ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ।

ପୁରୀ ୩୧/୭ ଆମ ମା,ମହିଳା ମାନଙ୍କ ମଧ୍ୟରେ ଭରପୁର ଆତ୍ମବିଶ୍ବାସ ଓ ଅଜସ୍ର ଶକ୍ତି ରହିଛି।ସେଥିପାଇଁ ସମଗ୍ର ଦେଶରେ ୨୬ ଲକ୍ଷ ୫୦ ହଜାର ଲକ୍ଷ ପତି ଦିଦି ସୃଷ୍ଟି କରି ଓଡ଼ିଶା ସର୍ବୋଚ୍ଚ ସ୍ଥାନ ହାସଲ କରିଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି ଅପରାହ୍ନ ରେ ପୁରୀ ସ୍ବାମୀ ନାରାୟଣ ମନ୍ଦିର ପରିସରରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ପୁରୀ, କଟକ,ଖୋର୍ଦ୍ଧା ଓ ନୟାଗଡ଼ ର ୬୦୦ ରୁ ଉର୍ଦ୍ଧ୍ବ ସୁଭଦ୍ରା ଶକ୍ତି ର ଡିଏଲଏଫ,ବିଏଲଏଫ ସଦସ୍ୟା ଏଥିରେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କ ସମସ୍ୟା,ଆଗାମୀ ଯୋଜନା, ନୂଆ ନୂଆ ଉତ୍ପାଦ ପାଇଁ ଆବଶ୍ୟକ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆଞ୍ଚଳିକ ସ୍ତରୀୟ ଏହି କାର୍ଯ୍ୟକ୍ରମ ଦେବଗଡରୁ ଆରମ୍ଭ ହୋଇଥିଲା ଓ ପୁରୀ ରେ ସାରିବା ଲକ୍ଷ୍ୟ ରଖାଯାଇଥିଲା।ପ୍ରତିକୂଳ ପାଗ ସତ୍ବେ ସମସ୍ତଙ୍କ ସହଯୋଗ ରେ ଏହା ସମ୍ପର୍ଣ୍ଣ ହୋଇଛି।ଏହି ସମ୍ମିଳନୀର ଉଦ୍ଦେଶ୍ୟ ମିଶନ ଶକ୍ତିର ମା ମାନଙ୍କ ଠାରୁ ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ମାଧ୍ୟମରେ ନୂତନ ଜ୍ଞାନ ଆହରଣ କରିବା।ଏହା ନୂଆ କିଛି କରିବାକୁ ପ୍ରେରଣା ଦେବା ସହ ଯୁବ ବର୍ଗଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ରେ ସହାୟକ ହେବ।ଉତ୍ପାଦନ ବୃଦ୍ଧି ସହ ନୂତନ ନୂତନ ଉତ୍ପାଦ ପାଇଁ ସୁଯୋଗ ସୃଷ୍ଟି, ବଜାର ସୃଷ୍ଟି,ଇ ବଜାର ବ୍ୟବସ୍ଥା, କୃଷି କ୍ଷେତ୍ର,ଖାଦ୍ୟ ପ୍ରକ୍ରିୟା କରଣ, ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ମନୋନିବେଶ କରିବା ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।କେବଳ ଲାଭାର୍ଥୀ ହେବା ଆମର ଲକ୍ଷ୍ୟ ନୁହେଁ ବରଂ ରାଜ୍ୟ ଓ ଦେଶର ବିକାଶ କୁ ତ୍ବରାନ୍ବିତ କରିବା ଆମ ସମସ୍ତଙ୍କ ଉଦ୍ୟମ ହେବା ଉଚିତ ବୋଲି ସେ ଆହ୍ବାନ ଦେଇଥିଲେ।ସରକାରଙ୍କ ସହ ଭାଗିଦାରୀ ହୋଇ ଆଗେଇବା ସହ ନିଜ ନିଜ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ମାଧ୍ୟମରେ ଆମ ଦକ୍ଷତା ଓ କୌଶଳ କୁ ଅଧିକ କ୍ରିୟାଶୀଳ କରିବାକୁ ଶ୍ରୀମତୀ ପରିଡା ପରାମର୍ଶ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ମହିଳା ମାନଙ୍କୁ ସଶକ୍ତୀକରଣ କରିବା କ୍ଷେତ୍ରରେ ଏହି ପଦକ୍ଷେପ ଏକ ଉଲ୍ଲେଖଯୋଗ୍ୟ ଭୂମିକା ବୋଲି କହିବା ସହ ସମଗ୍ର ଦେଶରେ ଆମ ରାଜ୍ୟର ମହିଳା ମାନେ ସର୍ବାଧିକ ଲକ୍ଷ ପତି ଦିଦି ହେବା ଏକ ଗୌରବ ର କଥା ବୋଲି କହିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳା ପ୍ରାରମ୍ଭରେ ସମସ୍ତଙ୍କୁ ସ୍ବାଗତ କରିବା ସହ ଏହି ସମ୍ମିଳନୀ ମହିଳା ମାନଙ୍କୁ ଅଧିକ ଦକ୍ଷତା ସମ୍ପର୍ଣ୍ଣ କରିବ ବୋଲି କହିଥିଲେ।ଶେଷରେ ଓଡିଆ ଜୀବିକା ମିଶନର ଯୁଗ୍ମ ସଚିବ ମମତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଅବିନାଶ ରାଉତ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ପୂର୍ବରୁ ତାଳବଣିଆ ଠାରେ ପୁରୀ ଜିଲ୍ଲା ସୁଭଦ୍ରା ଶକ୍ତି କେନ୍ଦ୍ର କୁ ଉପ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ।ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ର ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *