ତୃତୀୟ ବର୍ଷ ର ପିଲାମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ଉପାଧି ବଣ୍ଟନ ଉତ୍ସବ।
ବ୍ଯାସନଗର ଅଦ୍ଯ ତା ୨୯/୦୪/୨୦୨୬ ବୁଧବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ଏନ୍ ସି ସି ବିଭାଗର ତୃତୀୟ ବର୍ଷର ପିଲାମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆଜି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ରେ ଏନ୍ ସି ସି ପକ୍ଷରୁ ଏହି ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ୧ ଓଡ଼ିଶା ବାଟାଲିୟନ ର ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ଉତ୍ସବ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାତ କୁମାର ସ୍ବାଇଁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ୭ ଓଡ଼ିଶା ବାଟାଲିୟନ ର ଏନ୍ ସି ସି ଅଫିସର ଲେଫ୍ଟନାଣ୍ଟ ଶଶିକାନ୍ତ ଲେଙ୍କା , ୧ ଓଡ଼ିଶା ବାଳିକା ବାଟାଲିୟନ ର ସିଟିଓ ଦୀପାଳି ପ୍ରିୟଦର୍ଶିନୀ ଓ ବିଦାୟୀ ସିଟିଓ ଲିପ୍ସା ପ୍ରିୟଦର୍ଶିନୀ ନାୟକ ପ୍ରମୁଖ କ୍ୟାଡେଟ୍ ମାନଙ୍କୁ ଶୃଙ୍ଖଳିତ ହେବା ସହିତ ଦେଶମାତୃକାର ସେବା କରିବା ପାଇଁ ଉଦ୍ ବୋଧନ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ବାଇଁ ଶମର ଶିକ୍ଷାର୍ଥୀ ବାହିନୀ ଏ ଦେଶର ସବୁଠାରୁ ବଡ ଯୁବ ସଙ୍ଗଠନ ଏବଂ ଦେଶକୁ ନିର୍ମାଣ କରିବାରେ ଏହାର ବଳିଷ୍ଠ ଯୋଗଦାନ ରହିଛି ବୋଲି କହିଥିଲେ। ଏହି ଅବସରରେ ତୃତୀୟ ବର୍ଷର କ୍ୟାଡେଟ୍ ମାନଙ୍କ ସହିତ , ସଟିଓ ସୁଶ୍ରୀ ନାଏକଙ୍କୁ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ବାଇଁ ଙ୍କୁ ଏନ୍ ସି ସି ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। କ୍ଯାପ୍ଟେନ୍ ଶ୍ରୀଯୁକ୍ତ ସ୍ବାଇଁ ସମସ୍ତଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପ ଗୁଚ୍ଛ ଓ ଜଗନ୍ନାଥଙ୍କ ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉତ୍ସବ ର ଅନ୍ତିମ ପର୍ଯ୍ୟାୟରେ ୩ଟି ବାଟାଲିୟନ ର ପ୍ରଥମ ଓ ଦ୍ବିତୀୟ ବର୍ଷର କ୍ୟାଡେଟ୍ ମାନଙ୍କ ମଧ୍ୟରେ ଉପାଧି ପ୍ରଦାନ କରାଯାଇଥିଲା। ୧ ଓଡିଶା ବାଟାଲିୟନ ର ଆଲୋକ କୁମାର ସାହୁ ସିନିୟର୍ ଅଣ୍ଡର ଅଫିସର , ସୋନାଲି ପ୍ରିୟଦର୍ଶିନୀ ଜେନା ଜୁନିୟର ଅଣ୍ଡର ଅଫିସର, ଇନ୍ଦ୍ର ପ୍ରଧାନ ଓ ସୁରଜ୍ ମହାପାତ୍ର ସର୍ଜାଣ୍ଟ ଉପାଧି ଲାଭ କରିଥିଲେ। ୭ ଓଡିଶା ବାଟାଲିୟନ ର ସରୋଜିନୀ ମଲ୍ଲିକ ଏସ୍ ୟୁ ଓ , ଅନୁପମା ବାରିକ୍ ଜେ ୟୁ ଓ, ବିଶ୍ବରଞ୍ଜନ ଦଳାଇ ସର୍ଜାଣ୍ଟ ଉପାଧି ଲାଭ କରିଥିଲେ। ୧ ଓଡ଼ିଶା ବାଳିକା ବାଟାଲିୟନ ର ସୁଚରିତା ବାରିକ୍ ଏସ୍ ୟୁ ଓ ଏବଂ ଲିପ୍ସା ପ୍ରିୟଦର୍ଶିନୀ ପାତ୍ର ଜେ ୟୁ ଓ ଉପାଧି ଲାଭ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ମହାରାଣୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
