କବିତା ର ଶୀର୍ଷକ – ବିନ୍ଦୁ
(ପ୍ରକୃତି ବନ୍ଧୁ ହରିହର ସାହୁ, ଢେଙ୍କାନାଳ)
ବରଷା ରାଣୀ ର ବିନ୍ଦୁ ବିନ୍ଦୁ ବର୍ଷା
ସୃଷ୍ଟି କରେ ଜଳ ରାଶି
ସେହି ଜଳରାଶି ଜୀବନ କୁ ରଖେ
କୂପ ପୋଖରୀ ରେ ପଶି।
ସଞ୍ଚୟ କରନ୍ତି ଜଳ
କୁ କୃଷକ
ବିଲରେ ଯେ ହୁଡା ଧରି
ରୁଆ ବେଉଷଣ କରନ୍ତି ଯେ
ଚାଷୀ ଜଳକୁ ବିଲରେ ସାରି।
ଶୀତ ଋତୁରେ କାକର ବିନ୍ଦୁ ଯେ
ପଡଇ ପତ୍ର ଉପରେ
ଶୀତ ସକାଳ ର ଶୋଭା ବଢିଯାଏ
ମହୀ ମଣ୍ଡଳ ଭିତରେ।
ବିନ୍ଦୁ ବିନ୍ଦୁ ଯୋଡି ଗାର ଟଣା ଯାଏ
ଜ୍ୟାମିତି ର ସୂତ୍ର ଜାଣ
ବିନ୍ଦୁ ପରେ ମାତ୍ରା ତାପରେ ଅକ୍ଷର
ଅକ୍ଷର ରୁ ଶବ୍ଦ ପୁଣ।
ଗୋଟିଏ ବିନ୍ଦୁ ବିଷ ର ମିଶ୍ରଣେ
ଅମୃତ ହୁଅଇ ବିଷ।
ବିନ୍ଦୁ ଏ ରକତ ବଞ୍ଚାଏ ମଣିଷ
ନିଏ ପ୍ରଶ୍ବାସ ନିଃଶ୍ବାସ।
ବିନ୍ଦୁ ଏ ସୁନ୍ଦର ଶୋଭା କୁ ବଢାଏ
ନାରୀ ର ମସ୍ତକେ ଜାଣ
ବିନ୍ଦୁ ଏ ଚନ୍ଦନ କେତୁ କୁ ସୁନ୍ଦର
ସତେବା ବଞ୍ଚିବା ବାଣ।
ଆତ୍ମା ଏକ ବିନ୍ଦୁ ଶରୀର ମଧ୍ୟରେ ବଞ୍ଚିବା‌ ପର୍ଯ୍ୟନ୍ତ ଥାଏ
ଆତ୍ମା ଚାଲିଗଲେ ଶବ ହୋଇଯାଏ
ପାର୍ଥିବ ଶରୀର ଛାଏଁ।
ଓଁକାର ସହିତ ବିନ୍ଦୁ ର ସଂଯୋଗ
ସୃଷ୍ଟି ର ମଙ୍ଗଳ ପାଇଁ
ଋଷି ମୁନିଗଣ ଓଁକାର ଧ୍ଵନି କୁ
ଜପନ୍ତି ହୃଦୟ ଦେଇ।
ମୁନୀ ଋଷିଗଣ ଓଁକାର ଧ୍ଵନି କୁ ଜପନ୍ତି ହୃଦୟ ଦେଇ
ସଂସାର ରୂପକ ନାଟକ ମଧ୍ୟରେ
ଶ୍ରେଷ୍ଠ ସ୍ଥାନ ପାଏ ସେହି।
ଅଣାକାର ବିନ୍ଦୁ ଜପନ୍ତି ହୃଦୟେ
ମହିମା ଧର୍ମ ଜନ
ହୃଦୟ ମଧ୍ୟରେ ବିନ୍ଦୁ ରହିଥାଏ
ଅଦୃଶ୍ୟ ମଧ୍ୟରେ ମନ।

Leave a Reply

Your email address will not be published. Required fields are marked *