ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ।

ଭୁବନେଶ୍ୱର, ୨୪ ଜୁନ୍ ୨୦୨୬:ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ମାଳତୀପାଟପୁର ଏବଂ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ କିଛି ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ନିୟନ୍ତ୍ରଣ କରାଯାଇଛି। ଭିତ୍ତିଭୂମିର ଉନ୍ନତି ଏବଂ ଭବିଷ୍ୟତରେ ଅଧିକ ନିରାପଦ ଓ ସୁବିଧାଜନକ ରେଳ ପରିଚାଳନା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଟ୍ରେନ୍ ବାତିଲ୍ନିମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକ ୨୬ ଜୁନ୍ ୨୦୨୬ ତାରିଖରେ ବାତିଲ୍ ରହିବ।• ୬୮୪୦୩ ଖୋର୍ଦ୍ଧା ରୋଡ୍-ପୁରୀ ମେମୁ • ୬୮୪୦୪ ପୁରୀ-ଖୋର୍ଦ୍ଧା ରୋଡ୍ ମେମୁ• ୬୮୪୧୦ ପୁରୀ-ଖୋର୍ଦ୍ଧା ରୋଡ୍ ମେମୁ• ୬୮୪୦୯ ଖୋର୍ଦ୍ଧା ରୋଡ୍-ପୁରୀ ମେମୁ• ୬୮୪୧୬ ପୁରୀ-କଟକ ମେମୁ• ୬୮୪୧୫ କଟକ-ପୁରୀ ମେମୁ• ୬୮୪୧୪ ପୁରୀ-ତାଳଚେର ମେମୁ• ୬୮୪୧୩ ତାଳଚେର-ପୁରୀ ମେମୁ• ୧୨୨୭୮ ପୁରୀ-ହାଓ୍ୱଡ଼ା ଶତାବ୍ଦୀ ଏକ୍ସପ୍ରେସ୍• ୧୨୨୭୭ ହାଓ୍ୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍• ୧୮୪୧୬ ପୁରୀ-ବଡ଼ବିଲ ଏକ୍ସପ୍ରେସ୍• ୧୮୪୧୫ ବଡ଼ବିଲ-ପୁରୀ ଏକ୍ସପ୍ରେସ୍• ୧୮୪୧୪ ପୁରୀ-ପାରାଦୀପ ଇଣ୍ଟରସିଟି ଏକ୍ସପ୍ରେସ୍• ୧୮୪୧୩ ପାରାଦୀପ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ଟ୍ରେନଗୁଡ଼ିକର ଆଂଶିକ ବାତିଲ/ ସଂକ୍ଷିପ୍ତ-ଉତ୍ପତ୍ତିଏହା ସହିତ, ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକ ୨୫ ଓ ୨୬ ଜୁନ୍ ୨୦୨୬ ରେ ଆଂଶିକ ବାତିଲ/ ସଂକ୍ଷିପ୍ତ-ଉତ୍ପତ୍ତି ହେବ ।* ଟ୍ରେନ୍ ନଂ. ୨୨୨୦୧ ଶିଆଲଦା–ପୁରୀ ଦୁରନ୍ତ ଏକ୍ସପ୍ରେସ୍ ୨୫ ଜୁନ୍ ୨୦୨୬ରେ ପୁରୀ ପରିବର୍ତ୍ତେ ମାଳତୀପାଟପୁର ପର୍ଯ୍ୟନ୍ତ ଚାଲିବ ଏବଂ ଟ୍ରେନ୍ ନଂ. ୨୨୨୦୨ ପୁରୀ–ଶିଆଲଦା ଦୁରନ୍ତ ଏକ୍ସପ୍ରେସ୍ ୨୬ ଜୁନ୍ ୨୦୨୬ରେ ପୁରୀ ପରିବର୍ତ୍ତେ ମାଳତୀପାଟପୁରରୁ ଛାଡ଼ିବ।ସେହିପରି, ଟ୍ରେନ୍ ନଂ. ୧୮୧୨୫ ରାଉରକେଲା–ପୁରୀ ଏକ୍ସପ୍ରେସ୍ ୨୫ ଜୁନ୍ ୨୦୨୬ରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚାଲିବ ଏବଂ ଟ୍ରେନ୍ ନଂ. ୧୮୧୨୬ ପୁରୀ–ରାଉରକେଲା ଏକ୍ସପ୍ରେସ୍ ୨୬ ଜୁନ୍ ୨୦୨୬ରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡରୁ ଛାଡ଼ିବ।୨୬ ଜୁନ୍ ୨୦୨୬ରେ ଟ୍ରେନ୍ ନଂ. ୬୮୪୨୧ ଅନୁଗୁଳ–ପୁରୀ ପାସେଞ୍ଜର ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚାଲିବ ଏବଂ ଟ୍ରେନ୍ ନଂ. ୬୮୪୨୨ ପୁରୀ–ଅନୁଗୁଳ ପାସେଞ୍ଜର ମଧ୍ୟ ଖୋର୍ଦ୍ଧା ରୋଡରୁ ଛାଡ଼ିବ।ଆହୁରିମଧ୍ୟ, ୨୬ ଜୁନ୍ ୨୦୨୬ରେ ଟ୍ରେନ୍ ନଂ. ୬୮୪୪୧ ଜଳେଶ୍ୱର–ପୁରୀ ପାସେଞ୍ଜର ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚାଲିବ ଏବଂ ଟ୍ରେନ୍ ନଂ. ୬୮୪୪୨ ପୁରୀ–ଜଳେଶ୍ୱର ପାସେଞ୍ଜର ମଧ୍ୟ ଖୋର୍ଦ୍ଧା ରୋଡରୁ ଛାଡ଼ିବ।୨୬ ଜୁନ୍ ୨୦୨୬ରେ ଟ୍ରେନ୍ ନଂ. ୬୮୪୫୦ ଦଶପଲ୍ଲା–ପୁରୀ ପାସେଞ୍ଜର ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚାଲିବ ଏବଂ ଟ୍ରେନ୍ ନଂ. ୬୮୪୪୯ ପୁରୀ–ଦଶପଲ୍ଲା ପାସେଞ୍ଜର ମଧ୍ୟ ଖୋର୍ଦ୍ଧା ରୋଡରୁ ଛାଡ଼ିବ।ଟ୍ରେନଗୁଡ଼ିକର ସମୟ ପରିବର୍ତ୍ତନ (Rescheduling of Trains)୨୬ ଜୁନ୍‌ରେ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍ ନଂ. ୨୦୮୩୬ ପୁରୀ–ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଛାଡ଼ିବ।୨୫ ଜୁନ୍‌ରେ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍ ନଂ. ୧୮୪୦୯ ଶାଲିମାର–ପୁରୀ ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟଠାରୁ ୩ ଘଣ୍ଟା ବିଳମ୍ବରେ ଛାଡ଼ିବ।୨୫ ଜୁନ୍‌ରେ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍ ନଂ. ୧୨୮୮୧ ଶାଲିମାର–ପୁରୀ ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଛାଡ଼ିବ।୨୪ ଜୁନ୍‌ରେ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍ ନଂ. ୧୨୮୦୨ ଆନନ୍ଦ ବିହାର ଟର୍ମିନାଲ–ପୁରୀ ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଛାଡ଼ିବ।୨୫ ଜୁନ୍‌ରେ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍ ନଂ. ୧୮୪୫୦ ପାଟନା–ପୁରୀ ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟଠାରୁ ୫ ଘଣ୍ଟା ବିଳମ୍ବରେ ଛାଡ଼ିବ।ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

Leave a Reply

Your email address will not be published. Required fields are marked *