ସ୍ୱାଧୀନ ଦେଶର ନାଗରିକ ଆମେ

ସ୍ୱାଧୀନ ଦେଶର ନାଗରିକ ଆମେ

ରଜନୀକାନ୍ତ ରଥ,ରାଜନଗର, କେନ୍ଦ୍ରାପଡ଼ା।

ସ୍ୱାଧୀନ ଭାରତର ନାଗରିକ ଆମେ
ସ୍ବପ୍ନ ଆମ ଅସୁମାରୀ।
ଅଣlଅଶୀ ସୁନେଲୀ ସକାଳ ଦେଖି
ସାରିଲୁଣି ଆମେ।
ହେଲେ ବାପୁକଂର ସେ ସ୍ଵପ୍ନ
ଏବେବି ଅଧୁରା।
ଅହିଂସା ପରମଧର୍ମ ଯାହା ଥିଲା
ଜୀବନର ମୂଳ ମନ୍ତ୍ର।
ମାତ୍ର ପ୍ରତି ମୁହୂର୍ତ୍ତରେ ଘଟି ଚାଲିଛି
ହତ୍ୟା ,ଦୁଷ୍କର୍ମ ଓ ଲୁଣ୍ଠନ।
ସ୍ୱଛନ୍ଦ ରେ ରାସ୍ତାରେ ଚାଲିବା
ଆଜି ହୋଇଯାଇଛି ମୁସ୍କିଲ।
ଚୋରି ନାରୀ ହୋଇଛି ଆଜି
ଆମର କର୍ତ୍ତବ୍ୟ।
ରାସ୍ତାଘାଟ ପାଣି ଖଣି ଖାଇ
ଆମେ ମାଲl ମାଲ।
ସରକାରୀ ଜମି ଜବରଦଖଲ
କରିଛୁ ଆମେ।
ବନ୍ୟାରେ ଜନତା ହେଉଛନ୍ତି
ବେହାଲ୍।
ରାମରାଜ୍ୟ ର ସ୍ବପ୍ନ ଦେଖିଥିଲେ ବାପୁ।
ମାତ୍ର ଆମେ ଲୋକଙ୍କୁ ଟିଙ୍କ ଭଳି
ଶୋଷି ଚାଲିଛୁ ଆମେ।
ଭାଷଣ ରେ ଆମେ ନୀତି ଓ
ଆଦର୍ଶର କଥା କହୁଛୁ
ହେଲେ କାମରେ କରୁଛୁ ବେହlଲ।
ଆଜିର ଦିନରେ ବିଶ୍ଵନିୟନ୍ତା ଦେଖାନ୍ତୁ ସତ୍ୟ ପଥେ ଚାଲିବାର ବାଟ।
” ବନ୍ଦେ ମାତରମ୍”

Leave a Reply

Your email address will not be published. Required fields are marked *