ତିଖିରି ପଂଚାୟତ ସରପଂଚ ଚମେଲି ଓଝା ଙ୍କୁ ନ୍ୟାୟ ପ୍ରଦାନ ଦାବି
ତିଖିରି ପଂଚାୟତ ସରପଂଚ ଚମେଲି ଓଝା ଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନଆଙ୍କର- କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ପଂଚାୟତ ସମିତି ଅଧିନସ୍ଥତିଖିରି ପଂଚାୟତ ସରପଂଚ ଚମେଲି ଓଝା ଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜଗତସିଂହପୁର ଜିଲ୍ଲା ସରପଂଚ ସହାସଙ୍ଘ ସଭାପତି ପ୍ରଶାନ୍ତ କୁମାର ବାରିକ ଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲାର ସମସ୍ତ ସରପଂଚ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଁଚିବା ସହିତ ଚାମେଲି ଓଝା ଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଉପ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଏହା ସହିତ ଘଟଣାର ନ୍ୟାୟିକ ତଦନ୍ତ କରାଯିବା ସହିତ ଦୋଷୀ ଙ୍କୁ ଉପଯୁକ୍ତ ଦଣ୍ଡ ଓ ଚାମେଲି ଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଜଗତସିଂହପୁର ଜିଲ୍ଲା ସରପଂଚ ମହାସଂଘ ଦାବି କରିଛି । ବାଇଟ 1- ପ୍ରଶାନ୍ତ କୁମାର ବାରିକ (ସଭାପତି)ବାଇଟ 2- ଦୀପ୍ତି ରାଣୀ ପ୍ରଧାନ (ସରପଂଚ)ଜଗତସିଂହପୁରରୁ Rita ସାହୁ
