ଭଗବତୀ ପୀଠରେ ରଜ ଉତ୍ସବ;

ଭଗବତୀ ପୀଠରେ ରଜ ଉତ୍ସବ; ଦିତୀୟ ଦିନରେ ଝିଅଙ୍କ ପ୍ରବଳ ଭିଡ଼ କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଭଗବତୀ ପୀଠରେ ଆୟୋଜିତ ରଜ ଉତ୍ସବର ଆଜି ଥିଲା ଦ୍ଵିତୀୟ ଦିବସ। ଏହି ଦ୍ବିତୀୟ ଦିନରେ ଭଗବତୀ ପୀଠରେ ରଜ ପ୍ରେମୀ ତଥା ଝିଅଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ରଜ ପ୍ରେମୀ ମାନେ ମା ଙ୍କ ଦର୍ଶନ କରି ରଜ ଦୋଳିର ମଜା ନେଇଥିଲେ। ସଂଧ୍ୟାରେ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟତ୍ରୀ ତଥା ଅବସରପ୍ରାପ୍ତ ସହ ଶିକ୍ଷା ଅଧିକାରୀ

ସ୍ଵର୍ଣ୍ଣ ଲତା ତ୍ରିପାଠି ଯୋଗଦେଇ ରଜ ଉତ୍ସବ ଉପରେ ଆଲୋକପାତ କରିଥିଲେ। ରଜ ଉପରେ ସୁନ୍ଦର କବିତା ବୋଲି ସଚେତନତା କରିଥିଲେ। ଏହି ଅବସରରେ କୁନି ପିଲାଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରଯାଇଥିଲା।

Leave a Reply

Your email address will not be published. Required fields are marked *