ପୁରୀ ବେଳାଭୂମିରେ ପ୍ରଥମଥର ପାଇଁ ମୁତୟନ ହେବେ ମହିଳା ଲାଇଫଗାର୍ଡ।
– ପୁରୀ ବେଳାଭୂମିରେ ପ୍ରଥମଥର ପାଇଁ ମୁତୟନ ହେବେ ମହିଳା ଲାଇଫଗାର୍ଡ। ମହିଳା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ମହିଳା ଲାଇଫଗାର୍ଡ। ଅନେକ ସମୟରେ ସମୁଦ୍ର ଭିତରେ କିଛି ଅଘଟଣ ଘଟିଲେ ମହିଳା ପର୍ଯ୍ୟଟକଙ୍କ ଉଦ୍ଧାର ପାଇଁ ପୁରୁଷ ଲାଇଫଗାର୍ଡଙ୍କ ସହାୟତା ନିଆଯାଉଛି। ମହିଳା ପର୍ଯ୍ୟଟକଙ୍କୁ ସଚେତନ କରାଇବା ବେଳେ ପୁରୁଷ ଲାଇଫଗାର୍ଡ ମାନେ ବହୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏଣୁ ମହିଳା ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ସଚେତନତା ପାଇଁ ବେଳାଭୂମିରେ ମହିଳା ଲାଇଫଗାର୍ଡଙ୍କୁ ଖୁବଶୀଘ୍ର ମୁତୟନ କରାଯିବା ସହ ସେମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବାପାଇଁ କୋଣାର୍କ ଚନ୍ଦ୍ରଭାଗା ସ୍ଥିତ OSWALI ପଠାଯିବ ବୋଲି କହିଛନ୍ତି ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ। ଅନ୍ୟପଟେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପର୍ଯ୍ୟଟକ। ବାଇଟ୍1- ପ୍ରଭାତ କୁମାର ରାଉତ,ଅଗ୍ନିଶମ ଅଧିକାରୀ ବାଇଟ୍2- ମହିଳା, ପର୍ଯ୍ୟଟକଭିଓ- ସେପଟେ ଦୀର୍ଘ ତିନିମାସ ହେବ ପୁରୀ ବେଳାଭୂମିରେ ପ୍ରଶିକ୍ଷଣ ନେଉଛନ୍ତି ପାରମ୍ପରିକ ମତ୍ସ୍ୟଜୀବୀ ପରିବାରର ମହିଳାଙ୍କ ସମେତ ଲାଇଫଗାର୍ଡ ପରିବାରର ମହିଳା ମାନେ। ପ୍ରାୟ ୨୦ ଜଣରୁ ଉର୍ଦ୍ଧ୍ବ ମହିଳା ପୁରୀ ବେଳାଭୂମିରେ ପର୍ଯ୍ୟଟକ ମାନେ ବୁଡିଗଲେ କିଭଳି ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଗଭୀର ସମୁଦ୍ରରୁ ଉଦ୍ଧାର କରିପାରିବେ,, ପ୍ରାଥମିକ ଚିକିତ୍ସା ଯଥା CPR କିଭଳି ଯୋଗାଇ ପାରି ମେଡିକାଲ୍ ପଠେଇପାରିବେ ସେନେଇ ଘରୋଇ ଲାଇଫଗାର୍ଡ ମହାସଂଘ ଠାରୁ ବରାବର ପ୍ରଶିକ୍ଷଣ ନେଉଛନ୍ତି। ଗଭୀର ସମୁଦ୍ରରୁ ଲୋକଙ୍କୁ ଉଦ୍ଧାର କରିବା, ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ଆଦି ବିଷୟରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ସେପଟେ ସମୁଦ୍ର ସହ ଓତଃପ୍ରତଃ ଭାବେ ଜଡିତ ଥିବା ମହିଳାମାନେ ପର୍ଯ୍ୟଟକଙ୍କୁ ସୁରକ୍ଷା ଯୋଗାଇବା ତାଙ୍କର ଏକ ସେବା ବୋଲି କହିଥିବା ବେଳେ ସେମାନଙ୍କୁ ମହିଳା ଲାଇଫଗାର୍ଡ ଭାବେ ନିଯୁକ୍ତି କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେପଟେ ପ୍ରଶିକ୍ଷଣ ନେଉଥିବା ମହିଳା ମାନଙ୍କ ତାଲିକା ପ୍ରଶାସନକୁ ପଠାଯାଇଥିବା କହିଛନ୍ତି ଘରୋଇ ଲାଇଫଗାର୍ଡ ମହାସଂଘ ସମ୍ପାଦକ ହାରି ରାଓ। ବାଇଟ୍3- ପ୍ରଶିକ୍ଷଣ ନେଉଥିବା ମହିଳାବାଇଟ୍4-ପ୍ରଶିକ୍ଷଣ ନେଉଥିବା ମହିଳାବାଇଟ୍5-ହାରି ରାଓ,,ସମ୍ପାଦକ,,ଘରୋଇ ଲାଇଫଗାର୍ଡ ମହାସଂଘଫାଭିଓ- ପୁରୀର ବିସ୍ତ୍ରୀର୍ଣ୍ନ ବେଳାଭୂମିରେ ମହିଳା ଲାଇଫଗାର୍ଡ ନିଯୁକ୍ତିକୁ ସାଧାରଣରେ ସ୍ୱାଗତ କରାଯାଇଥିବା ବେଳେ ସେମାନେ ଏହା ଦ୍ବାରା ସ୍ୱାଵଲମ୍ବି ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି l
