ପ୍ରାଥମିକ ଶିକ୍ଷା ପୁସ୍ତକ ତାଲିକା
ପ୍ରାଥମିକ ଶିକ୍ଷା ପୁସ୍ତକ ତାଲିକା
ଜାଣିବା ଆମେ ଗୀତ ମାଧ୍ୟମରେ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପରିଯନ୍ତେ
ପୁସ୍ତକ ତାଲିକା କହିବି ବୁଝାଇ।
ଶୁଣୁଥିବ ବାରେ ମନଦେଇ ଆହେ ସଭା ମଧ୍ୟରେ ଉପସ୍ଥିତ ମୋ ଭଉଣୀଭାଇ।
ପ୍ରଥମ ଶ୍ରେଣୀରେ ରହିଅଛି ମୋଟ ଦୁଇଗୋଟି ବହି…
ଭାଷାର ନାମେ ଝୁଲଣା-01
ଗଣିତ ନାମେ ଗଣିତ ଖେଳ ହେ ମୋ ଭଉଣୀ ଭାଇ।
ସେହିପରି ଦ୍ବିତୀୟ ଶ୍ରେଣୀରେ,
ଭାଷାର ନାମେ ଝୁଲଣା-ଦୁଇ
ଗଣିତ ନାମେ ମଜାରେ ମଜାରେ-ଗଣିତ ହେ ଭାଇ।
ତୃତୀୟ ଶ୍ରେଣୀ ନିମନ୍ତେ ମୋଟ ଛଅ ଗୋଟି ବହି।
ସେମାନଙ୍କ ନାମ କହିବି ବୁଝାଇ…
ଓଡ଼ିଆ ପାଇଁ ଭାଷା ମହକ-୦୧ନାମଯେ ପାଇ ।
ଇଂରାଜୀ ନାମେ ପଲ୍ଲବୀ ହୋଇ,
ଗଣିତ ପାଇଁ ନାମ ଗଣିତ ମେଳ,
ପରିବେଶ ନାମେ ବିଚିତ୍ର ଆମ ପୃଥିବୀ ନାମଟି ପାଇ…..
କଳାଶିକ୍ଷା ନାମେ ଇନ୍ଦ୍ରଧନୁ ହୋଇ,
ଶାରୀରିକ ଶିକ୍ଷା ପାଇଁ ବହିର ନାମ ଖେଳ ଓ ଯୋଗ ପାଇ……..
ନୂତନ ଭାବେ କଳାଶିକ୍ଷା ଓ ଶାରୀରିକ ଶିକ୍ଷା ନିମନ୍ତେ ତୃତୀୟ ଶ୍ରେଣୀରେ ଯୋଡାଗଲା ଦୁଇଗୋଟି ବହି।
ଚତୁର୍ଥ ଶ୍ରେଣୀ ନିମନ୍ତେ ମୋଟ ସେହିପରି ଛଅଗୋଟି ବହି,
ଓଡ଼ିଆ ପାଇଁ ଭାଷା ମହକ-୦୨
ଇଂରାଜୀ ପାଇଁ ପଲ୍ଲବୀ ନାମରେ ନାମିତ ହୋଇ…..
ଗଣିତ ନାମେ ଗଣିତ ମେଳା
ପରିବେଶ ନାମେ ବିଚିତ୍ର ଆମ ବିଶ୍ଵ ହୋଇ….
କଳା ଶିକ୍ଷା ଓ ଶାରୀରିକ ଶିକ୍ଷା ନବରସ ଓ ଖେଳ ଓ ଯୋଗ ହୋଇ।
ଏହିପରି ପଞ୍ଚମ ଶ୍ରେଣୀର କଥାଯେ, କହିବି ବୁଝାଇ, ଶୁଣୁଥିବେ ବସି ମୋ ଭଉଣୀଭାଇ।
ଓଡ଼ିଆ ପାଇଁ ଭାଷା ମହକ-୩ ଅଟ ଇ, ଇଂରାଜୀ ପାଇଁ ପଲ୍ଲବୀ ରଖଇ।
ଗଣିତ ସକାଶେ ଗଣିତ ମେଳା ନାମେ ନାମଟି ଅଟଇ ।
ପରିବେଶ ନାମେ ବିଚିତ୍ର ଆମ ବିଶ୍ଵ ବୋଲାଇ, ସେହିପରି କଳା ଶିକ୍ଷା ପାଇଁ ନବରସ, ଶାରୀରିକ ଶିକ୍ଷା ନିମନ୍ତେ ଖେଳ ଯୋଗ ଅଟଇ।
ପ୍ରଥମରୁ ପଞ୍ଚମ ଶ୍ରେଣୀର ପୁସ୍ତକ ତାଲିକାକୁ କହିଲି ବୁଝାଇ,
ଆଗକୁ ଉଚ୍ଚ ପ୍ରାଥମିକ କଥା କହିବି ବୁଝାଇ।
ଦୋଷାରୋପ ନଧରିବ ଉପସ୍ଥିତ ମୋର ପଣ୍ଡିତ ଜନ
ସଂକ୍ଷିପ୍ତରେ ବିରାମ ଦେଉଛି ଏ ପୁସ୍ତକ କଥନ।
କେ.ତ୍ରିମୁଲା ଆଚାରୀ
ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ପ୍ରାଥମିକ ବିଦ୍ୟାଳୟ ଖାସପା ନୂଆଁସାହି।
