରେ ଫାଇନାଲ କରାଯାଇ ପ୍ରଜାଙ୍କୁ ଜମି ପଟ୍ଟା ବଣ୍ଟନ କରାଯିବ । ଜମିଜମା ସମସ୍ୟା ସମାଧାନ ପରେ ପ୍ରଜାମାନେ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇ ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ପୁରୀ ଜିଲ୍ଲାରେ ବିଭିନ୍ନ ବ୍ଲକରେ ଜମିଜମା ସମସ୍ୟା ରହିଛି । ସରକାର ସମୟ ଉପୋଜୋଗୀ ଆଇନ କରୁଛନ୍ତି । ସାଧାରଣ ଲୋକେ ଘରେ ବସି କିଭଳି ରାଜସ୍ୱ ସମାଧାନ କରିପାରିବେ ସେଥିପାଇଁ ରାଜସ୍ୱ ବିଭାଗ ପଦକ୍ଷେପ ନେଉଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *