ଥିବୁ ତୁ ଏକାକୀ —
—-ଥିବୁ ତୁ ଏକାକୀ —
(ପ୍ରଭାତ ରଞ୍ଜନ ମହାପାତ୍ର )
କେତେ ଜନ୍ମ ପରେ ମଣିଷ ଶରୀର ପାଇଛୁ ଏହି ସଂସାରେ,
ଏହାର ସଦୁପଯୋଗ ନ କରିଲେ କାନ୍ଦିବୁ ତୁ ପର କାଳେ,,
କେତେ ଥର ତୋତେ କହିଲିଣି ବାବୁ!ମୋ କଥା ଶୁଣିଲୁ ନାହିଁ,
ଅନ୍ତିମ ସମୟ ଉପସ୍ଥିତ ହେଲେ ସାହା ହେବେ ନାହିଁ କେହି,,
ତୋତେ ଛାଡି ତୋର ପୂରୁବ ପୁରୁଷ ଗଲେଣି ସରଗ ପୁର,
ଜଣେ କେହି ତୋତେ ପାରିବେନି ହୋଇଲେ ତୋହର ବେଳ,,
ମହାକାଳ ତୋତେ ତାଙ୍କ ପାଶେ ନେଇ ନିଶ୍ଚେ ପହଞ୍ଚାଇ ଦେବ,
ସେତେ ବେଳେ ତୁହି ଥିବୁ ତ ଏକାକୀ କରିବୁ ରେ ଅନୁଭବ,,
ଲୁଚି ଲୁଚି ପ୍ରଭୁ ଦେଖୁଥିବେ ତୋତେ ହସୁଥିବେ ମନେ ମନେ,
ଅତି କଷ୍ଟ ହେଲେ ଆଶ୍ୱାସନା ଦେଇ ରଖିବେ ତାଙ୍କ ଅଧୀନେ,,
(ଜୀବନ ଚିନ୍ତନ, )
04-07-2026,
9437559205,ଓଁ
