ଦୋଳିଖେଳ ଓ ନାଚଗୀତରେ ସରିଲା ରଜ ମହୋତ୍ସବ

କୋଣାର୍କ – କୋଣାର୍କ ନିକଟସ୍ଥ ଶିମିଳି ପଞ୍ଚାୟତ ମାଟିଆପଡ଼ା ଗ୍ରାମ ମହାବୀର ମନ୍ଦିର ପୀଠରେ ଜୟ ଜଗନ୍ନାଥ ମହିଳା ଶକ୍ତି ସଂଗଠନ ଓ ସତ୍ୟ ମହାବୀର ସାଂସ୍କୃତିକ ସେବାସଂଘ ପକ୍ଷରୁ ଚଳିତ ବର୍ଷ ତିନି ଦିନିଆ ପ୍ରଥମ ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି। ସମିତି ସଭ୍ୟା ମିନତି ସାହୁ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବର ଶେଷ ଦିବସରେ ଅତିଥି ଭାବେ ବିଧାୟକ ତୁଷାରକାନ୍ତି ବେହେରା, କୋଣାର୍କ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠି, ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ଶିକ୍ଷାବିତ୍ ତଥା ସମାଜସେବୀ ରାମକୃଷ୍ଣ ମହାନ୍ତି, ଗ୍ରାମ ସଭାପତି ଲକ୍ଷ୍ମୀଧର ସାହୁ, କାଉନସିଲର ସମୟ ରଞ୍ଜନ ସାହୁ, ବିଜେଡ଼ି ନେତା ବିଜୟ ସେଠ, ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ମୁଦୁଲି ପ୍ରମୁଖ ଯୋଗଦେଇ ରଜ ଉତ୍ସବରେ ଉପସ୍ଥିତ ସମସ୍ତ ମହିଳା ଓ ଝିଅ ମାନଙ୍କୁ ଉତ୍ସହିତ କରିବା ସହିତ ଆଗାମୀ ଦିନରେ ଏହି ରଜ ଉତ୍ସବକୁ ସହଯୋଗ କରିବାକୁ ମତବ୍ୟକ୍ତ କରିଥିଲେ। ଉତ୍ସବରେ ମହିଳା ଓ ଝିଅ ମାନଙ୍କ

ପାଇଁ ସୁସଜ୍ଜିତ ଦୋଳି, ଜୟ ଜଗନ୍ନାଥ ମହିଳା ଶକ୍ତି ସଂଗଠନ ପକ୍ଷରୁ ବିଭିନ୍ନ ପିଠା ପଣା, ମହାଲକ୍ଷ୍ମୀ ଜୁଏଲାରୀ ପକ୍ଷରୁ ରଜପାନ ସହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଙ୍ଗନବାଡ଼ି କର୍ମୀ ଜ୍ୟୋସ୍ନା ମହାନ୍ତି, ମମତା ନାୟକ, ଶାମୁକା ବେହେରା, ବିଷ୍ଣୁପ୍ରିୟା ନାୟକ, ସୁମିତ୍ରା ସାହୁ, ଜଗନ୍ନାଥ ମହିଳା ଶକ୍ତି ସଂଗଠନ ସଭାନେତ୍ରୀ ରମାମଣି ସାହୁ, ନାଟ୍ୟଦୀପ କାଳନ୍ଦୀ ସ୍ବାଇଁ, ସୁମିତ୍ରା ସାହୁ ଓ ସମାଜସେବୀ ଶୁଶାନ୍ତ ଚିନ୍ନରାଙ୍କ ସମେତ ମହିଳା ସଂଗଠନ ସଦସ୍ୟା ମାନେ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ମୁରୁଜ, ଝୋଟି ପ୍ରତିଯୋଗିତା ପ୍ରତିଯୋଗିତା କରାଯାଇ ସମସ୍ତଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ କୁନାକୁନୀ ଝିଅ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଏକକ ଓ ଦଳଗତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *