SIR ବା ସ୍ୱତନ୍ତ୍ର ଭୋଟର ତାଲିକା ପ୍ରକ୍ରିୟା ରେ ବିଜେପି କର୍ମୀ ଙ୍କ ବୁଥ ପରିଦର୍ଶନ
ଆସିକା :୧୫/0୬ ନିର୍ବାଚନ ପ୍ରକ୍ରିୟା କୁ ଅଧିକ ସ୍ୱଚ୍ଛ, ନିର୍ଭୁଲ ଏବଂ ବିଶ୍ବସନୀୟ କରିବା ଉଦେଶ୍ୟରେ ଚାଲିଥିବା SIR (Special Intensive Rivision ) ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକିୟା ରେ ଆସିକା ବିଜେପି ଦୁଇ ଆଗଧାଡିର କର୍ମକର୍ତ୍ତା ତଥା ବରିଷ୍ଠ ବିଜେପି ନେତା ବିଜୟ କୁମାର ସ୍ୱାଇଁ ( ଆତ୍ମା ବଡି ସଭାପତି ) ଓ ନିରଞ୍ଜନ ମହାନ୍ତି ସକ୍ରିୟ ଭାବେ ସାମିଲୀ ହୋଇଥିବା ଦେଖିବା କୁ ମିଳିଛି। ସେମାନେ ବିଭିନ୍ନ ପଞ୍ଚାୟତ ଏବଂ ମୁନିସିପାଲିଟି ର ବୁଥ ପରିଦର୍ଶନ କରି SIR କାଯ୍ୟକ୍ରମ ର ଅଗ୍ରଗତି ତଦାରଖ କରିବା ସହିତ ଲୋକଙ୍କୁ ଭୋଟର ତାଲିକା ସଂଶୋଧନ ସଂପର୍କ ରେ ସଚେତନ କରୁଛନ୍ତି। ଏହି ଦୁଇ ବିଜେପି କର୍ମୀ ନିଜେ ବୁଥ ପରିଦର୍ଶନ କରିବା ସହିତ ବିଜେପି କର୍ମକର୍ତା କୁ ବି ସଜାଗ କରୁଛନ୍ତି ଯେମିତି ସାଧାରଣ ଭୋଟର ଏହି SIR ପ୍ରକିୟା ରେ ନିଜେ ନିଜର ଭୋଟ ତାଲିକା ରେ ଥିବା ତ୍ରୁଟି ସଂଶୋଧନ କରିବେ।
