ପୋଡ଼ି ପାଉଁଶ ହୋଇଗଲା ବାଇକ୍ ଓ ଫର୍ଣ୍ଣିଚର

ଜଟଣୀ:- ଆକାଶରୁ ଖସି ଥିଲା ମୃତ୍ୟୁ ଅଳ୍ପକେ ବଞ୍ଚିଗଲା ଜୀବନ। ହେଲେ ପୋଡ଼ି ପାଉଁଶ ହୋଇଗଲା ବାଇକ୍ ଓ ଫର୍ଣ୍ଣିଚର। ଜଟଣୀ ପଞ୍ଚାୟତ ସମିତି ଅଧୀନରେ ଥିବା ମଳିପଡା ପଞ୍ଚାୟତର ଅନ୍ଧାରୁଆ ଗ୍ରାମର ତଲସାହିରେ ବଜ୍ରପାତର କରାଳକାଳିମା। ଗତ ରାତ୍ରି ୧୨ ଟା ନିସ୍ତବ୍ଧ ଅନ୍ଧକାର ଭିତରେ ସର୍ବସାନ୍ତ ହୋଇଗଲେ ନିରୀହ ପରିବାର। ପ୍ରଶାନ୍ତ କୁମାର ବଡଜେନା ଙ୍କର ସମ୍ପୁର୍ଣ୍ଣ ଘରସହ ଦୁଇଟି ସ୍କୁଟି ଏବଂ ଚାରୋଟି ମୋଟର ସାଇକେଲ ସମ୍ପୁର୍ଣ୍ଣ ଭସ୍ମୀଭୂତ ହୋଇଗଲା। ସୃଷ୍ଟିର ବ୍ୟତିକ୍ରମ ଘଢଘଡିର ତାଣ୍ଡବଲୀଳାକୁ ମୋଟର ସାଇକେଲର ପେଟ୍ରୋଲ ବଡଜେନା ପରିବାରର ବଇରି ସାଜିଲା। ପ୍ରଶାନ୍ତ ବଡଜେନା ଝିଅ ପାଇଁ ରଖିଥିବା ସମସ୍ତ ଆସବାବ ପତ୍ର, ଗଛିତ ଲକ୍ଷ୍ୟାଧିକ ଟଙ୍କା ସବୁ କିଛି ପାଉଁଶ ହୋଇଗଲା। ଏତଦ୍ବ୍ୟତୀତ ପ୍ରଶାନ୍ତଙ୍କ ଭାଇ ଶୁସାନ୍ତ ବଡଜେନା ଆସବାବ ପତ୍ର ସମ୍ପୁର୍ଣ୍ଣ ଭସ୍ମୀଭୂତ। ପ୍ରଶାନ୍ତ ବଡଜେନାଙ୍କ ପଡୋଶୀ ଙ୍କ କହିବା କଥା ଆମ୍ଭ ମାନେ ସମସ୍ତେ ଖ୍ୟତିଗ୍ରସ୍ତ। ସେ ସମୟ ର ଘଟଣା ଘଢଘଡି ସହିତ ବିଜୁଳି ଏତେ ପ୍ରଖର ଥିଲା ଯେ ଆମେ କିଛି ବୁଝିବା ପୂର୍ବରୁ ଦେଖୁଛୁ ନିଆଁର ବେଗ୍ର ଅତି ମାତ୍ରାରେ ବଢିବାକୁ ଲାଗିଲା। ନିଆଁକୁ ଆୟତ୍ତ କରିବା ସମ୍ଭବ ନଥିଲା। ପାଖ ପଡୋଶୀ, ସମସ୍ତଙ୍କ ଘରର କ୍ଷୟକ୍ଷତି ସହିତ ଅନେକ ଆସବାବ ପତ୍ର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଯାହା ପ୍ରତେକ ଭାବେ ଜାଣିବାକୁ ମିଳିଛି। ସେହି ମଧ୍ୟ ରାତ୍ରିରେ ସହଯୋଗର ହାତ ବଢାଇଥିଲ ଆମର ପ୍ରିୟ ଏବଂ ପୁର୍ବବତ ବିଧାୟକ ତଥା ବିଜୁ ଜନତାଦଳର ସଭାପତି ଶ୍ରୀଯୁକ୍ତ ବିଭୁତି ବଳବନ୍ତରାଏ, ସାଙ୍ଗରେ କୁନି ମହାପାତ୍ର ଏବଂ ବିଜୁ ଜନତା ଦଳର କିଛି ସକ୍ରିୟ କର୍ମକର୍ତ୍ତା।ଶ୍ରୀ ବିଭୁତି ବଳବନ୍ତରାଏ କ୍ଷତିଗ୍ରସ୍ତ ପରିବାରଙ୍କୁ ସହୋଯୋଗ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ପରାମର୍ଶ କରି ବିଧିବଦ୍ଧ କାର୍ଯନୁଷାନ ନିଆ ଜିବାର ପ୍ରତିଶୃତି ଦେଇଥିଲେ।

ରିପୋର୍ଟ- ସାହାବୁଦ୍ଦିନ୍ ଖାନ୍, ଜଟଣୀ।

Leave a Reply

Your email address will not be published. Required fields are marked *