କାର୍ଲାକୋନା ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ୭୭ ତମ ବନ ମହୋତ୍ସବ
କାର୍ଲାକୋନା ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ୭୭ ତମ ବନ ମହୋତ୍ସବ: ଜେକେ କାଗଜ କଳ ପକ୍ଷରୁ ବୃକ୍ଷରୋପଣକାର୍ଲାକୋନା: ୭୭ ତମ ବନ ମହୋତ୍ସବ ପାଳନ ଅବସରରେ ଜେକେ କାଗଜ କଳର ସାମାଜିକ ଦାୟିତ୍ୱ ବିଭାଗ (CSR) ତରଫରୁ ସ୍ଥାନୀୟ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ, କାର୍ଲାକୋନା ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କାର୍ଲାକୋନା ପଞ୍ଚାୟତର ସରପଞ୍ଚ ନୀଳାମ୍ବର ବିଡ଼ିକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷର ମହତ୍ତ୍ୱ ଉପରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ସହ ଜେକେ କାଗଜ କଳର ଏହି ସୁନ୍ଦର ପ୍ରୟାସକୁ ବେଶ୍ ପ୍ରଶଂସା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦାନୀ ସରଳା ଏବଂ ଅଭିଭାବକମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ

ମିଶି ପାଖାପାଖି ୧୫୦ଟି ଆମ୍ବ, ପିଜୁଳି, ଜାମୁ, ପଣସ, ବାଦାମ ଏବଂ ଟଗର ଆଦି ବିଭିନ୍ନ କିସମର ଗଛ ରୋପଣ କରିଥିଲେ।ଜେକେ କାଗଜ କଳର ଡେପୁଟି ମ୍ୟାନେଜର (PR & CSR) ହରିହର ଖମାରୀ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ। ଏହି ଅବସରରେ ସେ ପ୍ରକାଶ କରିଥିଲେ ଯେ, ଆଗାମୀ ଦିନରେ ଅଞ୍ଚଳର ଆହୁରି ଅନେକ ସ୍ଥାନରେ ଏହିଭଳି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ।
