ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ

ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସ୍ବାଭିମାନ ଦିବସ ଭାବରେ ପାଳନ କରାଯାଇଛିଯାଜପୁର, ୨୮/୪: ପ୍ରତିବର୍ଷ ପରି ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସ୍ବାଭିମାନ ଦିବସ ଭାବରେ ପାଳନ କରାଯାଇଛି। ଏହି କ୍ରମରେ ଆଜି ଯାଜପୁର ଜିଲ୍ଲା ସଦରମହକୁମା ସ୍ଥିତ ଜିଲ୍ଲା ହାଇସ୍କୁଲ ପରିସରରେ ସ୍ୱାଭିମାନ ଦିବସ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସମାଜସେବୀ ତଥା ‘ସମ୍ବାଦ-ସାହିତ୍ୟଘର’ ଯାଜପୁର ଶାଖାର ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଅମ୍ବର କୁମାର କର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସଂସ୍କୃତି ଗବେଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଓ ସମାଜସେବୀ ଆନନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କୁଳବୃଦ୍ଧ ମଧୁସୂଦନ ଦାସ ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ ଥିଲେ ବୋଲି ମତ ପ୍ରକାଶ କରିଥିଲେ। ସମଗ୍ର ଓଡ଼ିଆ ଜାତି ପାଇଁ ସେ ସବୁଦିନ ପ୍ରେରଣା ହୋଇ ରହିଥିବେ। ଭାରତ ସରକାର ତଥା ଓଡ଼ିଶା ସରକାରଙ୍କ ତରଫରୁ ତାଙ୍କୁ ଏଯାଏ ଯଥୋଚିତ ସମ୍ମାନ ମିଳିପାରିନି। ଆଗାମୀ ପିଢ଼ି ପାଇଁ ମଧୁବାବୁଙ୍କ ଉପରେ ଆହୁରି ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଛି। ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ମଧୁବାବୁଙ୍କ ପରି ସ୍ବାଭିମାନ ସହ ବଞ୍ଚିବାକୁ ଅତିଥ୍‌ମାନେ ଆହ୍ବାନ ଦେବା ସହ ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ଅତିଥିମାନେ କହିଥିଲେ। ଜିଲ୍ଲା ହାଇସ୍କୁଲ ଶିକ୍ଷୟିତ୍ରୀ କ୍ଷୀରୋଦମୟୀ ପତି ମଧୁ ସଙ୍ଗୀତ ପାଠ କରିଥିବା ବେଳେ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ମଧୁବାବୁଙ୍କ ସଂକ୍ଷିପ୍ତ ଜୀବନୀ ପାଠ କରିଥିଲେ। ପ୍ରାରମ୍ଭରେ ‘ସମ୍ବାଦ’ର ଯାଜପୁର ଟାଉନ ପ୍ରତିନିଧି ଅରୁଣ କୁମାର ରାଉତରାୟ ଅତିଥି ପରିଚୟ ଦେଇଥିଲେ। ଶେଷରେ ବିଭୁତି ଭୂଷଣ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡ. କାହ୍ନୁଚରଣ ମିଶ୍ର, ବରିଷ୍ଠ ସମାଜସେବୀ ନାରାୟଣ ଚନ୍ଦ୍ର ସାମନ୍ତ, ଗାନ୍ଧିବାଦୀ ସମାଜସେବୀ ନିଶିଥ କୁମାର ଦାସ, ସାମ୍ବାଦିକ ତରୁଣ କୁମାର ନନ୍ଦ, ଲେଖକ ଅଧିକାରୀ ନବକିଶୋର ଦାସ, ‘ଅନ୍ୱେଷଣ’ର ସମ୍ପାଦକ ଅଭିମନ୍ୟୁ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ସହରରୁ ବହୁ ଶିକ୍ଷାବିତ, ସମାଜସେବୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *