ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ।

ଭୁବନେଶ୍ୱର, ୦୬ ଜୁନ୍ ୨୦୨୬:ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ମାଳତୀପାଟପୁର ଏବଂ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ କିଛି ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ନିୟନ୍ତ୍ରଣ କରାଯାଇଛି। ଭିତ୍ତିଭୂମିର ଉନ୍ନତି ଏବଂ ଭବିଷ୍ୟତରେ ଅଧିକ ନିରାପଦ ଓ ସୁବିଧାଜନକ ରେଳ ପରିଚାଳନା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଟ୍ରେନ୍ ବାତିଲ୍ନିମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକ ୦୭ ଜୁଲାଇ ୨୦୨୬ ତାରିଖରେ ବାତିଲ୍ ରହିବ।• ୬୮୪୦୩ ଖୋର୍ଦ୍ଧା ରୋଡ୍-ପୁରୀ ମେମୁ • ୬୮୪୦୪ ପୁରୀ-ଖୋର୍ଦ୍ଧା ରୋଡ୍ ମେମୁ• ୬୮୪୧୫ କଟକ-ପୁରୀ ମେମୁ• ୬୮୪୧୬ ପୁରୀ-କଟକ ମେମୁ• ୬୮୪୩୭ ଭଦ୍ରକ – କଟକ ମେମୁ• ୬୮୪୩୮ କଟକ- ଭଦ୍ରକ ମେମୁ• ୫୮୪୦୫ କଟକ-ପାରାଦୀପ ମେମୁ• ୫୮୪୦୬ ପାରାଦୀପ- କଟକ ମେମୁଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

Leave a Reply

Your email address will not be published. Required fields are marked *