ଫୁଲବାଣୀ ଅସ୍ଥାୟୀ ଯାତ୍ରା ମଣ୍ଡପ ଆଗରେ ମହିଳାମାନେ ପାଳିଲେ ସାବିତ୍ରୀ ଅମାବାସ୍ୟା ।
କନ୍ଧମାଳ,୧୬/୦୫/୨୦୨୬ ଫୁଲବାଣୀ ମା ନାରାୟଣୀ ଙ୍କ ଅସ୍ଥାୟୀ ଯାତ୍ରା ମଣ୍ଡପ ଆଗରେ ପୂଜା କଲେ ହଜାର ହଜାର ମହିଳା ସାବିତ୍ରୀ ଅମାବାସ୍ୟା। ମା ନାରାୟଣୀଙ୍କ ସମେତ ପଞ୍ଚ ଠାକୁରାଣୀ ବରାଳଦେବୀ, ବ୍ୟଘ୍ର ଦେବୀ, ବ୍ରlହ୍ମଣୀ ଦେବୀ, ଗ୍ରାମଦେବୀ ଓ ମା ଦକ୍ଷିଣ କାଳୀଙ୍କ ଯାତ୍ରା ହେଉଛି ଦ୍ବିବାର୍ଷିକ l ପ୍ରତି ଦୁଇ ବର୍ଷରେ ଥରେ ସମସ୍ତ ଦେବୀଙ୍କ ସମ୍ମୁଖରେ ସାବିତ୍ରୀ ଅମାବାସ୍ୟା କରିବା ଭାଗ୍ୟରେ ଥିଲେ ମିଳେ ବୋଲି ଆସୁଥିବା ମହିଳା ମାନେ କହନ୍ତି l ବିଶେଷ କରି ଯାତ୍ରା ପରିଚାଳନା କମିଟି ପକ୍ଷରୁ ମଧ୍ୟ ମା ମାନଙ୍କଙ୍କ ସୁବିଧା ନିମନ୍ତେ ମା ନାରାୟଣୀ ଠାକୁରାଣୀ ଙ୍କ ଯାତ୍ରା ଅକ୍ଷୟତ୍ରୁତିଆରୁ ଆରମ୍ଭ ହୋଇଥିଲେ ମଧ୍ୟ ଅମାବାସ୍ୟା ପରେ ପ୍ରତ୍ୟାଗମନ ପାଇଁ ତାରିଖ ନିର୍ଧାରିତ କରାଯାଇଥାଏ ।

ଜିଲ୍ଲାର ଫୁଲବାଣୀ ସହର ର ସମସ୍ତ ୱାର୍ଡ ସମେତ ବିଭିନ୍ନ ବ୍ଲକରୁ ସାନ ବଡ଼ ଧନୀ ଗରିବ ଛୋଟ ଜାତି, ବଡ଼ ଜାତି ସମସ୍ତେ ପୂଜା କରିବାକୁ ଆଗ୍ରହ ସହ ଆସନ୍ତି ଏଠାକୁ l ସକାଳ ୭ଟା ରୁ ଦିନ ୩ ଟା ପର୍ଯ୍ୟନ୍ତ ଭିଡ଼ ଜମୁଥିବାର ଦେଖିବାକୁ ମିଳିଥିଲା l ଏହି ପୂଜା କାର୍ଯ୍ୟରେ ଯାତ୍ରାର ମୁଖ୍ୟ ପୂଜକ ସଞ୍ଜୟ କୁମାର ଦାଶ, ସହାୟକ ପୂଜକ ନୀଳକଣ୍ଠ ମିଶ୍ର, ସନ୍ତୋଷ ଦାଶ, ପ୍ରକାଶ ପାଢ଼ୀ, ସନ୍ତୋଷ ପାଢ଼ୀ,ଶ୍ରୀକାନ୍ତ ପଣ୍ଡା,ଦିପୁ ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟ ତୁଲାଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦକ ଜୟସେନନ ବ୍ ପରିଡାଙ୍କ ସମେତ କମିଟି ସ୍ବେଛାସେବୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l
