ଶ୍ରୀକ୍ଷେତ୍ରେ ପହଞ୍ଚି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର୍ଦ୍ଧନ ପୀଠ ପରିଦର୍ଶନ

-ପବିତ୍ର ଘୋଷଯାତ୍ରା ଅବସରେ ଶ୍ରୀକ୍ଷେତ୍ରେ ପହଞ୍ଚି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର୍ଦ୍ଧନ ପୀଠ ପରିଦର୍ଶନ କରିଛନ୍ତି। ସେଠାରେ ସେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଥିବା ବେଳେ ଦେଶର ହିତ ଏବଂ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାରେ ଶ୍ରୀକ୍ଷେତ୍ରକୁ ଆସି ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ। ମହାପ୍ରଭୁଙ୍କ କୃପା ସମସ୍ତଙ୍କ ଉପରେ ରହୁ ବୋଲି ପ୍ରାର୍ଥନା କରିବା ସହ ରାଜ୍ୟ ଓ ଦେଶର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ଏହି ଅବସରରେ ତାଙ୍କ ସହ ରାଜ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *