ଜେ କେ କାଗଜ କଳ ର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆ

ଜେ କେ କାଗଜ କଳ ର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆ ଙ୍କ ୯୩ ତମ ଜନ୍ମଦିନ ପାଳନ ଅବସରରେ ରାୟଗଡ଼ା ରକ୍ତ ଭଣ୍ଡାର ସହଯୋଗ ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ବିନୟ ଦ୍ଵିବେଦୀ ଉଦଘାଟନ କରିଥିଲେ। ଏହି ଶିବିର ରେ କାଗଜ କଳ ର କର୍ମଚାରୀ ଓ ତାଙ୍କ ପରିବାର ବର୍ଗ ରକ୍ତଦାନ କରିଥିବା ବେଳେ ମୋଟ ୧୬୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଉଦଘାଟନ ସମାରୋହରେ ବିଶ୍ଵଜିତ ଦ୍ଵିବେଦୀ, ଉପସଭାପତି (ବାଣିଜ୍ଯ),ସନ୍ଦୀପ ପାଣ୍ଡେ, ମହାପ୍ରବନ୍ଧକ ମାନବ ସମ୍ବଳ ବିକାଶ ଜେକେ ଡିସ୍ପେନ୍ସାରି ର ମୁଖ୍ୟ ଚିକିତ୍ସା ଅଧିକାରୀ ଡା କେ ଭି ଆର୍ ରାଓ ଓ ଡଃ କେ ଶ୍ରୀକାନ୍ତ ଉପସ୍ଥିତ ଥିଲେ। ରାୟଗଡା ରକ୍ତ ଭଣ୍ଡାର ର ଡା ସୁଦୀପ୍ତ କୁମାର ରାମ, ଡା କେ ନବୀନ, ସହାୟକ ଉମାକାନ୍ତ ମିଶ୍ର, ଜଗନ୍ ରାଜ୍ ପଟ୍ଟନାୟକ, ଉଷା ରାଣୀ ବେହୁରିଆ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରି ଥିଲେ। ଜେକେ କାଗଜ କଳ ର ଜନ କଲ୍ୟାଣ ବିଭାଗ ର,ଉପମହାପ୍ରବନ୍ଧକ ରଞ୍ଜିତ କୁମାର ଦାସ, ଶିବପ୍ରସାଦ ରଥ, ସହ ପ୍ରବନ୍ଧକ, ଶିବଙ୍କର ପଣ୍ଡା, ସିନିୟର ଅଫିସର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *