ଶିଳ୍ପ ଅବଶିଷ୍ଟ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପୁନରୁଦ୍ଧାର ନିମନ୍ତେ ନାଲକୋ ଏବଂ ଗବେଷଣା ପ୍ରତିଷ୍ଠାନ ମାନଙ୍କ ମଧ୍ୟରେ ସହଭାଗିତା

ଶିଳ୍ପ ଅବଶିଷ୍ଟ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପୁନରୁଦ୍ଧାର ନିମନ୍ତେ ନାଲକୋ ଏବଂ ଗବେଷଣା ପ୍ରତିଷ୍ଠାନ ମାନଙ୍କ ମଧ୍ୟରେ ସହଭାଗିତାଫ୍ଲାଏ ଆସ୍ ରୁ ଉପଯୋଗୀ ଉତ୍ପାଦ ଏବଂ ରେୟାର ଆର୍ଥ ଏଲିମେଣ୍ଟ ପୁନରୁଦ୍ଧାର ପାଇଁ ପ୍ରଥମ ସ୍ୱଦେଶୀ ପାଇଲଟ୍ ପ୍ଲାଣ୍ଟ ସ୍ଥାପନଭୁବନେଶ୍ୱର, ୧୮ ଅଗଷ୍ଟ ୨୦୨୬: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ଶିଳ୍ପ ଅବଶିଷ୍ଟ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପୁନରୁଦ୍ଧାର ପାଇଁ ସ୍କେଲେବଲ୍ ଏବଂ ବାଣିଜ୍ୟ ଉପଯୋଗୀ ସମାଧାନ ବିକାଶ କରିବା ପାଇଁ ପ୍ରମୁଖ ଜାତୀୟ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ସହିତ ସହଭାଗିତା କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇଛି ।ଏହି ପ୍ରୟାସର ଅଂଶ ସ୍ୱରୂପ, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ଆଜି ଭୁବନେଶ୍ୱରସ୍ଥିତ ନାଲକୋ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (ଏନଆରଟିସି)ରେ ବହୁବିଧ ଉପଯୋଗୀ ଉତ୍ପାଦର ପୁନରୁଦ୍ଧାର ନିମନ୍ତେ ବିଟୁମିନସ କୋଇଲା ଫ୍ଲାଏ ଆସ୍ ପ୍ରକ୍ରିୟାକରଣ ପାଇଁ ପ୍ରଥମ ସ୍ୱଦେଶୀ ପାଇଲଟ୍ ପ୍ଲାଣ୍ଟ ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଜଗଦୀଶ ଅରୋରା, ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ), ଡକ୍ଟର ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ), ଶ୍ରୀ ଅନିଲ କୁମାର ସିଂହ, ନିର୍ଦ୍ଦେଶକ (ବାଣିଜ୍ୟିକ)ଙ୍କ ସମେତ ଡକ୍ଟର ରାମାନୁଜ ନାରାୟଣ, ନିର୍ଦ୍ଦେଶକ, ସିଏସଆଇଆର -ଆଇଏମଏମଟି, ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ରେଜିଷ୍ଟ୍ରାର, କିଟ ବିଶ୍ୱବିଦ୍ୟାଳୟ, ତଥା ସମସ୍ତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଦିନକୁ ୫୦ କିଲୋଗ୍ରାମ ପ୍ରସେସିଂ କ୍ଷମତା ସମ୍ପନ୍ନ ଫ୍ଲାଏ ଆଶ୍ ପ୍ରକ୍ରିୟାକରଣ ପାଇଲଟ୍ ପ୍ଲାଣ୍ଟକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ସହାୟତାରେ ଉପରୋକ୍ତ ସଂସ୍ଥା ମାନଙ୍କ ଦ୍ୱାରା ମିଳିତ ଭାବେ ଡିଜାଇନ୍ ଏବଂ ପ୍ରତିଷ୍ଠା କରାଯାଇଛି। ଏହି ପାଇଲଟ୍ ସୁବିଧା ଫ୍ଲାଏ ଆଶ୍ ର ସାମଗ୍ରିକ ବ୍ୟବହାର ପାଇଁ ସିଏସଆଇଆର -ଆଇଏମଏମଟି ଏବଂ ନାଲକୋ ଦ୍ୱାରା ବିକଶିତ ଏକ ମିଳିତ ପେଟେଣ୍ଟ ପ୍ରକ୍ରିୟା ଉପରେ ଆଧାରିତ। ଏହି ପ୍ରକ୍ରିୟା ଆଲୁମିନା, ସେରାମିକ୍ ପ୍ରୟୋଗ ପାଇଁ କ୍ୟାଲସିୟମ୍ ସିଲିକେଟ୍, କାଚ ତିଆରିରେ ସମ୍ଭାବ୍ୟ ପ୍ରୟୋଗ ସହିତ କ୍ୱାର୍ଟଜ୍ ଅବଶିଷ୍ଟ ଏବଂ ସ୍କାନଡିୟମ୍ ସମେତ ରେୟାର ଆର୍ଥ ଏଲିମେଣ୍ଟ ରେ ସମୃଦ୍ଧ ଏକ ଲୁହା ହାଇଡ୍ରୋକ୍ସାଇଡ୍ ଅବଶିଷ୍ଟ ସମେତ ବହୁବିଧ ମୂଲ୍ୟଯୁକ୍ତ ଉତ୍ପାଦର ପୁନରୁଦ୍ଧାର କରାଯାଇପାରିବ।ଏହି ଅବସରରେ, ବକ୍ସାଇଟ୍ ଅବଶିଷ୍ଟ (ରେଡ ମଡ) ମୂଲ୍ୟାଙ୍କନ ପାଇଁ ଏକ ପାଇଲଟ୍ ପ୍ଲାଣ୍ଟ ସ୍ଥାପନ ମିମନ୍ତେ ଭୂମିପୂଜନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରସ୍ତାବିତ ସୁବିଧା ମାଧ୍ୟମରେ ରେଡ ମଡ ରୁ ଫେରୋ ଟାଇଟାନିୟମ ଆଲୟ,

ମେଟାଲିକ ଆଇରନ ଏବଂ ରେୟାର ଆର୍ଥ ଏଲିମେଣ୍ଟ ଗୁଡ଼ିକର ପୁନରୁଦ୍ଧାର ଉପରେ ଗବେଷଣା କରାଯିବ, ଯାହାଦ୍ୱାରା ଶିଳ୍ପ ଅବଶିଷ୍ଟ ଗୁଡ଼ିକର ଉପଯୁକ୍ତ ବ୍ୟବହାର ଆଗକୁ ବଢ଼ିପାରିବ।ଉଲ୍ଲେଖନୀୟ ଯେ, ସ୍ଥାୟୀ ଚୁମ୍ବକ, ବୈଦ୍ୟୁତିକ ଗତିଶୀଳତା, ନବୀକରଣୀୟ ଶକ୍ତି, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ ପ୍ରକାରର ରଣନୈତିକ ଏବଂ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ପାଇଁ ରେୟାର ଆର୍ଥ ଏଲିମେଣ୍ଟ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଇନପୁଟ୍ ଅଟେ। ଆଲୁମିନା ହେଉଛି ଆଲୁମିନିୟମ ଉତ୍ପାଦନ ପାଇଁ ପ୍ରମୁଖ ଫିଡଷ୍ଟକ୍ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ କଞ୍ଚାମାଲ। ଏପରି ସାମଗ୍ରୀର ପୁନରୁଦ୍ଧାର ସମ୍ବଳ ଦକ୍ଷତାକୁ ଉନ୍ନତ କରିପାରିବ, ପ୍ରାଥମିକ ଉତ୍ସଗୁଡ଼ିକୁ ପରିପୂରକ କରିପାରିବ ଏବଂ ଶିଳ୍ପ ଅବଶିଷ୍ଟ ରୁ ଅତିରିକ୍ତ ମୂଲ୍ୟ ପ୍ରଦାନ କରିପାରିବ।