ପୁରୀ କଣାସ ରେ ନୃଶଂସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ..୩ ଗିରଫ
ପୁରୀ,୨୩/୮(ଇମିସ):ପୁରୀ କଣାସରେ ନୃଶଂସ ହତ୍ୟାକାଣ୍ଡର ପର୍ଦ୍ଦାଫାଶତାନ୍ତ୍ରିକ କହି ଠକିଲା, ୨ ଲକ୍ଷ ଲୁଟିଲା, ଶେଷରେ ଛୁରୀ ଭୁସି ପୋଡି ଦେଇ କଲେ ହତ୍ୟା। ୩ ଗିରଫ ଏସ୍ପିଙ୍କ ସାମ୍ବାଦିକ ସମ୍ମିଳନୀପୁରୀ ଜିଲ୍ଲା କଣାସ ଥାନା ମନ୍ଦାରବସ୍ତା ଗାଁରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁରୀ ପୁଲିସ।ଏସପିଙ୍କ ନିର୍ଦ୍ଦେଶରେ ଗଠିତ ଏକାଧିକ ଟିମ୍, ସାଇଣ୍ଟିଫିକ୍ ଟିମ୍, ସିସିଟିଭି ଓ ଟେକ୍ନିକାଲ ତଥ୍ୟ ଆଧାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ୍ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତଃ ତାପଙ୍ଗ ଅଞ୍ଚଳର ରାଜକିଶୋର ସାହୁ (୩୨),ସୁରେଷ ସାହୁ (୨୨) ଓ କେନ୍ଧ୍ରାପଡା ଭିତରବାମ୍ପୁ ଅଞ୍ଚଳର ସତ୍ୟବ୍ରତ ମଲ୍ଲିକ(୧୮)। ସେମାନଙ୍କ ଠାରୁ ୨ଟି ମୋବାଇଲ ଫୋନ୍, ହତ୍ୟାରେ ବ୍ୟବହୃତ ଛୁରୀ, ୧ଟି ବାଇକ୍ ଜବତ କରାଯାଇଛି ବୋଲି ପୁରୀ ଏସ୍ପି ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଚନ୍ତି ।ପୁଲିସ ସୁଚନା ମୁତାବକ କଣାସ ମନ୍ଦାରବସ୍ତା ଅଞ୍ଚଳରେ ପର୍ଶୁରାମ ପ୍ରଧାନ (୬୧)ଗାଁ ମୁଣ୍ଡରେ ସ୍ତ୍ରୀ ଓ ପୁଅ ସହ ରହୁଥିଲେ। ଘରେ ଦେବୀ ମନ୍ଦିର କରି ପୂଜା-ସାଧନା କରୁଥିଲେ ଏବଂ ଲୋକଙ୍କ ସମସ୍ୟା ସମାଧାନ କରିଦେବେ ବୋଲି ପ୍ରଚାର କରିଥିଲେ। ଏହାର ଫାଇଦା ଉଠାଇ ଅନେକ ଲୋକଙ୍କଠାରୁ ଟଙ୍କା ନେଇଥିଲେ, ଯାହାକୁ ନେଇ ଗାଁରେ ବିବାଦ ଓ ଜମି ବିବାଦ ମଧ୍ୟ ରହିଥିଲା। କିଛି ଦିନ ପୁର୍ବରୁ ପର୍ଶୁରାମଙ୍କ ପତ୍ନୀ ଭୁବନେଶ୍ବରରଏକ ହସ୍ପିଟାଲରେ ପୁଅ ଭର୍ତ୍ତି ହୋଇଥିବାରୁ ଯାଇଥିଲେ। ଗତ ୧୨ ତାରିଖରେ ସ୍ବାମୀଙ୍କ ପାଖକୁ ପୋନ୍ କରିଥିବା ସମୟରେ ପୋନ୍ ବନ୍ଧ ରହିଥିଲା । ୧୩ ତାରିଖ ମଧ୍ୟାହ୍ନ ୧୨ଟାରେ ଘରକୁ ଫେରି ଦେଖିଲା ବେଳେ ସ୍ୱାମୀର ମୃତ ଶରୀର ପୋଡି ହୋଇ ପଡିଥିଲା। ପୁଲିସ ଘଟଣା ଜାଣିବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା, ଯାହା ପରେ ହତ୍ୟା ମାମଲାରେ ପରିଣତ ହେଲା।

ହତ୍ୟାର କାରଣ ପ୍ରେମ, ପ୍ରତାରଣା ଓ ୨ ଲକ୍ଷ ଟଙ୍କା!ତଦନ୍ତରୁ ଜଣାପଡିଲା ଅଭିଯୁକ୍ତ ରାଜ କିଶୋର ସାହୁ ଖୋର୍ଦ୍ଧା ସଦର ବାଣିଆ ଟାଙ୍ଗିର ଜି-ଆଇ-ଇଟି କଲେଜ ପାଖରେ ଫାଷ୍ଟଫୁଡ୍ ଦୋକାନ କରେ। ତାର ଦୁଇ ଭାଇ – ସାନ ଭାଇ ସୁରେଶ ସାହୁ ଘରେ ରୁହେ, ଅନ୍ୟ ଭାଇ ରାକେଶ ସାହୁ ଡେଲାଙ୍ଗ ଅଞ୍ଚଳରେ ଟିଫିନ୍ ଦୋକାନ କରେ। ରାକେଶ ତାଙ୍କ ପିଉସୀ ପୁଅର ଶାଳୀ ସହ ପ୍ରେମ ସମ୍ପର୍କ ଥିଲା, ଯାହା ପରିବାରରେ ଅଶାନ୍ତି ସୃଷ୍ଟି କରିଥିଲା।ଏହି ପ୍ରେମ ଭାଙ୍ଗିବା ପାଇଁ ରାଜ କିଶୋର ତାନ୍ତ୍ରିକ ଭାବେ ପର୍ଶୁରାମଙ୍କ ସହ ଯୋଗାଯୋଗ କରିଥିଲା। ରାଜକିଶୋର ପର୍ଶୁରାମକୁ ୧୯,୦୦୦ ଟଙ୍କା ଦେଇ କହିଥିଲା ତା ଭାଇ ରାକେଶ ମନରେ ସୋନାଲି ପ୍ରତି ଘୃଣା ସୃଷ୍ଟି କରିବ।ଏହା ପରେ ପର୍ଶୁରାମ ଆଉ ଏକ ଖେଳ ଖେଳିଲା। ସେ କହିଲା ତା ଜମିରେ ୧୭୦ ଗ୍ରାମର ସୁନା ଦୁର୍ଗା ମୂର୍ତ୍ତି ପୋତା ହୋଇଛି, ଆଉ ସେଥି ସହ ସୁନା ଅଳଙ୍କାର ଭର୍ତି ହାଣ୍ଡି ଅଛି। ଖୋଳିବା ପାଇଁ ଟଙ୍କା ମାଗିଲା। ଏହି ଲୋଭ ଦେଖାଇ ରାଜ କିଶୋରଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ନେଇଗଲା। ନା କାମ କଲା, ନା ଟଙ୍କା ଫେରାଇଲା। ଏହି ଟଙ୍କା ରାଜ କିଶୋର ଓ ତା ଭାଇ ସୁରେଶ ସାଙ୍ଗମାନଙ୍କଠାରୁ ଧାର କରି ଆଣିଥିଲେ। ଗତ ୧୧ ତାରିଖ ରାତି୯:୩୦ ରୁ ୧୧:୫୦ ମଧ୍ୟରେ ରାଜ କିଶୋର ସାହୁ ତାର ସହଯୋଗୀ ସତ୍ୟବ୍ରତ ମଲ୍ଲିକ ବ୍ୟାଗରେ ଲଙ୍କା ଗୁଣ୍ଡ, ଅଧା ଲିଟର ପେଟ୍ରୋଲ ଓ ଧାରୁଆ ଛୁରୀ ନେଇ ପର୍ଶୁରାମ ନିକଟକୁ ବାହାରିଥିଲେ। ତା ପରେ ତୃତୀୟ ଅଭିଯୁକ୍ତ ସୁରେଶ ସାହୁ କୁ ଫୋନ୍ କରି ଡାକିଲେ ଓ ତାକୁ ବାଇକ୍ ଯୋଗେ ମନ୍ଦାରବସ୍ତା ନିକଟରେ ଛାଡିବାକୁ କହିଲେ। ଦୁହେଁ ପର୍ଶୁରାମଙ୍କ ଘରେ ପଶି ଟଙ୍କା ମାଗିଲେ। ଯୁକ୍ତିତର୍କ ହେଲା। ରାଗରେ ରାଜ କିଶୋର ଛୁରୀରେ ପେଟକୁ ଭୁସିଦେଲା। ତା ପରେ ଗାମୁଛାରେ ହାତ, ଗୋଡ, ପାଟି ବାନ୍ଧି ପେଟ୍ରୋଲ ଢାଳି ଜିଅନ୍ତା ପୋଡିଦେଲେ। ଏହାକୁ ଦୁର୍ଘଟଣା ଜନିତ ନିଆଁ ବୋଲି ଦେଖାଇବାକୁ ଏବଂ ପ୍ରମାଣ ନଷ୍ଟ କରିବାକୁ ଗ୍ୟାସ୍ ସିଲିଣ୍ଡର ଫଟାଇବାକୁ ମଧ୍ୟ ଚେଷ୍ଟା କଲେ। ପରେ ସୁରେଶ ସାହାଯ୍ୟରେ ଘଟଣାସ୍ଥଳରୁ ଫେରାର ହୋଇଗଲେ। ବିଭିନ୍ନ ଦିଗରୁ ତଦନ୍ତ କରି ଅଭିଯୁକ୍ତଙ୍କଚ ଧରିବାରେ ସଫଳ ହୋଇଥିଲା କଣାସ ଥାନା ପୁଲିସ।
