ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କୋଣାର୍କ, ୨୧.୦୬.୨୦୨୬.ଆଙ୍କର – ବିଶ୍ଵ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଓ କୋଣାର୍କ ଏନଏସି ମିଳିତ ସହଯୋଗରେ ଆୟୋଜିତ ଏହି ଦିବସରେ ଅତିଥି ଭାବେ ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପୁରୀ ସର୍କଲ ଅତିରିକ୍ତ ନିରୀକ୍ଷଣ ଅଧିକାରୀ ଚିତ ରଞ୍ଜନ ଦାସ, ଅନ୍ୟତମ ଅଧିକାର ଟିକମ ତନୱାର, ନବୋଦୟ ବିଦ୍ୟାଳୟ ଅଧକ୍ଷା ସୁନିତି ସ୍ବାଇଁ, କୋଣାର୍କ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦୁମ୍ନ ଜେନା ଓ ସଂରକ୍ଷଣ ସହକାରୀ ତ୍ରେଲୋକ୍ୟନାଥ ବେହେରା ପ୍ରମୁଖ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଯୋଗ କରି ସୁସ୍ଥ ଓ ନିରୋଗ ରହିବା ପାଇଁ ଦୈନଦିନ ଯୋଗ ଓ ପ୍ରାଣାୟାମ ଆଦି କରିବା ଆବଶ୍ୟକ।

ଯୋଗ ଦ୍ଵାରା ଶାରୀରିକ ମାନସିକ ଭାବରେ ସୁସ୍ଥ ରହି ପାରିବା ଅତିଥି ମାନେ ମତବ୍ୟକ୍ତ ବୋଲି କହିଥିଲେ । ଏହି ଅବସରରେ ଯୋଗଗୁରୁ ବାମଦେବ ଆଳୁକ ମଞ୍ଚରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଓ ମାନ୍ୟ ଗଣ ବ୍ୟକ୍ତିଙ୍କୁ ଯୋଗର ବିଭିନ୍ନ ଆସନ ଏବଂ ମୁଦ୍ରା ଶିଖାଇଥିଲେ। ଏଥିରେ ଶତାଧିକ ବ୍ୟକ୍ତିବିଶେଷ ଓ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ସେହିପରି ପୁରୀ ଜିଲ୍ଲା ମାଇଁ ଭାରତ ପକ୍ଷରୁ ମଧ୍ୟ ଯୋଗ ଦିବସ ପାଳନ କରାଯାଇ ଯୋଗ ଉପରେ ସଚେତନତା କରାଯାଇଥିଲା। ଜିଲ୍ଳା ଅଧିକାରୀ ଅଶୋକ ବେହେରା ଓ ସଂଯୋଜକ ରାମକୃଷ୍ଣ ମହାନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *