କୋଣାର୍କରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ

କୋଣାର୍କରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ କୋଣାର୍କ – କୋଣାର୍କ ରାଜାରାମ ମଠ ଓ ମନ୍ଦିର ଟ୍ରଷ୍ଟ ଦ୍ଵାରା ପରିଚାଳିତ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅପରାହ୍ନରେ ତିନି ରଥରେ ଅବସାନ କରିଥିବା ପ୍ରଭୂ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ନିତିକାନ୍ତି ସହିତ ପୁଜା ପଣ୍ଡାଙ୍କ ଦ୍ଵାରା ସୁସଜ୍ଜିତ ହୋଇ ସୁନା ଓ ରୂପା ଅଳଙ୍କାରରେ ସଜ୍ଜିତ କରଯାଇଥିଲା। ପୂଜାର୍ଚ୍ଚନା ପରେ ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କ ସୁନାବେଶ ଦର୍ଶନ କରି ବିମୋହିତ ହୋଇଥିଲେ। ଏହି ଅବସରରେ ସଂଧ୍ୟାରେ ଆଧ୍ୟାତ୍ମିକ ଭଜନ ସମାରୋହ ଆୟୋଜିତ ହୋଇଥିଲା। କ୍ଷତ୍ରିୟ ଖଣ୍ଡାୟତ ମହାସଂଘ କୋଣାର୍କ ଶାଖା ପକ୍ଷରୁ ନିଶୁଳ୍କ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *