ଶରଧା ବାଲି
ଶରଧା ବାଲି
( ରାଗ – ଜୟନ୍ତ)
🔹କବିରତ୍ନ ନୂତନ କୁମାର ବେହେରା
ବଡ଼ଦାଣ୍ଡ ଧୂଳି ତୋର’ ଏ ଶରଧା ବାଲି
ଅଙ୍ଗେ ମୋର ବଳି ହୋଇ’ ନାଚେ ଝୁଲି ଝୁଲି,
ପ୍ରଭୁ’ ଶ୍ରୀଧରି’ ହେ ।
ରଥେ ବସି ଆସୁ ତୁହି ମନ ନେଉ ମୋହି
ତୋର ଦରଶନ ଲାଗି ରହେ ଦୁଃଖ ସହି,
ପ୍ରଭୁ ଶ୍ରୀହରି ହେ ।
ତୁ ଦେଇଛୁ ଏ ଜୀବନ ରଖ ତୋର ପାଶେ
ମୋ ମନ ନରହୁ ମୋହ ମାୟା ମିଛ ବଶେ,
ପ୍ରଭୁ ଶ୍ରୀହରି ହେ ।
ଶରଧା କରି ମୁଁ ମାଖେ ତୋ ଶରଧା ବାଲି
ଶରଧା ରଖିବୁ ସଦା ତୋ ଭକତ ବୋଲି,
ପ୍ରହୁ ଶ୍ରୀହରି ହେ ।
ଦୁନିଆଁର ବଡ଼ଦାଣ୍ଡେ ଆସିଛି ମୁଁ ଖାଲି
ମନ ତୋଷ ହୁଏ ଦେଖି ତୋ ଶରଧା ବାଲି,
ପ୍ରଭୁ ଶ୍ରୀହରି ହେ ।
ଏ ବାଲିରେ ଚାଲି ଚାଲି ଯାଉଛି ମୁଁ ଥକି
ତୋ ବିନା ଭବେ ମୋତେ ଲାଗୁଛି ଏକାକୀ,
ପ୍ରଭୁ ଶ୍ରୀହରି ହେ ।
ତୋ ପାଦେ ଲାଗିଲେ ହୋଇ ମୁଁ ଶରଧା ବାଲି
ଜୀବନ ହେବ ମୋ ଧନ୍ୟ ଦୁଃଖ ଯିବି ଭୁଲି,
ପ୍ରଭୁ ଶ୍ରୀହରି ହେ ।
ସଦୟେ କର କରୁଣା କରୁଛି ପ୍ରାର୍ଥନା
ମୋ ଅନ୍ତରର ଭକତି କରିବୁ ତୁ ଘେନା,
ପ୍ରଭୁ ଶ୍ରୀହରି ହେ ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ନବସୃଜନ’ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ ।
