ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପ୍ରସ୍ତୁତି
ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପ୍ରସ୍ତୁତି ବୈଠକ।ପୁରୀ ୧୭/୬ ଜୁନ ୨୧ ଆନ୍ତର୍ଜାତୀୟ ଯୋଗ ଦିବସ।ପୁରୀ ଜିଲ୍ଲାରେ ଏହାକୁ ଶୃଙ୍ଖଳିତ ଭାବେ ପାଳନ ପାଇଁ ଆଜି ପୂର୍ବାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଓସୱ୍ବାନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ ଜିଲ୍ଲା,ବ୍ଲକ, ଏନ ଏ ସି ଓ ଗ୍ରାମ ପଞ୍ଚାୟତ ସ୍ତରରେ ରେ ଆୟୋଜନ ଓ ଯୋଗ ର ଉପକାରିତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ।ଏହା କୁ ନିଷ୍ଠା ଓ ଶୃଙ୍ଖଳିତ ଭାବେ ପାଳନ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି।ଯୋଗ ଦ୍ୱାରା ମନୁଷ୍ୟ କେବଳ ସୁସ୍ଥ ଓ ସତେଜ ରହେ ନାହିଁ, ଅନେକ ରୋଗ କୁ ମଧ୍ୟ ଦୂରେଇ ପାରେ ବୋଲି କହିବା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ଏହାକୁ ପରିଚାଳନା ପାଇଁ ଯେଉଁ ଦାୟିତ୍ୱ ଦିଆଯାଉଛି ତାକୁ ସଠିକ ଭାବେ ଅନୁପାଳନ ପାଇଁ ପରାମର୍ଶ ଦେଇଥିଲେ।ସମସ୍ତ ବ୍ଲକ,ଏନ ଏ ସି ,ପଞ୍ଚାୟତ ଓ ଜିଲ୍ଲା ସ୍ତରରେ ଏହା ପାଳନ ହେବାକୁ ଯାଉ ଥିବାରୁ ଆଭାସୀ ମାଧ୍ୟମରେ ସମସ୍ତ ଅଧିକାରୀ ମାନ ଙ୍କୁ ଏଥିରେ ସାମିଲ କରାଯାଇଥିଲା।ନିଷ୍ପତ୍ତି ମୁତାବକ ସମସ୍ତ ବ୍ଲକ, ଏନ ଏ ସି ,ପଞ୍ଚାୟତମାନଙ୍କରେ ସେହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଯୋଗ ସମିତିର ସଦସ୍ୟ ମାନଙ୍କ ସହଯୋଗ ନେଇ ଏହା ଆରମ୍ଭ ହେବ।ସେହିପରି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ବ୍ଲୁ ଫ୍ଲାଗ ବିଚ ଠାରେ ଚଳିତ ମାସ ୨୧ ତାରିଖ ପ୍ରତ୍ୟୁଷ ୬ ଘଟିକା ରୁ ଆରମ୍ଭ ହେବ।ସେହିପରିକୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ କୋଣାର୍କ ଏନ ଏ ସି,ପକ୍ଷରୁଏହା ପାଳନ କରାଯିବ। ଜୁନ ୨୧ ତାରିଖ ସକାଳ ୬ ଟାରୁ ନାମ ପଞ୍ଜିକରଣ କରିବା ପରେ ଅତିଥି ମାନଙ୍କ ଆଗମନ,ସଭା ଓ ପରେ ସକାଳ ୮ ଘଟିକା ପର୍ଯ୍ୟନ୍ତ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନୋଡାଲ ଅଫିସର ତଥା ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସୂଚନା ଦେଇଛନ୍ତି।ବୈଠକରେ ପ୍ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ,ଜିଲ୍ଲା ପଞ୍ଚାୟତ ଅଧିକାରୀ ବଳରାମ ପାତ୍ର,ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଶିକ୍ଷା ଅଧିକାରୀ ଙ୍କ ପ୍ରତିନିଧି ମହେନ୍ଦ୍ର ବିଶ୍ବଳ,ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ,ପୁରୀ ଯୋଗ ମହୋତ୍ସବ ସମିତିର ସଂଯୋଜକ ବୈଦ୍ୟନାଥ ମହାସୁଆର,ଡ ଆଲୋକ ସ୍ବାଇଁ,ଜମ୍ବେଶ୍ବର ଖୁଣ୍ଟିଆ,ପ୍ରମୁଖ ଯୋଗ ଦେଇଥିଲେ।
