ପୁରୀବାସୀଙ୍କ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରବେଶ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ପ୍ରତିକ୍ରିୟା।
ପୁରୀବାସୀଙ୍କ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରବେଶ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ପ୍ରତିକ୍ରିୟା। ପୁରୀବାସୀ ଉତ୍ତରଦ୍ବାର ଦେଇ ବାୟୋମେଟ୍ରିକ୍ ବ୍ୟବସ୍ଥାରେ ଶ୍ରୀମନ୍ଦିର ଯିବେ ବୋଲି କହିଲେ ଆଇନମନ୍ତ୍ରୀ। ଗତ ରଥଯାତ୍ରା ବୈଠକ ସମୟରେ ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ଆଇନମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ। ଓକାକ୍ କୁ ଏନେଇ ଦାୟିତ୍ୱ ଦିଆଯାଇଥିବା ଆଇନମନ୍ତ୍ରୀ କହିଥିଲେ। ତେଵେ ୧୬୦ ଦିନରୁ ଉର୍ଦ୍ଧ୍ୱ ହେବ ପୁରୀବାସୀ ମାନେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରବେଶ ଓ ସ୍ୱତନ୍ତ୍ର ଦର୍ଶନ ପାଇଁ ପ୍ରତ୍ୟହ ସଚେତନତା ପଦଯାତ୍ରା କରିଆସୁଛନ୍ତି। ଦୁଇ ତିନିଦିନ ପୁରୀବାସୀଙ୍କୁ ପଶ୍ଚିମଦ୍ବାର ଦେଇ ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବେ ପରେ ସେମାନଙ୍କୁ ବାରଣ ହୋଇଥିଲା। ପୂର୍ବରୁ ମଧ୍ୟ ଆଇନଜୀବୀ ମାନେ ଜୋରଜବରଦସ୍ତ ପଶ୍ଚିମଦ୍ବାର ଦେଇ ଧସେଇ ପସିଥିଲେ। ତେବେ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରକୁ ସ୍ୱତନ୍ତ୍ର ପ୍ରବେଶ ଓ ସ୍ୱତନ୍ତ୍ର ଦର୍ଶନ ଦାବି ରହିଥିବା ବେଳେ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା ଆଶ୍ୱସ୍ତି ଦେଇଛି
