ମଧୁବାବୁଙ୍କ ଜୟନ୍ତୀ ପାଳନ
ମଧୁବାବୁଙ୍କ ଜୟନ୍ତୀ ପାଳନ ବ୍ଯାସନଗର ଅଦ୍ଯ ତା ୨୮/୦୪/୨୦୨୬ ମଙ୍ଗଳବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍ସବ କମିଟିର ମୁଖ୍ୟ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ଉତ୍ସବ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାତ କୁମାର ସ୍ବାଇଁ ଦ୍ବୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମହାବିଦ୍ୟାଳୟ ର ପରିସରରେ ଥିବା ମହାପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ବବ୍ରୁବାହାନ ଜେନା, ପଦାର୍ଥ ବିଜ୍ଞାନ ମୁଖ୍ୟ ସନ୍ତୋଷରଥ, ଗଣିତ ବିଭାଗର ମହମ୍ମଦ ଟୀକା ଖାଁ, ଓଡ଼ିଆ ବିଭାଗର ରଞ୍ଜିତ ପହି , ଅଧ୍ୟାପକ ଜଗବନ୍ଧୁ ସାହୁ, କ୍ଷିତିଶ ମହାପାତ୍ର, ସୁରେନ୍ଦ୍ର ସାହୁ, ସ୍ମୃତି ରଞ୍ଜନ ରାଉତ ଅଧ୍ୟାପିକା ସସ୍ମିତା ସ୍ଵାଇଁ, ଛବି ସାହୁ, ପୁଷ୍ପ ଲତା ରାଉତ ପ୍ରମୁଖ ମଧୁସୂଦନ ଙ୍କ ଆଦର୍ଶ ଜୀବନି ଉପରେ ଆଲୋକପାତ କରିଥିଲେ। ଶେଷରେ ଅର୍ଥନୀତି ବିଭାଗର ମୁଖ୍ୟ ସନାତନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
