ରାଜ୍ୟସ୍ତରୀୟ ସହରାଞ୍ଚଳ ଜନ ସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ

ରାଜ୍ୟସ୍ଥରୀୟ ସହରାଞ୍ଚଳ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଓଡିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ବିକାଶ କାର୍ଯ୍ୟକ୍ରମ କରାଯାଉଅଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ଵଛ ପାଣି ଯୋଗାଣ, ରାସ୍ତାରେ ଆଲୋକୀକରଣ, ସ୍ୱଚ୍ଛ ସର୍ବେକ୍ଷଣ ସ୍ୱୀକୃତି ଦିଗରେ ସରକାରଙ୍କର କାମ ପ୍ରଂଶସନିୟ l ପୁରୀକୁ ବିଶ୍ଵସ୍ଥରୀୟ ସମୃଦ୍ଧ ମହାନଗରୀ କରିବା ପାଇଁ ସରକାର ପଦକ୍ଷେପ ନେଉଥିବା ବେଳେ ଏକ ହଜାର ସିଟ ବିଶିଷ୍ଟ ସମ୍ବିଳନୀ କକ୍ଷ ନିର୍ମାଣ ପାଇଁ ମନ୍ତ୍ରୀ ଘୋଷଣା କରିଥିଲେ। ଅଳିଆକୁ ନେଇ ସମ୍ପଦ କରିବା ନେଇ ସମସ୍ତେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ। 2036 ବିକଶୀତ ଓଡିଶା ଲକ୍ଷ ନେଇ ସହର ବିକାଶ ସହ ଜନ ଭାଗିଦାରୀତା ଓ ସ୍ଵଛ କରିବା ଲକ୍ଷ ନେଇ କାର୍ଯ୍ୟ କରିବାକୁ ଏହି ଅବସରରେ ମନ୍ତ୍ରୀ ଆହ୍ୱାନ ଦେଇଥିଲେ। ସହରରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ମାଧ୍ୟମରେ କରାଯିବା ସହ ଭିତ୍ତିଭୂମି ବିକାଶ ସହ ସୁରକ୍ଷିତ ଓ ସୁ ବ୍ୟବସ୍ଥିତ କରିବାକୁ ଲକ୍ଷ ରଖାଯାଇଅଛି। କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ସ୍ୱାଭବଲମ୍ବୀ ଓ ସଶକ୍ତିକରଣ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି | ଏହି ଅବସରରେ ବିଭାଗର ବିଭିନ୍ନ ସଫଳତାକୁ ନେଇ ଭିଡିଓ ପ୍ରଦର୍ଶିତ ହୋଇଥିବା ବେଳେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ସଫେଇ କର୍ମଚାରୀ,ଜଳ ସାଥି, ସ୍ବେଛାସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମାନଙ୍କୁ ମଧ୍ୟ ମୁଖ୍ୟଅତିଥି ପଟ୍ଟା ବଣ୍ଟନ କରିଥିଲେ। ରାଜ୍ୟସ୍ଥରୀୟ ଏହି କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ରାଜ୍ୟର 30 ଜିଲ୍ଲାର 115 ଅର୍ବାନ ଅଂଚଳ ସାମିଲ ହୋଇଥିଲା। ଏହି ଅବସରରେ ଗତ ଦୁଇ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ଏକ ରିପୋର୍ଟ କାର୍ଡ ଉନ୍ମୋଚନ କରାଯାଇଥିବା ବେଳେ ଅଙ୍ଗନବାଡି କର୍ମକର୍ତାଙ୍କୁ ମୋବାଇଲ ପ୍ରଦାନ କରାଯାଇଥିଲା। ମୁଖ୍ୟଅତିଥି ବିଭାଗ ପକ୍ଷରୁ ସ୍ୱତନ୍ତ୍ର କିୟୁଆର କୋଡ଼ କୁ ମଧ୍ୟ ସ୍ବିଚ ଚିପି ଉଦଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *