କୋଣାର୍କରେ ସ୍ବତନ୍ତ୍ର ମେଡ଼ିକାଲ ପାଇଁ ଦାବି

କୋଣାର୍କ ୧୬/୦୪- ଅର୍କକ୍ଷେତ୍ର କୋଣାର୍କ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ “ମିଶନ ମେଡିକାଲ” କୁ ନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା ଓଡିଶା ସରକାରଙ୍କ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ସମସ୍ୟାର ସମାନ ପାଇଁ ସରକାରଙ୍କ ନିକଟରେ ଉପସ୍ଥିତ କରିଥିବା ସୂଚନା ଦେଇଥିଲେ। ଏତଦବ୍ୟତୀତ ଅର୍କକ୍ଷେତ୍ର କୋଣାର୍କରେ ମେଡିକାଲ ସମସ୍ୟାର ସମାଧାନ ପାଇଁ ସେ ନିଜର ଉଦ୍ୟମ ଜାରି ରଖିଛନ୍ତି ଏବଂ ଗତ କିଛି ଦିନ ତଳେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କୋଣାର୍କ ପ୍ରାଥମିକ ଚିକିତ୍ସାଳୟକୁ ଜଣେ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଥିବା ବେଳେ ଅନ୍ୟ ଜଣେ ଡାକ୍ତର ସ୍ଥାୟୀ ନିଯୁକ୍ତି ନେଇ ସେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ବୋଲି ନିଜର ମତବ୍ୟକ୍ତ କରିଥିଲେ।ଯଥାଶୀଘ୍ର କୋଣାର୍କ ପ୍ରାଥମିକ ଚିକିତ୍ସାଳୟ ରେ ଅନ୍ୟ ଜଣେ ଡାକ୍ତର ନିଯୁକ୍ତି ହେବା ପରେ କୋଣାର୍କରେ ମୋଟ ୨ ଜଣ ଡାକ୍ତରଙ୍କ ସମେତ ଜଣେ ଆୟୁଷ ଡାକ୍ତର ଏବଂ ଜଣେ କମ୍ପାଉଣ୍ଡର ଏବଂ ଷ୍ଟାଫ ନର୍ସ ରହିବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ମୂଳ ଦାବି ମୁତାବକ କୋଣାର୍କ ପ୍ରାଥମିକ ଚିକିତ୍ସାଳୟକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବର୍ତ୍ତନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଉଦ୍ୟମ ଜାରି ରଖିଥିବା କଥା କହିବା ପରେ ଏହାର କ୍ଷମତା ମାନ୍ୟବର ଓଡିଶା ସରକାର ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ । ଆସନ୍ତା ନଭେମ୍ବର ୨୦୨୩ ମଧ୍ୟରେ ଏହାର ସମାଧାନ ହେବାର ଆଶଙ୍କା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ସର୍ଵଶେଷରେ ଆଗାମୀ କିଛି ଦିନ ମଧ୍ୟରେ କୋଣାର୍କରୁ ଏକ ସର୍ବଦଳୀୟ ଟିମ ମନ୍ତ୍ରୀଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯିବେ ବୋଲି ଧାର୍ଯ୍ୟ କରାଯାଇଛି। ଏବଂ “ମିଶନ ମେଡିକାଲ” ର ସଫଳତା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉପରେ ନିର୍ଭର କରୁଛି ।

Leave a Reply

Your email address will not be published. Required fields are marked *