ନିଟ ପରୀକ୍ଷାରେ ଦେବ ଇଣ୍ଟରନ୍ୟାସନାଲ ସ୍କୁଲର ବଡ ସଫଳତା

*ନିଟ ପରୀକ୍ଷାରେ ଦେବ ଇଣ୍ଟରନ୍ୟାସନାଲ ସ୍କୁଲର ବଡ ସଫଳତା ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ*ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ସଫଳତା ଗୋଟିଏ ପରେ ଗୋଟିଏ ପାହାଚ ଦେଇ ଗତି କରିଚାଲିଛି। ଏହାରି ଭିତରେ ନିଟ୍ ପରୀକ୍ଷାରେ ୬୦ ଜଣ ଆଶାର୍ଥିଙ୍କ ମଧ୍ୟରୁ ୩୦ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟ ଓ କଲେଜ ପାଇଁ ଗୌରବ ଆଣିଛନ୍ତି। ଏହାରି ମଧ୍ୟରୁ ସତ୍ୟବ୍ରତ ଜେନା ୬୩୭ ମାର୍କ ରଖିଥିବା ବେଳେ ଶୁଭ୍ରାଂଶୁ ବଳ ୮୭.୨୨%, ଆକାଶ ସେନାପତି ୮୫.୧୪%, ସୋନିତା କର, ଶୁଭଲକ୍ଷ୍ମୀ ସାମଲ, ରାମକୃଷ୍ଣ ଗିରି, ଅମୃତମୟ ଦେ, ଅଂଶୁମାନ ପାତ୍ର, ମୋନାଲିଶା ପୃଷ୍ଟି, ଗୌତମ ସେଠୀ, ଏସ୍. କେ. ଆରବାଜ ହୋସେନ, ସୁବାଶ ଚନ୍ଦ୍ର ମହାନ୍ତ, ଶୁଭମ କୁମାର ଗିରି, ଧୃତିସୁନ୍ଦର ପଣ୍ଡା, ଦୀପିକା ପାତ୍ର, ଏମ୍.ଡି. ଜୁବେର ରଜା ପ୍ରମୁଖ ୮୦ ପ୍ରତିଶତ ରୁ ଊର୍ଦ୍ଧ୍ବ ମାର୍କ ରଖି ଉଦାହରଣ ସାଜିଛନ୍ତି। ମୁଖ୍ୟ ପ୍ରାଶାସନିକ ଅଧିକାରୀ ନିର୍ମଳ କୁମାର ରଣାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ କୃତି ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଓ ମେଡାଲ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏକାଡେମିକ କୋର୍ଡିନେଟର ଇଣ୍ଟିଗ୍ରେଟେଡ ତିରୁପତି ରାଓ, ସି ବି ଏସ ଇ ଏକାଡେମିକ କୋର୍ଡିନେଟର କିଶୋର କ୍ରିଷ୍ଣା,ବିଦ୍ୟାଳୟ କୋର୍ଡିନେଟର ସୋନିଆ ବେଦୀ, ମୁଖ୍ୟ ପ୍ରାଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଛାତ୍ରଛାତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।ଯାଜପୁର କଳିଙ୍ଗନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *