ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଜଣେ ଯୁବକ ଅଟକ

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଜଣେ ଯୁବକ ଅଟକ l ଅଟକ ଯୁବକ ହେଉଛନ୍ତି ଝାଡ଼ଖଣ୍ଡ ଅଞ୍ଚଳର ଦିପୁ କୁମାର ଯାଦବ (25) ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିର ପରିସର ଉପରେ ଏକ ଡ୍ରୋନ୍ ଉଡ଼ୁଥିବାର ଖବର ସିଂହଦ୍ୱାର ଥାନା ପୁଲିସକୁ ମିଳିଥିଲା । ସିଂହଦ୍ୱାର ଥାନା ପୋଲିସ ଓ ଏକ ସ୍ୱତନ୍ତ୍ର ଟିମ୍ ତତ୍କ୍ଷଣାତ ଡ୍ରୋନ୍‌ଟିକୁ କାବୁ କରିଥିଲେ । ଧାନକୁଟି ସାହି ଗଳି ଅଞ୍ଚଳରୁ ଜଣେ ବ୍ୟକ୍ତି ଡ୍ରୋନ୍‌ଟିକୁ ଅପରେଟ୍ କରୁଥିବା ବେଳେ ଚିହ୍ନଟ ହୋଇଥିଲେ। ସିଂହଦ୍ୱାର ଥାନା ପୋଲିସ ତାଙ୍କୁ ଥାନାକୁ ଆଣି ସମ୍ପୃକ୍ତ ଡ୍ରୋନ ଓ ଆନୁସଙ୍ଗିକ ସାମଗ୍ରୀ ଜବତ କରି ଆଇନ ଅନୁଯାଇ ପଦକ୍ଷେପ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *