ସମ୍ବଲପୁର-ବଲାଙ୍ଗୀର ସେକ୍ସନରେ ବ୍ରିଜ୍ ପୁନଃ ନିର୍ମାଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ସେବା ସାମୟିକ ବାତିଲ ।
ଭୁବନେଶ୍ୱର, ୧୫ ମଇ, ୨୦୨୬:ସମ୍ବଲପୁର-ବଲାଙ୍ଗୀର ରୁଟ୍ର ହୀରାକୁଦ-ଗୋଡ଼ଭଗା ସେକ୍ସନରେ ବ୍ରିଜ୍ ନମ୍ବର ୮୦ର ପୁନଃ ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ, ୧୬ ମଇ, ୨୦୨୬ ରିଖରେ କେତେକ ପାସେଞ୍ଜର ଟ୍ରେନ୍ ସେବା ସାମୟିକ ଭାବେ ବାତିଲ ରହିବ।ନିମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକ ପ୍ରଭାବିତ ହେବ:ଟ୍ରେନ୍ ନମ୍ବର ୫୮୩୦୩/୫୮୩୦୪ ସମ୍ବଲପୁର–ଜୁନାଗଡ଼ ରୋଡ୍–ସମ୍ବଲପୁର ପାସେଞ୍ଜର।ଟ୍ରେନ୍ ନମ୍ବର ୫୮୨୧୩/୫୮୨୧୪ ବିଳାସପୁର –ଟିଟିଲାଗଡ଼– ବିଳାସପୁର ପାସେଞ୍ଜର।ଟ୍ରେନ୍ ନମ୍ବର ୫୮୨୧୭/୫୮୨୧୮: ଟିଟିଲାଗଡ଼–ରାୟପୁର–ଟିଟିଲାଗଡ଼ ପାସେଞ୍ଜର।ଯାତ୍ରୀମାନଙ୍କୁ ଉପରୋକ୍ତ ପରିବର୍ତ୍ତନଗୁଡ଼ିକୁ ଧ୍ୟାନରେ ରଖି ସେମାନଙ୍କ ଯାତ୍ରାର ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଟ୍ରେନ୍ ସମ୍ବନ୍ଧୀୟ ଅଦ୍ୟତନ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ NTES କିମ୍ବା ସରକାରୀ ରେଳ ଅନୁସନ୍ଧାନ ସେବାର ସହାୟତା ନେଇପାରିବେ।
