ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ*-

ନୟାଗଡ଼, ତା. ୧୪-୦୮-୨୦୨୬- ଆଜି ନୟାଗଡ଼ ଜିଲ୍ଲାରେ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ପୂର୍ବାହ୍ନ ୧୦. ୩୦ମି. ସମୟରେ ଏକ ଜିଲ୍ଲାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୁମିତ୍ରା ଭୂୟାଁ, ନିର୍ବାହୀ ଅଧିକାରୀ ନୟାଗଡ଼ ପୌର ପରିଷଦ ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ଅନେକ ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ ।

ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବିଭାଜନରେ ପ୍ରାଣ ହରାଇଥିବା ତଥା ସମସ୍ତ ବିସ୍ଥାପିତ ପରିବାର ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇ ୨ ମିନିଟ୍ ର ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ଜନ୍ ମିଲ୍ଟନ୍ ସ୍ପେସାଲ୍ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଜାତୀୟ ଗୀତ ବନ୍ଦେ ମାତରଂ ଏବଂ ଜାତୀୟ ସଙ୍ଗୀତ ଜନ ଗଣ ମନ ଗାନ କରଯାଇଥିଲା। ଏହା ପରେ ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ପ୍ରେରିତ, ଦେଶ ବିଭାଜନର ଐତିହାସିକ ଘଟଣାବଳୀ ଓ ଜାତୀୟ ଏକତା ଉପରେ ପ୍ରସ୍ତୁତ ବିଶେଷ ପ୍ରାମାଣିକ ଚଳଚ୍ଚିତ୍ର “ଦ ନିଉ ପୋଷ୍ଟ ବକ୍ସ” ଏବଂ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (NSD) ଦ୍ୱାରା ପ୍ରସ୍ତୁତ ନାଟକ “ବିଭାଜନ ଏକ ବିଭୀଷିକା” ଡ୍ରାମା LED ପରଦାରେ ପ୍ରଦର୍ଶନ କରଯାଇଥିଲା। ଏହି ଅବସରରେ ପ୍ରାୟ ୪୦୦ରୁ ଅଧିକ ଛାତ୍ର ଛାତ୍ରୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ନୟାଗଡ଼

Leave a Reply

Your email address will not be published. Required fields are marked *