ଷଷ୍ଠ ଓଡିଶା ବାଟାଲିଆନର ଏନସିସିଶିବିର ଉଦଯାପିତ।
ପୁରୀ ୧୯/୮ ତାଳବଣିଆ ସ୍ଥିତ ୬ଷ୍ଠ ଓଡିଶା ବାଟାଲିଆନ ଏନସିସିର ୧୦ ଦିନିଆ ଶିବିର ଆଜି ସଂଧ୍ୟାରେ ଉଦଯାପିତ ହୋଇଥିଲା।ଉଦଯାପନ ଶିବିରରେ କମାଣ୍ଡିଙ୍ଗ ଅଫିସର କଲୋନେଲ ଅଙ୍କୁର ଭଟ୍ଟନଗର ଯୋଗ ଦେଇ ଏନସିସି କ୍ୟାଡେଟ ମାନଙ୍କର ଲକ୍ଷ୍ୟ, ଉଦ୍ଦେଶ୍ୟ, ସାହସ,ଶୃଙ୍ଖଳା ଓ ସମାଜ ପ୍ରତି ଉତ୍ତରଦାୟିତ୍ବ ସମ୍ପର୍କରେ ଅଭିବ୍ୟକ୍ତି ରଖିଥିଲେ।ଏନସିସି ର ପ୍ରତିଟି କ୍ୟାଡେଟ ଏଭଳି ଅନୁଶାସନ ରେ ସୃଷ୍ଟି ଯେ ସେମାନେ ନିଜ ଜୀବନ କୁ ବାଜି ଲଗାଇ ପରୋପକାର ଓ ସମାଜସେବା ପାଇଁ ଉତ୍ସର୍ଗୀକୃତ ହୋଇଥାନ୍ତି।ଏଠାରୁ ତାଲିମ ନେଇଥିବା ପ୍ରତ୍ୟେକ କ୍ୟାଡେଟ ମାନେ ଜଣେ ଜଣେ ବୀରତ୍ବର ପ୍ରତୀକ ବୋଲି ସେ କହିଥିଲେ।ଅନ୍ୟତମ ଅତିଥି ସୂଚନା ଓ ଲୋକ

ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ , ଆଡମିନ ଅଫିସର କଲୋନେଲ ଆର୍ଚିଭ ଥାପା ଯୋଗ ଦେଇ କ୍ୟାଡେଟ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ପରେ କ୍ୟାଡେଟ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି ଶିବିରରେ ଷଷ୍ଠ ବାଟାଲିୟନ ଅଧିନରେ ଥିବା ୬୮ ଟି ଶିକ୍ଷାନୁଷ୍ଠାନ ର ଏନସିସିର ୩୪୦ କ୍ୟାଡେଟ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁବେଦାର ମେଜର ବିକାଶ ଚନ୍ଦ୍ର, ସୁବେଦାର ପ୍ରଦୀପ ସିଂ,ସୁବେଦାର ବଲଦେବ ସିଂ,ସୁବେଦାର ସୁରେଶ ସିଂ,ସୁବେଦାର ମହମ୍ମଦ ଅଲ୍ଲୀ, ସୁବେଦାର ଓମକାର ମଲ୍ଲ, ଅନ୍ୟାନ୍ୟ ଏନସିସି ଅଧିକାରୀ, କର୍ମଚାରୀ ଓ କ୍ୟାଡେଟ ମାନେ ଯୋଗ ଦେଇଥିଲେ।ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