ଏହି ଫ୍ଲାଏ ଆସ୍ ପାଇଲଟ୍ ପ୍ଲାଣ୍ଟ, ମିଶ୍ରିତ ରେୟାର ଆର୍ଥ ଏଲିମେଣ୍ଟ ପୁନରୁଦ୍ଧାର ଏବଂ ପୃଥକୀକରଣ ଉପରେ ଅଧିକ ଗବେଷଣା ଏବଂ ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ରେୟାର ଆର୍ଥ ଏଲିମେଣ୍ଟ କନସେଣ୍ଟ୍ରେଣ୍ଟ ଉତ୍ପାଦନ କରିବ ବୋଲି ମଧ୍ୟ ଆଶା କରାଯାଉଛି। ଏହା ଡାଉନଷ୍ଟ୍ରିମ୍ ମୂଲ୍ୟ-ଯୁକ୍ତ ଉତ୍ପାଦଗୁଡ଼ିକର ବିକାଶ ଏବଂ କ୍ରିଟିକାଲ ମିନେରାଲ ପାଇଁ ସମନ୍ୱିତ ପୁନରୁଦ୍ଧାର ପଥ ସ୍ଥାପନ କରିବାରେ ସହାୟକ ହେବ।ଏହି ଅବସରରେ, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, କମ୍ପାନୀ ଶିଳ୍ପ ଅବଶିଷ୍ଟାଂଶକୁ ମୂଲ୍ୟବାନ ସମ୍ପଦରେ ପରିଣତ କରିବା ପାଇଁ ଗବେଷଣା, ନବସୃଜନ ଏବଂ ରଣନୈତିକ ସହଭାଗୀତାକୁ ଉପଯୋଗ କରିବା ନିମନ୍ତେ ପ୍ରତିବଦ୍ଧ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସ୍ୱଦେଶୀ ପ୍ରଯୁକ୍ତିର ପାଇଲଟ୍-ସ୍କେଲ ବୈଧତା ବ୍ୟବସାୟ ଯୋଗ୍ୟ ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଖଣିଜ ସୁରକ୍ଷା ଏବଂ ଚକ୍ରାକାର ଅର୍ଥନୀତିକୁ ସୁଦୃଢ଼ କରିପାରିବ।ଏହି ପଦକ୍ଷେପଗୁଡ଼ିକ ନିରନ୍ତର ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ଶିଳ୍ପ ବିକାଶ ପ୍ରତି ନାଲକୋ ର ପ୍ରତିବଦ୍ଧତାକୁ ଦର୍ଶାଉଛି। ନିରନ୍ତର ଗବେଷଣା ଏବଂ ବିକାଶ, ପ୍ରମୁଖ ଜାତୀୟ ଗବେଷଣା ପ୍ରତିଷ୍ଠାନ ସହିତ ରଣନୈତିକ ସହଯୋଗ ଏବଂ ଉଦୀୟମାନ ପ୍ରଯୁକ୍ତିର ପାଇଲଟ୍-ସ୍କେଲ ବୈଧତା ମାଧ୍ୟମରେ, ନାଲକୋ କ୍ରିଟିକାଲ ମିନେରାଲ ସୁରକ୍ଷା,ଚକ୍ରାକାର ଅର୍ଥନୀତି ଏବଂ ନିରନ୍ତର ଶିଳ୍ପ ବିକାଶ ଉପରେ ଜାତୀୟ ପ୍ରାଥମିକତା ସହିତ ସମନ୍ୱିତ ସମ୍ବଳ-ପୁନରୁଦ୍ଧାର ପଥ ଦିଗରେ କାର୍ଯ୍ୟ କରୁଛି।

Leave a Reply

Your email address will not be published. Required fields are marked *