ରଙ୍ଗମଞ୍ଚରେ ଠେଙ୍ଗା ବୁଲିଲା

ପୁରୀ ଜ଼ିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ଗ୍ରାମରେ ଡ୍ରାମା ପରିବେଷଣ ହେଉଥିବାବେଳେ ଗ୍ରାମ ଉପରସାହିର ୧୫ରୁ ଅଧିକ ଯୁବକ ମଞ୍ଚ ଉପରକୁ ଟେକା ପଥର ଫିଙ୍ଗିଛନ୍ତି। ପରେ ସେମାନେବିଭିନ୍ନ ମାରଣାସ୍ତ୍ର ଓ ଠେଙ୍ଗାବାଡ଼ି ଧରି ରଙ୍ଗମଞ୍ଚ ଉପରେ ଆତଙ୍କ ଖେଳାଇଥିଲେ | ଦୁଇସାହି ବିବାଦର ହିଂସାତ୍ମକ ପରିଣତି ମଞ୍ଚ ରେ ଚଢ଼ି ବ୍ୟାପକ ଭଙ୍ଗାରୁଜା କରିବା ସହ କଳାକାର ମାନଙ୍କୁ ମରଣାନ୍ତକ ଆକ୍ରମଣ କରି ଜିନିଷପତ୍ର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଯୁବକ ମାନଙ୍କ ଆତଙ୍କରେ ଦର୍ଶକମାନେ ଭୟଭୀତ ହୋଇ ପଳାଇବାକୁ ଚେଷ୍ଟା କରୁଥିବାବେଳେ ଦଳାଚକଟାରେ ଏକାଧିକ ଦର୍ଶକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ଭୁବନେଶ୍ବର ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି | ଅଭିଯୋଗକୁ ଆଧାର କରି ଡେଲାଙ୍ଗ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଅପରପକ୍ଷ ଥାନାରେ ପାଲଟା ଅଭିଯୋଗ କରିଥିବା ବେଳେ ଏ ସଂକ୍ରାନ୍ତରେ ଥାନାରେ ଆଉ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଡେଲାଙ୍ଗ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି l

Leave a Reply

Your email address will not be published. Required fields are marked *