ତ୍ରିଦଶା
(ଆଶୁ କବି – ହରିହର ସାହୁ, ଢେଙ୍କାନାଳ)
ପୃଥିବୀ ପୃଷ୍ଠରେ ଯେତେ ଜନ୍ମ ଅଛି
ମାନବ ଜନମ ଶ୍ରେଷ୍ଠ
ଭଲ କର୍ମ କଲେ ଆଦର ପାଇ
ହୁଅଇ ସେ ସତ୍ୟନିଷ୍ଠ।।
ମାଆର ମମତା ବାପାର ଆଦର
ବାଲ୍ଯ କାଳରେ ସେ ପାଏ
ବିପଦ ଆସିଲେ ବାପା ମାଆ ତାର ଚିର ଅନିଦ୍ରା ରେ ରହେ।।
ଆତ୍ମୀୟ ସୋଦର ବନ୍ଧୁ ବାନ୍ଧବ ଯେ
ବାଲ୍ୟ କାଳେ ତାର ସାଥୀ
ସମସ୍ତ ଙ୍କ ର‌ ସେ ଆଦର ର ଧନ
ସତେ ଅବା ବଡ ରଥୀ।।
ବାଲ୍ଯ ଯଉବନ ଜରା ଅଟେ ପରା
ମଣିଷ ଜୀବନ ସାଥି
ଭଲ କାମ କଲେ ଆଦର ଲଭଇ
ବିଶ୍ବ ନିୟନ୍ତକ ସାଥୀ।।
ମଣିଷ ଜୀବନ ପାଣି ଫୋଟକା ଯେ
କେତେ ବେଳେ ଜିବ ଲିଭି
ଦୀପ ରୁ ଯେପରି ଘିଅ ସରିଗଲେ
ସଳିତା ଯାଅଇ ଲିଭି।।
ବାଲ୍ୟ କାଳ ରେ ଯେ ଭଲ ପାଠ ପଢେ
ଅନ୍ତିମ ରେ ପାଏ ସୁଖ
ଅଭାବ ଅନାଟ ଦୂର ହୋଇଥାଏ
ଜୀବନେ ନ ପାଏ ଦୁଃଖ।।
ଯଉବନ କାଳ ଅଟଇ ବିଚିତ୍ର
ମତି ହରା ହୁଏ ଲୋକ
ପିତା ମାତା ଙ୍କୁ ଅବଜ୍ଞା କରି
ଜୀବନ ପାଅଇ ଦୁଃଖ।।
ନାରୀ ର ମାୟା ରେ ପଡିଣ ମାନବ
ଭୁଲିଯାଇଣ ଆତ୍ମୀୟ
ଭୁଲି ଯାଏ ତାର ଭାଇ ଭଉଣୀ ଙ୍କୁ
ସତେ ଅବା ଅସହାୟ।।
ମିଛ ମାୟା ଏହି ସଂସାର ଅଟଇ
କେହି ନୁହେଁ ଯେ କାହାର
ତଥାପି ମଣିଷ ଅସହାୟ ହୁଏ
ସତେ ଅବା ନିର୍ବିକାର।।
ଜରା ସମୟରେ ‌ ତାହାକୁ ସମସ୍ତେ
କରନ୍ତି ଯେ ଅଣଦେଖା
ବିଶ୍ବ ନିୟନ୍ତକ ହରି ଯେ ଅଟନ୍ତି
ଜୀବନ ର ତାର ସଖା।।
ଶରୀର ତାହାର ଦୁର୍ବଳ ହୁଅଇ
ରୋଗରେ ପୀଡିତ ହୋଇ
ସେବା ପାଇବାକୁ କେହି ଯେ ନଥାନ୍ତି
ଅତି ଅସହାୟ ହୋଇ।।
ବାପା ମାଆ ଠାରୁ ବଡ଼ ଦେବତା କେ ଜଗତ
ରାଇଜେ ନାହିଁ
ଭାବଇ ମଣିଷ ବାପା ମାଆ ଥିଲେ
ସେବା କରିଥାନ୍ତେ ତହିଁ।।
ମୁଁ ଛାର ମାନବ
ନାମ ହରିହର
ବିଭୁ ପଦରେ ପୟର
ଅନ୍ତିମ ଜୀବନ ସୁଖମୟ ହେଉ
ଏତିକି ମିନତି ମୋର।।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *